Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ

Bureau report | 06 Mar 2026 | 7 min read | 10 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ଦର କର୍ମଚାରୀ ଙ୍କ ସମେତ ବନ୍ଦରରେ କାର୍ଯ୍ୟରତ ବିଭିନ୍ନ କମ୍ପାନୀର କର୍ମଚାରୀ ମାନଙ୍କୁ ନେଇ ଏକ ସଚେତନତା ରାଲି ପାରାଦୀପ ପରିକ୍ରମା କରିଥିଲା। ବନ୍ଦରର ପ୍ରଶାସନିକ ଭବନ ସମ୍ମୁଖରେ ସୁରକ୍ଷା ସଚେତନ‌ତାକୁ ନେଇ ଏକ ଶପଥ ପାଠ କରାଇବା ସହିତ ସଚେତନତା ରଥର ଶୁଭାରମ୍ଭ କରିଥିଲେ ବନ୍ଦର ଅଧ୍ୟକ୍ଷ ପି.ଏଲ ହାରାନାଧ । ପଣ୍ୟ କାରବାର ରେ ପାରାଦୀପ ବନ୍ଦର ଭାରତର ଏକ ନମ୍ବର ମେଜର ପୋର୍ଟର ମାନ୍ୟତା ହାସଲ କରିଛି । ସେହିପରି ପାରାଦୀପ ବନ୍ଦର ମଧ୍ୟରେ ଏବଂ ବାହାରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ବିଶେଷ କରି ଏପ୍ରିଲ ମାସ ପ୍ରଥମରୁ କୌଣସି ବ୍ୟକ୍ତି ବନ୍ଦର ନିଷିଦ୍ଧାଞ୍ଚଳକୁ ଯିବାକୁ ହେଲେ ଏକ ସେଫ୍ଟି କୋର୍ସ କରିବା ବାଧ୍ୟତା ମୂଳକ। ଏହି କୋର୍ସ ପାରାଦୀପ ବନ୍ଦରର ସେଫ୍ଟି ବିଭାଗ ପକ୍ଷରୁ ଯୋଗାଇ ଦେବାକୁ ସ୍ଥିର କରାଯାଇଛି। ବନ୍ଦର ନିଷିଦ୍ଧାଞ୍ଚଳରେ କାର୍ଯ୍ୟ କରୁଥିବା ଯେଉଁ କର୍ମଚାରୀ ଏହି ସେଫ୍ଟି କୋର୍ସ କରିନଥିବେ ସେମାନଙ୍କ ଗେଟ୍ ପାସ୍ କୁ ରଦ୍ଦ କରାଯିବାକୁ ସ୍ଥିର କରାଯାଇଛି। ସେହିପରି ପାରାଦୀପ ବନ୍ଦର ପକ୍ଷରୁ ସ୍ଵତନ୍ତ୍ର ମେଡିକାଲ ଚେକପ୍ ର ବ୍ୟବସ୍ଥା ଆରମ୍ଭ କରାଯାଇଛି। ସମସ୍ତ କର୍ମଚାରୀ ଓ ଠିକା କର୍ମଚାରୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନଙ୍କୁ ଚିକିତ୍ସା ସୁବିଧା ନିମନ୍ତେ ବ୍ୟବସ୍ଥା କରାଯାଉଛି। ବନ୍ଦରର ଅପରେସନ ଏରିଆ କୁ ପଶିବା ପୂର୍ବରୁ ସମସ୍ତ ସେଫ୍ଟି ସରଞ୍ଜାମ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ଏଥିସ‌ହିତ ବନ୍ଦର ନିଷିଦ୍ଧାଞ୍ଚଳରେ କାଯ୍ୟ କରୁଥିବା ସବୁ ବର୍ଗର ଲୋକଙ୍କୁ କାମ କରିବା ସମୟରେ ପ୍ରଥମେ ସୁରକ୍ଷା କୁ ପ୍ରାଧାନ୍ୟ ଦେବା ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି।