Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ଵୀପ ତାରିଣୀଗଡାରେ ଅଜଣା ଯୁବତୀଙ୍କ ବିସ୍ମୟ ମୃତ୍ୟୁରେ ଯୁବତୀଙ୍କ ପ୍ରକୃତ ପରିଚୟ ମିଳିଲା।

Alok Kumar Mohapatra | 26 Feb 2026 | 14 min read | 7 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ୱୀପ ପୌର ପଳିକା ଅନ୍ତର୍ଗତ ୫ ନମ୍ବର ୱାର୍ଡ ବିଜୟଚନ୍ଦ୍ରପୁର ମୌଜାର ତାରିଣୀଗଡାରେ ଗତ ୨୨ ତାରିଖ ବିଳମ୍ବିତ ରାତ୍ରରେ ଘଟିଯାଇଥିବା ଏକ ସମ୍ବେଦନଶୀଳ ମୃତ୍ୟୁ ଘଟଣାରେ ଜଣେ ୨୦/୨୨ ବର୍ଷ ବୟସ୍କା ଅଚିହ୍ନା ଯୁବତୀ ଚାରି ମହଲା କୋଠା ଉପରୁ ଉଲଗ୍ନ ଅବସ୍ଥାରେ ପଡ଼ି ମୃତ୍ୟୁବରଣ ଘଟଣାର ଧୀରେ ଧୀରେ ପରଦା ହଟିବାକୁ ଯାଉଛି।ତେବେ ଘଟଣାଟି ଘଟିବା ପରେ ସ୍ଥାନୀୟ ଅଞ୍ଚଳ ତଥା ବିଭିନ୍ନ ଗଣ ମାଧ୍ୟମରେ ଓ ସାମାଜିକ ଗଣମାଧ୍ୟମରେ ସନସନି ଖବର ହୋଇଯାଇଛି। ମହିଳାଟି ଖସିପଡ଼ି, ଡେଇଁପଡି, ଠେଲିଦେବା,ମାନସିକ ବିକୃତି, ଲଭ୍ ସେକ୍ସ ଧୋଖା,ଦେହଜୀବୀ ପ୍ରଭୃତି ସଜାଇ ବିଭିନ୍ନ କାହାଣୀ ଗଢି ଓ ବିଭିନ୍ନ ଗଣ ମାଧ୍ୟମରେ ଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଏହି ଖବର ଦେଖିବାକୁ ମିଳୁଛି। ଆଜି କିନ୍ତୁ ସବୁ ଚିହ୍ନା ଅଚିହ୍ନା ଦ୍ବନ୍ଦର ପରିସମାପ୍ତି ଘଟିଛି। ପାରାଦ୍ଵୀପ ପୋଲିସ ମୃତ ମହିଳାଙ୍କ ମୋବାଇଲ ଫୋନ ଜବତ କରି ଅନ କରିବା ପରେ ମହିଳାଙ୍କ ପରିବାର ସଦସ୍ୟଙ୍କ ଫୋନ ଆସିବା ପରେ ପ୍ରକୃତ ପରିଚୟ ମିଳିଥିଲା।ମୃତ ମହିଳା ଜଣକ ହେଉଛନ୍ତି ତିର୍ତ୍ତୋଲ ଥାନା କୋଲର୍ ପଞ୍ଚାୟତର ଜୟପୁର ଗ୍ରାମରେ। ସର୍କସ ପାର୍ଟିରେ କାର୍ଯ୍ୟରତ ଥିବା ସମୟରେ ତାଙ୍କ ବାପା କର୍କଟ ରୋଗରେ ପୀଡିତ ହୋଇ ଜୀବନ ହରାଇଥିଲେ ।ସେ ନିଜ ବଡ଼ ଭାଇଙ୍କ ସହିତ ରହି କୁଜଙ୍ଗ କଲେଜ ରେ ପାଠ ପଢୁଥିଲେ ବୋଲି ଜଣାପଡିଛି।ଏହି ବିସ୍ମୟ ମୃତ୍ୟୁ ଘଟଣାଟି ଘଟିଛି ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀର ପାରାଦ୍ଵୀପ ପୌର ପାଳିକା ଅନ୍ତର୍ଗତ ୫ ନମ୍ବର ୱାର୍ଡରେ। ଆଜି ସକାଳେ ମୃତ ମହିଳାଙ୍କ ପରିବାର ଓ ଆତ୍ମୀୟସ୍ଵଜନମାନେ ଗଣମାଧ୍ୟମରୁ ଖବର ଜାଣିବା ପରେ ଓ ପାରାଦ୍ଵୀପ ପୋଲିସ ଠାରୁ ଖବର ପାଇବା ମାତ୍ରେ ଯୁବତୀଙ୍କ ଭାଇ ନୃସିଂହ ନାୟକ ଓ ଆତ୍ମୀୟ ମାନେ ପାରାଦ୍ଵୀପ ପହଞ୍ଚି ଏହା ଏକ ନିଶ୍ଚିନ୍ତ ହତ୍ୟା ଘଟଣା ସମ୍ପର୍କରେ ଅବଗତ କରିବାପାଇଁ ପାରାଦ୍ଵୀପ ମଡେଲ ଥାନାର ଦ୍ବାରସ୍ଥ ହେବା ସହ ଶବ ଚିହ୍ନଟ କରିଛନ୍ତି।ଆମ ପାରାଦ୍ଵୀପ କରେସ୍ପଡେଣ୍ଟ ପ୍ରକୃତ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବାପରେ ପାରିପାର୍ଶ୍ବିକ ପରିସ୍ଥିତିରୁ ପୋଲିସ ଗଣ ଦୁଷ୍କର୍ମ ହୋଇଥିବାର ଅନୁମାନ କରୁଛି।କିନ୍ତୁ ଏଠାରେ ପ୍ରଶ୍ନ ଉଠେ ଯେ ଯୁବତୀଙ୍କ ଭାଇ ଓ ମଉସାଙ୍କ କହିବା ଅନୁଯାୟୀ ଯୁବତୀ ଜଣକ ଗତ ୨୨ ତାରିଖ ରବିବାର ଦିନ ତାର ଜଣେ ବାନ୍ଧବୀ ଓ ବାନ୍ଧବୀର ପୁରୁଷ ବନ୍ଧୁ ସହିତ ଝଙ୍କଡ଼ ଶାରଳା ମା' ଙ୍କ ପୀଠକୁ ବୁଲିବାକୁ ଆସିଥିଲେ ବୋଲି ପୋଲିସକୁ ସୂଚନା ଦେଇଛନ୍ତି।ଯୁବତୀ ଜଣକ ଘରକୁ ଆସିବା ଡେରି ହେବାରୁ ଭାଇ ନୃସିଂହ ଫୋନ କରିବାରୁ ଫୋନ ସ୍ଵିଚ ଅଫ ଥିଲା। ଏ ବିଷୟରେ ତିର୍ତ୍ତୋଲ ଥାନା ରେ ମଧ୍ୟ ଏତଲା ଦିଆଯାଇଥିଲା ବୋଲି ଯୁବତୀଙ୍କ ଭାଇ ନୃସିଂହ ନାୟକ ପ୍ରକାଶ କରିଛନ୍ତି।ଏଠାରେ ପ୍ରଶ୍ନ ଉଠୁଛି ଯେ,ଯୁବତୀ ନିଜ ବାନ୍ଧବୀ ସହିତ ଝଙ୍କଡ଼ ଶାରଳା ପୀଠକୁ ଆସିଥିଲେ ତେବେ ସେ ପାରାଦୀପକୁ ଏକା କିପରି ଗଲେ ,ସ୍ଵ ଇଚ୍ଛାରେ ଆସିଥିଲେ ନା ତାଙ୍କୁ ବେହୋସ କରି ଅଣାଯାଇଥିଲା, ଏବଂ ସାଙ୍ଗରେ ଥିବା ବାନ୍ଧବୀ ଓ ବାନ୍ଧବୀର ପୁରୁଷ ବନ୍ଧୁ କୁଆଡେ ଗଲେ ବୋଲି ଯୁବତୀଙ୍କ ପରିବାର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ତର୍ଜମା ଅନୁଧ୍ୟାନରୁ ଜଣାପଡିଛି ଯେ ପୋଲିସ ସନ୍ଦେହରେ ଯେଉଁ ଯୁବକ ମାନଙ୍କୁ ଅଟକ ରଖାଯାଇଛି ସେମାନେ ମାତ୍ର ୧୫ ଦିନ ହେବ ଆସି ଏକ କମ୍ପାନୀରେ କାମ ଆରମ୍ଭ କରିଥିଲେ।ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶାରଳା ପୀଠକୁ ଯୁବତୀ ଜଣକ ଆସିଥିବା ବେଳେ ଏକ ଅଜଣା ମୋବାଇଲ ନମ୍ବରରୁ ରାହାମାରୁ ଝିଅଟିକୁ ନେଇଯିବା ପାଇଁ ଏକ ଫୋନ କଲ ଆସିଥିଲା ଯାହାକି ଘଟଣାକୁ ଆହୁରି ରହସ୍ୟ ମଧ୍ୟକୁ ଟାଣି ନେଉଛି।ଏହି ଅଜଣା ଫୋନ କଲ୍ ନେଇ ତିର୍ତ୍ତୋଲ ଥାନାରେ ଏତଲା ଦିଆ ଯାଇଥିଲା ବୋଲି ଯୁବତୀଙ୍କ ମଉସା ପ୍ରକାଶ କରିଛନ୍ତି।ତେବେ ଯାହା ହେଉ ନା କାହିଁକି ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଚିହ୍ନଟ କରିସାରିଛି ଖୁବ୍ ଶୀଘ୍ର ଏହି ଘଟଣାରୁ ପରଦା ହଟିବ ବୋଲି ପାରାଦ୍ଵୀପ ପୋଲିସ ପକ୍ଷରୁ କୁହାଯାଇଛି।