ନେହେରୁବଙ୍ଗଳା ପଥରବନ୍ଧରୁ ମତ୍ସ୍ୟଜୀବିଙ୍କ ମୃତଦେହ ଉଦ୍ଧାର
pragyansila bureau | 24 Jun 2025 | 4 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ନେହେରୁବଙ୍ଗଳା ପଥରବନ୍ଧ ରୁ ଜଣେ ମତ୍ସ୍ୟଜୀବୀ ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମତ୍ସ୍ୟଜୀବି ନେହେରୁ ବଙ୍ଗଳାର ଅଞ୍ଚଳର ମିଥୁନ ବେହେରା। ଗତକାଲି ରାତିରେ ସିଏ ମାଛ ଧରିବାକୁ ପଥରବନ୍ଧ କୁ ଯାଇଥିଲେ । ମାତ୍ର ସକାଳୁ ତାଙ୍କ ମୃତଦେହ ପଥରବନ୍ଧ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିବା ଦେଖିବାକୁ ମିଳିଛି। ଗତକାଲି ରାତିରେ ପ୍ରବଳ ବର୍ଷା ସହିତ ବହୁ ଜୋରରେ ଘଡଘଡି ମାରୁଥିଲା । ତେଣୁ ଘଡଘଡି ପଡି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।ତେବେ ନେହେରୁ ବଙ୍ଗଳା ସାମୁଦ୍ରିକ ଥାନା ପକ୍ଷରୁ ଶବ ଜବତ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି। ମୃତକଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଛନ୍ତି, ପୋଲିସ ପକ୍ଷରୁ ଶବ ବ୍ୟବଚ୍ଛଦ ପାଇଁ ପଠାଯାଇଛି।
