ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ
Bureau report | 06 Mar 2026 | 7 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ଷଣ୍ଢକୁଦ ବସ୍ତିରେ ଜଣେ ମାନସିକ ଭିନ୍ନକ୍ଷମ ଯୁବକକୁ କେବୁଲ ରେ ମାଡ଼ ମାରିବା ସହିତ ନୃଶଂସ ଭାବରେ ଛାତି କୁ ଗୋଇଠା ମାରିବା ଘଟଣା ରେ ବ୍ୟାସ ଫାଉଣ୍ଡେସନ ଓ ପାରାଦୀପ ବଜରଙ୍ଗ ଦଳ ତରଫରୁ ଜଟାଧାରୀ ସାମୁଦ୍ରିକ ଥାନା ରେ ଏତଲା ଦେବା ପରେ ଆଜି ଏହି ମାନସିକ ଭିନ୍ନକ୍ଷମ ଯୁବକ କୁ ଉଦ୍ଧାର କରିଛନ୍ତି ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଏବଂ ସାଥି l ଏହି ମାନସିକ ଭିନ୍ନକ୍ଷମ ଯୁବକ ଟି ସୁସ୍ଥ ହେବା ସହିତ କିପରି ତା ପରିବାର କୁ ଫେରିବ ଏବଂ ସୁରକ୍ଷିତ ଭାବରେ ବଞ୍ଚି ପାରିବ ଏ ନେଇ ପ୍ରୟାସ କରିଛି ବ୍ୟାସ ଫାଉଣ୍ଡେସନ l ପୁରୀ କଣାସ ଠାରେ ଥିବା ନୀଳାଚଳ ସେବା ସଂସ୍ଥାନରେ ଯୁବକ କୁ ଛଡ଼ାଯିବ ବୋଲି କହିଛନ୍ତି ସ୍ନେହମୟୀ l ପାରାଦୀପ ଅଞ୍ଚଳ ରେ ଘୁରି ବୁଲୁଥିବା ଶତାଧିକ ମାନସିକ ଭିନ୍ନକ୍ଷମ ଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ନୀଳାଚଳ ସେବା ସଂସ୍ଥାନ ରେ ସୁରକ୍ଷିତ ଭାବରେ ଛାଡିଛନ୍ତି ସ୍ନେହମୟୀ l ହେଲେ ଷଣ୍ଢକୁଦ ବସ୍ତିରେ ଯେଉଁଭଳି ଭାବରେ ଏହି ମାନସିକ ଭିନ୍ନକ୍ଷମ ଯୁବକ ପ୍ରତି ଅତି ଅମାନୁଷିକ ଭାବରେ ଆକ୍ରମଣ କରାଯାଇଛି ଏହାକୁ ତୀବ୍ର ନିନ୍ଦା କରିବା ସହିତ ଜଟାଧାରୀ ମୁହାଣ ସାମୁଦ୍ରିକ ଥାନା ଅଧିକାରିଣୀ ଙ୍କ କାର୍ଯ୍ୟ କୁ ପ୍ରଶଂସା କରିଛନ୍ତି l ଅନ୍ୟପଟେ ଷଣ୍ଢକୁଦ ବସ୍ତି ବାସିନ୍ଦା ଏହି ମାନସିକ ଭିନ୍ନକ୍ଷମ ଯୁବକ ପ୍ରତି ଯେଉଁଭଳି ଭାବରେ ସହାନୁଭୂତି ଦେଖାଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ l ସମାଜ ରେ ସମସ୍ତଙ୍କର ବଞ୍ଚିବାର ଅଧିକାର ଅଛି, ତେଣୁ ସେ ଯେ କେହିବି ହେଉ ନା କାହିଁକି, କାହା ପ୍ରତି ଏମିତି ଆକ୍ରମଣ ନ କରି ସେମାନେ କିପରି ସମାଜର ମୁଖ୍ୟସ୍ରୋତ କୁ ଫେରିବେ ଏ ନେଇ ସମସ୍ତେ ସହଯୋଗ ର ହାତ ବଢ଼ାଇବାକୁ କହିଛନ୍ତି ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ l
