ଯମୁନା ସ୍ନାନ ପଡିଆରେ ଏକାଠି ହେଲେ ଚଉଦ ଦୋଳ
Bureau report | 06 Mar 2026 | 4 min read | 5 views
ନାଉଗାଁ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଞ୍ଚାୟତ ବନ୍ଧମୁଣ୍ଡା ଯମୁନା ସ୍ନାନ ପଡିଆରେ ଏକାଠି ହେଲେ 14 ଦୋଳ | ଭାଇଚାରା ଓ ଗ୍ରାମ୍ୟ ସଂସ୍କୃତି ତଥା ଓଡିଆ ପରମ୍ପରାର ଅନନ୍ୟ ନିଦର୍ଶନ ଏହି ଦୋଳ ମେଳଣ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ | ରାତି ପାହାନ୍ତାରେ ଏଠାରେ ଏହି ଦୋଳଯାତ୍ରା ଅନୁଷ୍ଟିତ ହେଉଥିବା ବେଳେ ଜଗତସିଂହପୁର ତଥା ପୁରୀ ଜିଲ୍ଲାରୁ ଦୋଳ ବିମାନରେ ପ୍ରଭୁଙ୍କୁ ଏଠାକୁ ଅଣା ଯାଇଥାଏ | ହରି ଆଉ ହରଙ୍କ ମିଳନରେ ପ୍ରକମ୍ପିତ ହୋଇ ଉଠେ ସମଗ୍ର୍ ଅଞ୍ଚଳ | ଶହ ଶହ ବର୍ଷର ପୁରୁଣା ଏହି ପରମ୍ପରାକୁ ଚଳିତ ବର୍ଷ ବେଶ୍ ଆଡମ୍ବରପୂର୍ଣ୍ଣ ଭାବେ ପାଳନ କରାଯାଉଥିବା ବେଳେ ଏହି ପଡିଆର ଉନ୍ନତି ନିମନ୍ତେ ଆଗାମୀ ଦିନରେ ଚେଷ୍ଟା କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାଶ |
ରିପୋର୍ଟ - ବୈଷ୍ଣବ ରାଉଳ
ରିପୋର୍ଟ - ବୈଷ୍ଣବ ରାଉଳ
