ନବବିବାହିତ ମହିଳାଙ୍କ ମୃତ୍ୟୁ, ଥାନାରେ ଅଭିଯୋଗ କଲେ ବାପଘର
Bureau report | 01 Jun 2025 | 9 min read | 18 views
କୁଜଙ୍ଗ ( ପି.ଏନ. ଏସ ) : ନବବଧୂର ସନ୍ଦେହ ଜନକ ମୃତ୍ୟୁ, ଶାଶୂଘର ଲୋକେ ଝିଅ କୁ ହତ୍ୟା କରିଥିବା ଅଭିଯୋଗ କଲେ ବାପଘର | ସୂଚନା ମୁତାବକ ଏରସମା ବ୍ଲକ ଅନ୍ତର୍ଗତ ଗଡକୁଜଙ୍ଗ ଗ୍ରାମର ସୁବାସ ମହାନ୍ତି ଙ୍କ ଝିଅ ସୋନାଲି ଓରଫ ସୁଚିସ୍ମିତା ମହାନ୍ତି ଙ୍କର ସେହି ଗ୍ରାମର ଅଭିରାମ ସାହୁଙ୍କ ଏକ ମାତ୍ର ପୁଅ ଅରବିନ୍ଦ ସାହୁଙ୍କ ସହିତ ଗତ ଡିସେମ୍ବର ମାସ ଚାରି ତାରିଖରେ ବୈଦିକ ରୀତିନୀତି ରେ ବିବାହ ପରିବାର ବୁଝାମଣା ରେ ହୋଇଥିଲା । ଝିଅ ସୋନାଲିଙ୍କ ଉପରେ ତାର ଶଶୁର ଅଭିରାମ ସାହୁ, ଶାଶୁ ଗୀତାଞ୍ଜଳି ସାହୁ, ନଣଦ ସୁଚିତ୍ରା ସାହୁ ଜ୍ୱାଇଁ ଅରବିନ୍ଦ ସାହୁ ଯୌତୁକ ଜନିତ ଅତ୍ୟାଚାର କରିଆସୁଥିଲେ । ଝିଅର ଶଶୁର ପନ୍ଦର ଲକ୍ଷ ଟଙ୍କା ଯୌତୁକ ବାବଦକୁ ଦାବି କରିଥିଲା ବେଳେ ଯୌତୁକ ଚାରିଲକ୍ଷ ଟଙ୍କା, ଝିଅ ଜ୍ୱlଇଁଙ୍କୁ ସୁନା ଅଳଙ୍କାର ଓ ଘରୋଇ ଉପକରଣ ଦିଆଯାଇଥିଲା । ଝିଅ ଯୌତୁକ ବାବଦକୁ ଅବଶିଷ୍ଟ ଏଗାର ଲକ୍ଷ ଟଙ୍କା, ସୋଫା ନ ଆଣିଥିବାରୁ ଶାଶୁ, ଶଶୁର ,ନଣନ୍ଦ ଓ ଜ୍ୱ।ଇଁ ଶାରୀରିକ, ମାନସିକ ନିର୍ଯାତନା ଦେବା ସହିତ ଯୌତୁକ ନଦେଲେ ଝିଅକୁ ଘରକୁ ନେଇଯିବା ପାଇଁ କହୁଥିବା ସ୍ଥାନୀୟ ଅଭୟଚାନ୍ଦପୁର ଥାନାରେ ଝିଅର ବାପା ସୁବାସ ମହାନ୍ତି ଲିଖିତ ଅଭିଯୋଗ କରିଛନ୍ତି । ଗତ ଦୁଇ ଦିନ ତଳେ ସେହି ଯୌତୁକ ଘଟଣାକୁ ନେଇ ଝିଅର ଶଶୁର ମୋତେ ଡକାଇ ଥିଲେ , ମୋ ପରିସ୍ଥିତି ଭଲ ନାହିଁ ଆଠ ଦିନ ଭିତରେ ସମ୍ପୂର୍ଣ ଯୌତୁକ ଦେବୀ ବୋଲି କଥା ଦେଇ ଆସିଥିଲି ।ଏହି ଯୌତୁକ ଘଟଣାରେ ମୋ ଝିଅ ଦୁଇ ଦିନ ଉପବାସ ରହିଥିବା ବେଳେ ଗତ ଗତ ୩୧ତାରିଖ ଦିନ ସନ୍ଧ୍ୟାରେ ମୋ ଝିଅକୁ ସେମାନେ ମାରିଦେଇ ଶୋଇବା ଘର ଖଟ ତଳେ ପକାଇ ଦେଇଛନ୍ତି ବୋଲି କହିଛନ୍ତି ଝିଅର ବାପା | ଏ ନେଇ ଅଭୟ ଚାନ୍ଦ ପୁର ଥାନାରେ ଲିଖିତ ଅଭିଯୋଗ ପରେ ଅଭିଯୋଗ କୁ ଭିତ୍ତି କରି ଘଟଣା ସ୍ଥଳରେ ପୋଲିସ, ସାଇଣ୍ଟିଫିକ ଟିମ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ପରେ ଶବକୁ କୁଜଙ୍ଗ ବେବଛେଦ ପାଇଁ ପଠାଇବା ସହିତ ଜ୍ୱ।ଇଁ ଅରବିନ୍ଦ, ଶାଶୁ ଗୀତାଞ୍ଜଳି , ଶଶୁର ଅଭିରାମଙ୍କୁ ପୋଲିସ ଗିରଫ କରିଛି ।ତେବେ ଏଭଳି ଘଟଣା କୁ ନେଇ ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଯୌତୁକ ଜନିତ ହତ୍ୟାର ଉଚିତ ତଦନ୍ତ ହୋଇ ଦୋଷୀକୁ ଉଚିତ ଦଣ୍ଡ ମିଳିବା ପାଇଁ ଝିଅର ବାପା ସମ୍ପର୍କୀୟ ମାନେ ଦାବି କରିଛନ୍ତି । ତେବେ ଅଭିଯୋଗ ଆଧାରରେ ଆସାମୀ ମାନଙ୍କୁ ଗିରଫ କରାଯାଇଥିବା ବେଳେ ନଣନ୍ଦ ସୁଚିତ୍ରା ସାହୁ ଫେରାର ଥିବା କହିଛନ୍ତି ଅଭୟଚାନ୍ଦପୁର ଥାନା ଅଧିକାରୀ ସମୀର ରାଉତ । ତଦନ୍ତ ପରେ ଆଇନ ଅନୁସାରେ ଦୋଷୀକୁ ଉଚିତ ଦଣ୍ଡ ଦିଆଯିବ ବୋଲି ସେ ପ୍ରକାଶ କରିଛନ୍ତି | ପୋଲିସ ଶବ ବେବଛେଦ ପାଇଁ କୁଜଙ୍ଗ ପଠାଇ ଥିବା ଜଣାପଡିଛି ।
