Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ

Alok Kumar Mohapatra | 07 Mar 2026 | 8 min read | 6 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ରେ ପହଁଚିଲା ରୁଷ ର ତୈଳ ଜାହାଜ l ମଧ୍ଯପ୍ରାଚ୍ୟରେ ଉପୁଜିଥିବା ଯୁଦ୍ଧ ବିଭୀଷିକା ରେ ଭାରତ ରେ ତୈଳ ସଙ୍କଟ ଦୂର କରିବାକୁ ଭାରତ କୁ ସହାୟତା ର ହାତ ବଢ଼ାଇଛି ରୁଷ l ବିପଦ ର ବନ୍ଧୁ ରୁଷ, ଯାହା କାର୍ଯ୍ୟରେ ଦେଖାଇଛି ଭାରତର ମିତ୍ରଦେଶ ରୁଷ l ଯୁଦ୍ଧ ବେଳେ ଭାରତକୁ ରୁଷ୍ ଭରସା ହୋଇଛି l ପଶ୍ଚିମ ଏସିଆରେ ଯୁଦ୍ଧର ଘନଘଟା ମଧ୍ୟରେ ମଧ୍ୟପ୍ରାଚ୍ୟ ଅଞ୍ଚଳରୁ ସାରା ବିଶ୍ଵକୁ ତୈଳ ଯୋଗାଣ ପ୍ରଭାବିତ ହୋଇଛି। ବିଶେଷକରି ହର୍ମୁଜ୍ ପ୍ରଣାଳୀ ବନ୍ଦ ଯୋଗୁ ତୈଳ ଟ୍ୟାଙ୍କର ଗୁଡିକ ଯାତାୟାତ କରିବାରେ ଘୋର ବ୍ୟାଘାତ ସୃଷ୍ଟି ହୋଇଛି। ଏହାକୁ ନେଇ ଭାରତରେ ମଧ୍ୟ ତୈଳ ସଂକଟ ସୃଷ୍ଟି ହେବାଭଳି ଆଶଙ୍କା ସୃଷ୍ଟି ହୋଇଛି l ତେବେ ରୁଷରୁ ଆସିବାକୁ ଥିବା ତୈଳ ଭାରତରେ ତୈଳ ଚାହିଦା କ୍ଷେତ୍ରରେ ସଂକଟକୁ ଦୂର କରି ପାରିବ ବୋଲି କୁହାଯାଉଛି। ଆମେରିକା-ଇସ୍ରାଏଲ୍ - ଇରାନ ଯୁଦ୍ଧ ପରିପ୍ରେକ୍ଷୀରେ ମଧ୍ୟପ୍ରାଚ୍ୟ ବଦଳରେ ରୁଷରୁ ଭାରତକୁ ତୈଳ ଆମଦାନି ବୃଦ୍ଧି ପାଇବ l ଯାହାଦ୍ୱାରା ଭାରତ ଏହାର ଆବଶ୍ୟକତାର ୯୦ ପ୍ରତିଶତ ତୈଳ ଆମଦାନି କରିଥାଏ | ଇତିମଧ୍ୟରେ ଭାରତ ରୁଷରୁ ତୈଳ ଆମଦାନି ଅପେକ୍ଷାକୃତ ଭାବେ ହ୍ରାସ କରି ମଧ୍ୟପ୍ରାଚ୍ୟରୁ ଆମଦାନି ବଢ଼ାଇଥିଲା। କିନ୍ତୁ ଯୁଦ୍ଧ ପରିପ୍ରେକ୍ଷୀରେ ଦେଶରେ ଯେଭଳି ଶକ୍ତି ସଂକଟ ଦେଖା ନ ଯାଏ ସେଥିପାଇଁ ଏବେ ଭାରତ ଏହାର ପୂର୍ବ ନିଷ୍ପତ୍ତି ରେ ପରିବର୍ତନ କରିବା ସହିତ ରୁଷ୍ ତୈଳ ଉପରେ ଭାରତ ପୁନର୍ବାର ଭରସା କରିଛି | ଇତିମଧ୍ୟରେ ରୁଷ ରୁ ଦୁଇଟି ତୈଳବାହୀ ଜାହଜ ଭାରତ ଅଭିମୁଖେ ଆସିଥିବା ସ୍ପଷ୍ଟ ହୋଇଥିବା ବେଳେ ଗୋଟିଏ ଜାହଜ ପାରାଦୀପ ବନ୍ଦରରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ସୁଏଜ୍ ମାକ୍ସ ଟ୍ୟାଙ୍କର୍ ନାମକ ଏହି ଜାହଜରେ ୭ ଲକ୍ଷ ୩୦ ହଜାର ବ୍ୟାରେଲ୍ ତୈଳ ରହିଛି। ସିଙ୍ଗାପୁର ଅଭିମୁଖେ ଯାଉଥିବା ଏହି ଜାହଜର ଦିଗ ପରିବର୍ତ୍ତନ କରାଯାଇ ପାରାଦୀପ ଆସିଥିବା ସୂଚନା ମିଳିଛି l ସେହିପରି ଅନ୍ୟ ଏକ ଟ୍ୟାଙ୍କର୍ ମାଧ୍ୟମରେ ଭାରତକୁ ୭ ଲକ୍ଷ ବ୍ୟାରେଲ ତେଲ ଆସିଥିବାର ସୂଚନା ମିଳିଛି l ଯାହା ଯୁଦ୍ଧ ସମୟରେ ତୈଳ ସଙ୍କଟ କୁ ଦୂର କରିବାରେ ଯଥେଷ୍ଟ ସହାୟକ ହେବ ବୋଲି ସୂଚନା ମିଳିଛି l