Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଦିନିକିଆ ଗସ୍ତରେ ପାରାଦ୍ୱୀପ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ

Bureau report | 06 Mar 2026 | 6 min read | 8 views

ପାରାଦ୍ୱୀପ ( ପି.ଏନ. ଏସ ) : ଦିନିକିଆ ପାରାଦୀପ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ପାରାଦୀପ ସ୍ଥିତ ଇଫକୋ ପରିସରରେ ନୂତନ କରି ନିର୍ମିତ ହୋଇଥିବା ୨୦୦୦ ମେଟ୍ରିକ ଟନ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କରିବେ କେନ୍ଦ୍ର ଗୃହମନ୍ତ୍ରୀ। ଆସନ୍ତା କାଲି ଦିନ ୨ଟା ୪୫ ମିନିଟ ସମୟରେ ଇଫକୋ ପରିସରରେ ଥିବା ହେଲିପ୍ୟାଡରେ ଓହ୍ଲାଇବା ପରେ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ କୁ ଯିବାର କାର୍ଯ୍ୟକ୍ରମ ରହିଛି। ପରେ ଷ୍ଟାଡିୟମ ପରିସରରେ ଏକ ସଭା କାର୍ଯ୍ୟ ରେ ଯୋଗଦେଇ ଉଦ‌ବୋଧନ ଦେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ଶୀତତାପ ନିୟନ୍ତ୍ରିତ ଏହି ସଭାଗୃହରେ ପାଖାପାଖି ୫୦୦୦ ଲୋକଙ୍କ ବସିବା ପାଇଁ ସ୍ଥିର କରାଯାଇଥିବା ବେଳେ ଦିଲ୍ଲୀ ଏବଂ କଲିକତାରୁ ଆସିଥିବା ଟେଣ୍ଟ କାରିଗର ମାନେ ଏବଂ ଇଫକୋ କର୍ମଚାରୀ ମାନଙ୍କ ସହଯୋଗରେ ୩ ଦିନ ଭିତରେ ନିର୍ମାଣ କରିବା ଏକ ଚ୍ୟାଲେଞ୍ଜ ଥିଲା ବୋଲି ପାରାଦୀପ ଇଫକୋ ୟୁନିଟ ହେଡ୍ ପି.କେ ମହାପାତ୍ର ପ୍ରକାଶ କରିଛନ୍ତି। ଏହି କାଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଜଗତସିଂହପୁର ସାଂସଦ ବିଭୂପ୍ରସାଦ ତରାଇ, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ପାଇଁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଙ୍କ ସମେତ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଆସିବାର କାଯ୍ୟକ୍ରମ ରହିଛି ବୋଲି ପାରାଦୀପ ଇଫକୋ ୟୁନିଟ ହେଡ୍ ପି.କେ ମହାପାତ୍ର ପ୍ରକାଶ କରିଛନ୍ତି।