Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ଗଛରେ ଝୁଲୁଛି ବନିତା

pragyansila bureau | 22 Jun 2025 | 6 min read | 5 views

ନାଉଗାଁ ( ପି.ଏନ. ଏସ ) : ବଣରେ ଝୁଲୁଛି ବନିତା , ଗୋଡ ତଳେ ଲାଗିଛି ଆଉ ଦେହର ବ୍ଲାଉଜ ମଧ୍ୟ ଗାଏବ | ନିଜ ପିନ୍ଧା ଲୁଗାରେ ଅର୍ଦ୍ଧ ଉଲଗ୍ନ ଅବସ୍ତାରେ ଗଛରେ ଝୁଲୁଛି ସେ | ଏପଟେ ପରିବାର ଆଣିଲା ହତ୍ୟା ଅଭିଯୋଗ | ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଛତିଆନା ଗ୍ରାମର ରବିନ୍ଦ୍ର ସାହୁଙ୍କ ଝିଆରୀ ବନିତା ସାହୁ ଆଜକୁ ପାଞ୍ଚବର୍ଷ ତଳେ ପୁରୀ ଜିଲ୍ଲା ନିମାପଡ଼ା ଥାନା ଚାଉଳବସ୍ତ ଗ୍ରାମର ନବଘନ ସାହୁଙ୍କୁ ବିବାହ କରିଥିବା ବେଳେ ଗତ ତିନିଦିନ ହେବ ସେ କୁଆଡେ ଚାଲିଯାଇଥିବା ତାଙ୍କ ଶାଶୁଘର ଲୋକେ ବାପଘରକୁ ଖବର ଦେଇଥିଲେ | ବାପଘର ଲୋକ ବିଳମ୍ବରେ କଣ ପାଇଁ ଖବର ଦେଲେ ବୋଲି ସନ୍ଦେହ କରିବା ସହ ନିମାପଡ଼ା ଥାନାରେ ଏକ ଜଉତୁକ ନିର୍ଯ୍ୟତନା କେଶ ମଧ୍ଯ ଦେଇଥିଲେ | କିନ୍ତୁ ଆଜି ଭୋର ସକାଳୁ ନାଉଗାଁ ବ୍ଲକ ଦେବୀଦୋଳ ଦେବୀ ନଦୀ ପାଖ ରାସ୍ତାକଡ଼ ଏକ ବଣ ଅଞ୍ଚଳରେ ଥିବା ଗଛରେ ବନିତାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି | ପରିବାର ପକ୍ଷ୍ୟରୁ ହତ୍ୟା ଅଭିଯୋଗ ହୋଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି | ଯଦି ବନିତା ରାଗି କରି ଆସିଲେ ତେବେ ତିନିଦିନ ଧରି ସେ ଥିଲେ କେଉଁଠି ଓ ତାଙ୍କ ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ | ସେ ଏକୁଟିଆ ବୁଲୁଥିବା ଅବସ୍ତାରେ କେହି ତାଙ୍କୁ ତାଙ୍କ ସହ କିଛି ଖରାପ କରି ତାଙ୍କୁ ଟାଙ୍ଗୀ ଦେଇନି ତ ବୋଲି ମଧ୍ଯ ପ୍ରଶ୍ନ ଉଠିଛି | ଯଦି ସେ ଆତ୍ମହତ୍ୟା କଲେ ତେବେ ତାଙ୍କ ବ୍ଲାଉଜ ଗଲା କୁଆଡେ ଓ ସେ ଅର୍ଦ୍ଧ ଉଲଗ୍ନ ହେଲେ କିପରି ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି |