ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ
Alok Kumar Mohapatra | 07 Mar 2026 | 5 min read | 9 views
ପାରାଦ୍ୱୀପ ( ପି.ଏନ. ଏସ ) : ଜଣେ ସାଧାରଣ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧା ମୂର୍ତ୍ତିଙ୍କ ଫଟୋ ଚିତ୍ର ଗ୍ରହଣ କଲେ କେନ୍ଦ୍ର ଗୃହ ମନ୍ତ୍ରୀ | ଖାଲି ଫଟୋ ଚିତ୍ର ନେଲେ ସେତିକି ନୁହେଁ ଖୁସିର ସହ ତାଙ୍କ ସହ ହାତ ମିଳେଇ ତାଙ୍କ ନାଁ ମଧ୍ୟ ପଚାରି ବୁଝିଲେ | ଯାହାକୁ ନେଇ ନିଜ ଖୁସି ବ୍ୟକ୍ତ କରିଛନ୍ତି ଉକ୍ତ ଯୁବକ | କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଙ୍କୁ ଭେଟି ଜଗତର ନାଥ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ଫଟୋ ଚିତ୍ର ପ୍ରଦାନ କଲେ ଯୁବ ସମାଜସେବୀ। ପାରାଦ୍ଵୀପ ଇଫକୋ ପରିସରରେ ଇଫକୋ କାରଖାନା ପକ୍ଷରୁ ତିଆରି ହୋଇଥିବା ସଲଫ୍ୟୁରିକ୍ ଏସିଡ ପ୍ଲାଣ୍ଟ ର ଲୋକାର୍ପଣ ଉତ୍ସବ ରେ ଯୋଗ ଦେଇ ମାନ୍ୟବର ଗୃହ ମନ୍ତ୍ରୀ ଅମିତ ଶାହା ଉଦବୋଧନ ଦେଉଥିବା ବେଳେ ଏହି ଫଟୋ ଚିତ୍ର ଦେଖାଇଥିଲେ ଯୁବ ସମାଜସେବୀ ଅନନ୍ତ ବିଶ୍ବାଳ। ଉଦବୋଧନ ଦେଇ ସାରିବା ପରେ ଅନନ୍ତ ଙ୍କୁ ଡାକିଥିଲେ ଶାହା। ତାଙ୍କଠାରୁ ଫଟୋ ଗ୍ରହଣ କରିବା ସହିତ ତାଙ୍କ ସହିତ ହାତ ମିଳାଇଥିଲେ। ଏହି ଘଟଣାକୁ ନେଇ ଅନନ୍ତ ଖୁସିବ୍ୟକ୍ତ କରିବା ସହିତ ଗୃହ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି | ତେବେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ କେବଳ ଟିଭି କିମ୍ବା ମୋବାଇଲରେ ଦେଖୁଥିବା ବେଳେ ଆଜି ସିଧାସଳଖ ତାଙ୍କୁ ଭେଟିବା ସହିତ ତାଙ୍କ ସହିତ ହାତ ମିଳାଇ ବେଶ୍ ଖୁସି ଥିବା କହିଛନ୍ତି ଅନନ୍ତ |
