Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଅସହାୟ ମାନସିକ ଭିନ୍ନକ୍ଷମ ଙ୍କୁ ଆକ୍ରମଣ ବିରୋଧରେ ସମାଜସେବୀ ଙ୍କ ଥାନାରେ ଏତଲା

Alok Kumar Mohapatra | 27 Feb 2026 | 9 min read | 11 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ର ଷଣ୍ଢକୁଦ ବସ୍ତିରେ ଏକ ହୃଦୟବିଦାରକ ଘଟଣାରେ ଜଣେ ମାନସିକ ଭିନ୍ନକ୍ଷମ ଯୁବକ କୁ ଅତି ଅମାନୁଷିକ ଭାବରେ ଏକ ଘର ଭିତରେ କେବୁଲ ଓ ଲଢ଼ିରେ ମାଡ଼ ମାରିବା ସହିତ ନୃଶଂସ ଭାବରେ ଏହି ମାନସିକ ଭିନ୍ନକ୍ଷମ ଯୁବକ କୁ ଛାତିକୁ ଗୋଇଠା ମାରି ଆହତ କରିଥିଲେ ଦୁଇଜଣ ଯୁବକ l ମାଡ଼ ମାରିବା ସହିତ ଏହାକୁ ଭିଡିଓ କରି ସୋସିଆଲ ମିଡିଆରେ ଛାଡିବା ଏକ ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି ପାରାଦୀପରେ l ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବାପରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀ ଓ ସ୍ଥାନୀୟ ବାସିନ୍ଦା ଏହି କାର୍ଯ୍ୟକୁ ଦୃଢ ନିନ୍ଦା କରିବା ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ ଓ ବଜରଙ୍ଗ ସେନାର କର୍ମୀ ମାନେ ଜଟାଧାର ମୁହାଣ ଥାନାରେ ଲିଖିତ ଅଭିଯୋଗ କରି ଅପରାଧୀ ଙ୍କ ବିରୋଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବୀ କରିଛନ୍ତି l ଯେଉଁଭଳି ଭାବରେ ଅତି ଅମାନୁଷିକ ଭାବରେ ଜଣେ ମାନସିକ ଭିନ୍ନକ୍ଷମ, ଭଲ ଭାବରେ କଥା କହି ପାରୁନଥିବା ନିରୀହ ଯୁବକ କୁ ମାଡ଼ ମରାଯାଉଛି ଏହାକୁ ଦୃଢ ନିନ୍ଦା କରିବା ସହିତ ଉକ୍ତ ଯୁବକ ର ଚିକିତ୍ସା କରିଵା ପରେ ଜଟାଧାର ମୁହାଣ ସାମୁଦ୍ରିକ ଥାନା ତରଫରୁ ଏହି ଯୁବକ ମାନଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଦୁଇଟି ସଂଗଠନ ର ସଦସ୍ୟ l ପୋଲିସ ତରଫରୁ ଏଭଳି ଦଣ୍ଡ ଦିଆଯାଉ ଯେମିତି ଏହି ଯୁବକ ମାନଙ୍କ ସହିତ ଯେଉଁମାନେ ଏହିଭଳି କାର୍ଯ୍ୟକଳାପ ରେ ଲିପ୍ତ ଅଛନ୍ତି ସେମାନେ ମାଡ଼ ମାରିବା ତ ଦୂରର କଥା ଯେପରି କାହାକୁ ମୁହଁ ଉଠାଇ ଦେଖିବେନି ସେହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜଟାଧାର ମୁହାଣ ଥାନା ଅଧିକାରିଣୀ ଙ୍କୁ ନିବେଦନ କରିଛନ୍ତି ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟ l ଆକ୍ରମଣ ର ଶିକାର ହୋଇଥିବା ଏହି ମାନସିକ ଭିନ୍ନକ୍ଷମ ପିଲାଟି ଦୀର୍ଘଦିନ ହେବ ଷଣ୍ଢକୁଦ ବସ୍ତିରେ ରହିଆସୁଥିବା ସ୍ଥାନୀୟ ଲୋକମାନେ କହିଛନ୍ତି l ତେବେ ମାଡ଼ ମାରୁଥିଵା ଯୁବକ ମାନେ ବିଭିନ୍ନ ସମୟରେ ଯେଉଁ ନିରୀହ ଲୋକ ମାନଙ୍କୁ ବିଭିନ୍ନ ପ୍ରକାର ହଇରାଣ ହରକତ କରିଵା ମାଡ଼ ମାରି ଭିଡିଓ ଭାଇରାଲ କରି ସେମାନଙ୍କ ମଜା ଉଡାଇ ଖୁସି ମନାନ୍ତି ବୋଲି କିଛି ସ୍ଥାନୀୟ ଲୋକ କହିଛନ୍ତି l ଏହି ଘଟଣା କୁ ନେଇ ପୋଲିସ ଆକ୍ସନ ମୂଡ଼ରେ ରହିବା ସହିତ ଅଭିଯୋଗ ପରେ ଜଣେ ଯୁବକ କୁ ଅଟକ ରଖିଥିବା ବେଳେ ଅନ୍ୟ ମାନଙ୍କୁ ଖୋଜୁଛି ଜଟାଧାର ମୁହାଣ ସାମୁଦ୍ରିକ ଥାନା ପୋଲିସ l