ମୌଳିକ କର୍ତ୍ତବ୍ୟ ବିଷୟରେ ସଚେତନତା କାର୍ଯ୍ୟକ୍ରମ
pragyansila bureau | 30 Jun 2025 | 5 min read | 7 views
ଜଗତସିଂହପୁର ( ପି.ଏନ. ଏସ ) : କଣ୍ଟାପଡା ସ୍ଥିତ ପ୍ରାଣକୃଷ୍ଣ ସ୍ମୃତି ବିଦ୍ୟାପୀଠରେ ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣ ସଚିବଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଉପ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ସର୍ବପ୍ରଥମେ ଛାତ୍ରୀମାନେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ଏହା ପରେ ପ୍ରଧାନ ଶିକ୍ଷକ ସ୍ଵାଗତ ଭାଷଣ ଦେଇଥିଲେ । ପ୍ରାଧିକରଣ ସଚିବ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସ୍ୱର୍ଣ୍ଣ ସିଂହ କମିଟିର ସୁପାରିସ କ୍ରମେ ୧୯୭୬ ମସିହାରେ ଭାରତୀୟ ସମ୍ବିଧାନର ୪୨ ତମ ସଂଶୋଧନରେ ସମ୍ବିଧାନର ଧାରା ୫୧ ରେ ମୌଳିକ କର୍ତ୍ତବ୍ୟକୁ ପ୍ରଚଳନ କରାଯାଇଥିଲା । ଭାରତୀୟ ସମ୍ବିଧାନରେ ୧୧ ଟି ମୌଳିକ କର୍ତ୍ତବ୍ୟ ଅଛି । ପ୍ରତ୍ୟେକ ଭାରତୀୟ ନାଗରିକ ଏହି କର୍ତ୍ତବ୍ୟକୁ ପାଳନ କରିବା ଉଚିତ । ଏହି ୧୧ ଟି ମୌଳିକ କର୍ତ୍ତବ୍ୟ ବିଷୟରେ ସଚିବ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ।
ସେହିପରି ଉପ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ମୌଳିକ କର୍ତ୍ତବ୍ୟର ବିଭିନ୍ନ ଦିଗ ବିଷୟରେ ସଚେତନ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଧନ୍ୟବାଦ ଦେଇଥିଲେ ।
ସେହିପରି ଉପ ମୁଖ୍ୟ ଆଇନ ସହାୟତା ପ୍ରତିରକ୍ଷା ଓକିଲ ମୌଳିକ କର୍ତ୍ତବ୍ୟର ବିଭିନ୍ନ ଦିଗ ବିଷୟରେ ସଚେତନ କରିଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଧନ୍ୟବାଦ ଦେଇଥିଲେ ।
