ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ
Alok Kumar Mohapatra | 07 Mar 2026 | 13 min read | 10 views
ପାରାଦ୍ୱୀପ ( ପି.ଏନ. ଏସ ) : ଓଡ଼ିଶାର ବରପୁତ୍ର, ମହାନ ସ୍ୱାଧୀନତା ସଂଗ୍ରାମୀ, ପାରାଦୀପ ବନ୍ଦର ନିର୍ମାଣ ର ପ୍ରମୁଖ ବିନ୍ଧାଣି ବିଜୁ ପଟ୍ଟନାୟକ ଙ୍କର ୧୧0 ତମ ଜନ୍ମଜୟନ୍ତୀ l ଯାହାକୁ ନେଇ ପାରାଦୀପ ନଗର ବିଜେଡି ଓ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ତରଫରୁ ପାରାଦୀପ ର ବିଭିନ୍ନ ଦେବାଳୟ ରେ ପୂଜାର୍ଚନା ସହିତ ମେଡିକାଲ ରେ ଫଳ ବଣ୍ଟନ ଓ ଅଠରବାଙ୍କୀ ରେ ରହିଥିବା ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି l ପାରାଦୀପ ନଗର ବିଜେଡି ର ସମସ୍ତ ତୁଙ୍ଗନେତା ଓ କର୍ମୀ ମାନେ ସାମିଲ ହୋଇ ଏକତାର ସୂତ୍ରରେ ବାନ୍ଧିହେବା ସହିତ ପାରାଦୀପ ବନ୍ଦର ନିର୍ମାଣ ପାଇଁ ବିଜୁବାବୁଙ୍କ ପ୍ରଚେଷ୍ଟା ଓ ଦେଖିଥିବା ସ୍ବପ୍ନ ଆଜି ସାକାର ହୋଇଥିବା କହିଛନ୍ତି l ଆଜି ପାରାଦୀପ ବନ୍ଦର ସର୍ବଭାରତୀୟ ବୃହତ ବନ୍ଦର ମାନଙ୍କ ମଧ୍ୟରେ ପ୍ରମୁଖ ବନ୍ଦର ଭାବରେ ପରିଗଣିତ ହୋଇଛି l ପଣ୍ୟ କାରବାର କ୍ଷେତ୍ରରେ ପାରାଦୀପ ବନ୍ଦର ଆଜି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ଜାହିର କରିଛି l ଯାହା ବିଜୁବାବୁ ଙ୍କର ଅବଦାନ ବୋଲି କହିବା ସହିତ ବିଜୁବାବୁ ଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ମଧ୍ୟ ବାପାଙ୍କ ସ୍ବପ୍ନ କୁ ସାକାର କରିବପାଇଁ ଓଡିଶାବାସୀ ଙ୍କ ପାଇଁ ଉତ୍ସର୍ଗୀକୃତ ଭାବରେ ଦୀର୍ଘ ୨୪ ବର୍ଷର ଶାସନ ପ୍ରମାଣିତ କରିଛି l ସକାଳ ସମୟରେ ବିଜୁବାବୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ପରେ ସନ୍ଧ୍ୟା ରେ ନୂଆବଜ଼ାର ଠାରେ ବିଜୁ ମେମୋରିଆଲ ଟ୍ରଷ୍ଟ ପରିସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ବିଜୁବାବୁ ଙ୍କୁ ଭଲ ପାଉଥିବା ବରେଣ୍ୟ ବ୍ୟକ୍ତି ବିଶେଷ ଓ ବିଜେଡି ର ପ୍ରମୁଖ ନେତୃବୃନ୍ଦ ସାମିଲ ହୋଇ ପାରାଦୀପ ପାଇଁ ବିଜୁବାବୁ ଙ୍କ ଅବଦାନ ବିଷୟରେ ସ୍ମୃତିଚାରଣ କରିଥିଲେ l ଆଜି ବୁଜୁବାବୁ ନାହାନ୍ତି, ହେଲେ ପାରାଦୀପ ପାଇଁ ଏଭଳି ସ୍ମୃତି ଛାଡି ଚାଲିଯାଇଛନ୍ତି, ଯାହାକୁ ଆମର ପିଢ଼ି ପରେ ପିଢ଼ି ମନେ ପକାଇବେ l ଆଜି ନବୀନ ପଟ୍ଟନାୟକ ଶାସନ ରେ ନାହାନ୍ତି ହେଲେ ବିଜୁବାବୁ ଙ୍କ ନୀତି ଆଦର୍ଶ ରେ ଓଡିଶା ପାଇଁ ଏପରି କାର୍ଯ୍ୟ କରିଛନ୍ତି ଯାହାକୁ ଆଜି ଓଡ଼ିଶାବାସୀ ଝୁରୁଛନ୍ତି l ବର୍ତ୍ତମାନ ର ବିଜେପି ସରକାର ରଙ୍ଗବୋଳା ସରକାର ବୋଲି କହିବା ସହିତ ବିଭିନ୍ନ କ୍ଷେତ୍ରରେ ବିଜେପି ସରକାର ବିଫଳ ହୋଇଛନ୍ତି l ପାରାଦୀପ ର ଆଇନ ଶୃଙ୍ଖଳା ପରିସ୍ଥିତି ଆଜି ଭୁଶୁଡି ପଡିଛି, ଆଜି ନାରୀ ସୁରକ୍ଷିତ ନାହାନ୍ତି, ଆଜି ଶ୍ରମିକ ସଠିକ ପ୍ରାପ୍ୟ ପାଇପାରୁନାହଁ, ଆଜି ପ୍ରତ୍ୟେକ କ୍ଷେତ୍ରରେ ଏହି ସରକାର ବିଫଳ ବୋଲି ଉପସ୍ଥିତ ବିଜେଡି ର ତୁଙ୍ଗନେତା ମାନେ କହିବା ସହିତ ବିଜୁବାବୁ ଙ୍କୁ ଭାରତରତ୍ନ ପ୍ରଦାନ କରିବାକୁ ସ୍ୱର ଉଠାଇଛନ୍ତି l ସ୍ମୃତିଚରଣ ସଭା ରେ ପାରାଦୀପ ର ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ,ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ପ୍ରମୋଦ କିଶୋର ଜେନା,ପାରାଦୀପ ନଗର ବିଜେଡି ସଭାପତି କୁମର ବର ନାୟକ, ଜଗତସିଂହପୁର ଜିଲ୍ଲା ମହିଳା ସଭାନେତ୍ରୀ ଲୋରା ମହାପାତ୍ର, ରାଜ୍ୟ ବିଜେଡି ମହିଳା ଉପସଭାନେତ୍ରୀ ସବିତା ମହାପାତ୍ର, କୁଜଙ୍ଗ ବ୍ଲକ ଚେୟାରମ୍ୟାନ ନିନାରାଣୀ ସାହୁ, କୁଜଙ୍ଗ ବ୍ଲକ ଭାଇସ ଚେୟାରମ୍ୟାନ ଜ୍ଞାନଜିତ ସ୍ୱାଇଁ, କୁଜଙ୍ଗ ବ୍ଲକ କାର୍ଯ୍ୟକାରୀ ସଭାପତି ସୁଢଳ ସ୍ୱାଇଁ, କୁଜଙ୍ଗ ବ୍ଲକ ନୋମିନି ସତ୍ୟ ମୁଦୁଲି, କୁଜଙ୍ଗ ବ୍ଲକ ବିଜେଡି ର ବରିଷ୍ଠ ନେତା ଅରୁଣ ବେହେରା,ପାରାଦୀପ ନଗର ଯୁବ ବିଜେଡି ସଭାପତି ଆଲୋକ ମହାପାତ୍ର, ପରିଷଦ କେ ଜଗନ୍ନାଥ ରାଓ, ନବକୁମାର ବେହେରା, ସୁଶାନ୍ତ ଦାସ, ରୁନୁ ପରିଡା, ଶଙ୍କର ପ୍ରସାଦ ରାଉତ, ଚିନ୍ମୟ ପରିଡା,ଅଜିତ କୁମାର ଷଢଙ୍ଗୀ, ନଳିନୀପ୍ରଭା ସାହୁ, ଭାରତୀ ସାମନ୍ତରାୟ, ରେଖା ପରିଜା,ପ୍ରଭାତୀ ନାୟକ,ଅଟଳ ପରିଡା, ରଶ୍ମି ରଞ୍ଜନ ପରିଡା ଙ୍କ ସମେତ ପାରାଦୀପ ବିଜେଡି ର ତୁଙ୍ଗ ନେତୃତ୍ୱ ଓ କର୍ମୀ ମାନେ ଉପସ୍ଥିତ ରହିଥିଲେ l
