Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦୀପ ତାରିଣୀଗଡ଼ା ଚାରି ମହଲା ଘର ତଳୁ ଅର୍ଦ୍ଧ ଉଲଗ୍ନ ଯୁବତୀଙ୍କ ଶବ ମିଳିବା ଘଟଣା

Bureau report | 26 Feb 2026 | 20 min read | 7 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ତାରିଣୀଗଡ଼ା ଚାରି ମହଲା ଘର ତଳୁ ଅର୍ଦ୍ଧ ଉଲଗ୍ନ ଯୁବତୀଙ୍କ ଶବ ମିଳିବା ଘଟଣାରେ

ପରିବାର ଆଣିଲେ କିଡନାପ ଗଣ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ

ଯୁବତୀଙ୍କ ଭାଇକୁ ଆସିଥିଲା ଧମକ ପୁର୍ଣ କଲ*

ରାହାମାରୁ ପାରାଦୀପ ଯୁବତୀ ଆସିଲେ କିପରି

ଦୁଇ ଥାନାର ପୋଲିସ ଏବେ କରୁଛି ତଦନ୍ତ
ପାରାଦୀପ ତାରିଣୀଗଡା ସମ୍ଭୁ ଖୁଣ୍ଟିଆଙ୍କ ଚାରି ମହଲା ଘର ତଳୁ ଅର୍ଦ୍ଧ ଉଲଗ୍ନ ଯୁବତୀଙ୍କ ଶବ ମିଳିବା ଘଟଣା ନେଲା ଭିନ୍ନ ମୋଡ | ଯୁବତୀଙ୍କ ପରିଚୟ ମିଳିଥିବା ଓ ସେ ତିର୍ତୋଲ ଥାନା ଅଂଚଳର ବୋଲି ଜଣା ପଡିଥିବା ବେଳେ ପରିବାର ପକ୍ଷରୁ ଗତକାଲି ସକାଳୁ ଆସି ପାରାଦୀପ ପୋର୍ଟ ମେଡିକାଲରେ ଥିବା ଶବାଗାରରେ ମୃତ ଭଉଣୀଙ୍କୁ ଚିହ୍ନଟ କରିଛନ୍ତି ତାଙ୍କ ଭାଇ ଓ ସମ୍ପର୍କୀୟ | ପରିବାର ପକ୍ଷ୍ୟରୁ କିଡନାପ ପରେ ଗଣ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ କରାଯିବା ପରେ ଆରମ୍ଭ ହୋଇଛି ତନାଘନା | ତିନି ଦିନ ଧରି ଅଟକ ଥିବା ବିହାର ଯୁବକକୁ ନେଇ ଚାରି ମହଲା କୋଠା ଭିତରେ ପୋଲିସ ଆରମ୍ଭ କରିଛି ତଦନ୍ତ | ତିର୍ତୋଲ ଥାନା ଅଞ୍ଚଳର ଯୁବତୀ ଜଣଙ୍କ ହୋଇଥିବା ବେଳେ ସେ ଗତ ରବିବାର ସକାଳ 10 ଘଟିକା ଠାରୁ ସାରଳା ମନ୍ଦିର ଯାଉଛି କହି ଘରୁ ଆସିଥିବା ଓ ସନ୍ଧ୍ୟା ସମୟରେ ସୋମନାଥ ଓଝା ନାମକ ଜଣେ ଯୁବକ ଯୁବତୀଙ୍କ ଭାଇଙ୍କୁ ରାହାମା ରେ ତୋ ଭଉଣୀ ରହିଲା ତାକୁ ଆସି ନେଇଯା ବୋଲି ଧମକ ପୁର୍ଣ ଭାବେ କହିଥିଲେ | ଏହାର କିଛି ସମୟ ପରେ ଯୁବତୀ ଓ ସୋମନାଥଙ୍କ ମୋବାଇଲ ଅଫ ଦେଖାଇବା ପରେ ଭଉଣୀକୁ ବହୁ ଖୋଜାଖୋଜି କରି ଶେଷରେ ତିର୍ତୋଲ ଥାନାରେ ନିଖୋଜ ରିପୋର୍ଟ ଦେଇଥିଲେ ତାଙ୍କ ଭାଇ | ତିର୍ତ୍ତୋଲ ଥାନାରେ ଭଉଣୀ ନିଖୋଜ କଥା ଅଭିଯୋଗ କରାଯାଇଥିବା ବେଳେ ଏପଟେ ପାରାଦୀପରୁ ମିଳିଲା ମୃତଦେହ | ଯାହାକୁ ନେଇ ତାଙ୍କୁ କିଡନାପ କରାଯାଇ ଗଣ ଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଥିବା ତାଙ୍କ ଭାଇ ଅଭିଯୋଗ କରିଛନ୍ତି | ଅନ୍ୟପଟେ ତାରିଣୀଗଡ଼ା ଉକ୍ତ କୋଠାରେ ଥିବା ୬ଜଣ ଭଡାଟିଆକୁ ପୋଲିସ ଆଣିଥିବା ବେଳେ ଜନୈକ ବିହାର ଅଞ୍ଚଳର ଯୁବକ ତାକୁ ଏହି କୋଠାକୁ ଆଣି ଆସିଥିବା ସିସିଟିଭିରୁ ପୋଲିସ ପ୍ରମାଣ ପାଇବା ପରେ ତାକୁ ନେଇ ଆଜି ଅପରାହ୍ଣରେ ଉକ୍ତ କୋଠାକୁ ଯାଇ ତଦନ୍ତ ଆରମ୍ଭ କରିଛି | ଯୁବତୀଙ୍କ ସହ ବିହାର ଯୁବକଙ୍କ କିଭଳି ପରିଚିତ ହେଲା କି ଯୁବତୀ ଜଣଙ୍କ ବାଟରେ ଆସୁଥିବା ବେଳେ ସେ ତାଙ୍କୁ ଉଠାଇ ଆଣିଲା ଓ ଉକ୍ତ କୋଠାରେ ତା ସହ କଣ ଘଟିଲା ଏବଂ କାହିଁକି କେଉଁ ପରିସ୍ଥିତିରେ ତାର ମୃତ୍ୟୁ ହେଲା ତାହାର ତଦନ୍ତ ପୋଲିସ ଆରମ୍ଭ କରିଛି | ଯୁବତୀ ଜଣଙ୍କ ଅର୍ଦ୍ଧ ଉଲଗ୍ନ ହେଲେ କିପରି, ତାଙ୍କ ସହ ଉକ୍ତ ବିହାରୀ ଯୁବକ କିମ୍ବା ତାଙ୍କ ଭାଇକୁ ଫୋନ କରିଥିବା ଯୁବକ କି ଆଉ କିଏ ଏଭଳି କାଣ୍ଡ ଘଟାଇଥିବ ତାହାର ଖିଅ ପୋଲିସ ଖୋଜୁଥିବା ବେଳେ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପାରାଦୀପ ଓ ତିର୍ତୋଲ ପୋଲିସ ଉଭୟ ଆସି ପାରାଦୀପରେ ତଦନ୍ତ କରିବାରେ ବ୍ୟସ୍ତ ଅଛନ୍ତି | ରବିବାର ରାତିର ସେହି କାଳରାତି ଘଟଣା ଏମିତି କଣ ଘଟିଲା ଯେ ସନ୍ଧ୍ୟାରେ ରାହାମାରେ ଥିବା ଜଣେ ଯୁବତୀଙ୍କର ସକାଳେ ଆସି ପାରାଦ୍ୱୀପରେ ଅର୍ଦ୍ଧ ଉଲଗ୍ନ ହୋଇ ମୃତ୍ୟୁ ହେଲା ଓ ଘଟଣାର ମୁଖ୍ୟ ଅଭିଯୁକ୍ତ କିଏ ସେନେଇ ଅନେକ ପ୍ରଶ୍ନ ପୋଲିସ ଆଗରେ ଛିଡା ହୋଇଥିବା କୁହାଯାଉଛି | ଏପର୍ଯ୍ୟନ୍ତ ବ୍ୟବଚ୍ଛେଦ ରିପୋର୍ଟ ଆସି ନଥିବା ବେଳେ ପୋଲିସକୁ ଅଟକ ଥିବା ଭଡାଟିଆ ମାନଙ୍କ ଠାରୁ ଅନେକ ତଥ୍ୟ ମିଳିଛି ବୋଲି ଶୁଣିବାକୁ ମିଳିଛି | ତାଙ୍କ ଭାଇଙ୍କୁ ଧମକ ପୁର୍ଣ ଫୋନ କଲ କରିଥିବା ସୋମନାଥ ଓଝା କିଏ ଓ ତାଙ୍କର ଯୁବତୀଙ୍କ ସହ ସମ୍ପର୍କ କଣ ସେଦିଗକୁ ପୋଲିସ ତଦନ୍ତ ଆରମ୍ଭ କରୁଥିବା ବେଳେ ଯୁବତୀ ଉକ୍ତ ବିହାରୀ ଯୁବକଙ୍କ ସହ ରାହାମାରୁ ନିଜ ଘରକୁ ନଯାଇ ପାରାଦୀପ କଣ ପାଇଁ ଆସିଲେ କି ତାଙ୍କୁ ଅଣାଗଲା ତାହା ସ୍ପଷ୍ଟ ହୋଇ ପାରିନାହିଁ | ଉକ୍ତ ବିହାର ଅଂଚଳର ଯୁବକ ଅନୁଗୁଳରୁ ବାଇକରେ ଆସୁଥିବା ଓ ବାଟରେ ଯୁବତୀ ତାଙ୍କୁ ସହାୟତା ମାଗିବାରୁ ସେ ତାଙ୍କୁ ଆଣିଥିବା ପୋଲିସ ଆଗରେ ସ୍ୱୀକାର କରିଥିବା ଶୁଣିବାକୁ ମିଳିଥିବା ବେଳେ ସହାୟତା ଦେଇଥିବା ଯୁବତୀଙ୍କୁ ବିହାର ଯୁବକ ବାଟରେ ନଛାଡି ନିଜ ଭଡା ଘରକୁ କଣ ପାଇଁ ନେଲେ ତାହା ଘଟଣାକୁ ଆହୁରି ରହସ୍ୟାବୃତ୍ତ କରିଛି | ଏକ କମ୍ପାନୀରେ କାର୍ଯ୍ୟ କରିବାପାଇଁ ମାତ୍ର ଅଳ୍ପଦିନ ହେବ ଅଟକ ଥିବା ଯୁବକ ମାନେ ପାରାଦୀପ ଆସିଥିବା ଓ ଘର ମାଲିକ ସେମାନଙ୍କୁ ବିନା ରେଂଟ ଏଗ୍ରିମେଣ୍ଟରେ ରଖିଥିବା ମଧ୍ୟ ଜଣାପଡିଛି | ଅନ୍ୟପଟେ ଯୁବତୀଙ୍କ ମୋବାଇଲ ବନ୍ଦ ଥିବା ଅବସ୍ଥାରେ ଉକ୍ତ ଚାରି ମହଲାର ଏକ ରୋଷେଇ ଘର ତାଜା ଉପରୁ ପୋଲିସ ଠାବ କରିଥିବା ବେଳେ ଯୁବତୀଙ୍କୁ ହତ୍ୟା ପରେ ତାଙ୍କ ମୋବାଇଲ ସେଠାରେ ଲୁଚା ଯାଇଥିବା ଓ ତାଙ୍କ ପ୍ୟାଣ୍ଟ ଏକ ଘର ଭିତରେ ଥିବା ବେଳେ ପୋଲିସ ତାକୁ ଜବତ କରିଛି | ବ୍ୟାଚଲର ପିଲା ଭଡା ଥିବା ବେଳେ ଉକ୍ତ କୋଠା କୁ ଯୁବତୀ ଯିବା ଓ ରାତି ତମାମ ସେଠାରେ ଏତେ କାଣ୍ଡ ଘଟିଥିବା ବେଳେ ଘର ମାଲିକ ସେହି କୋଠାରେ ଥାଇ ମଧ୍ୟ ଜାଣି ପାରିଲେ ନାହିଁ କିପରି , ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ସବୁଠାରୁ ବଡ କଥା ହେଉଛି ଉକ୍ତ କୋଠାର ଅନେକ ସିସିଟିଭିରୁ ତାର କଢ଼ାଯାଇଥିବା ଓ ଏସବୁ ଘଟଣା ମାଲିକଙ୍କ ଜାଣତରେ ହୋଇଥିବା ମଧ୍ୟ ଆଲୋଚନା ହେଲାଣି | ଯୁବତୀ କୁଜଙ୍ଗ କଲେଜରୁ ଯୁକ୍ତ ୩ ପାସ କରିଥିବା ଓ ଏକ ସରଳ ଶିକ୍ଷିତ ଯୁବତୀ ସନ୍ଧ୍ୟାରେ ରାହାମାରେ ଥିବାବେଳେ ତାଙ୍କୁ ଏକ ଅପରିଚିତ ବିହାର ଯୁବକ କିଭଳି ପାରାଦୀପ ପର୍ଯ୍ୟନ୍ତ ଆଣିଲା ଓ ସେ ଉଲଗ୍ନ ହେଲେ କିପରି ଏବଂ ତାଙ୍କ ମୋବାଇଲ ,ପ୍ୟାଣ୍ଟ ଅନ୍ତବସ୍ତ୍ର କଣ ପାଇଁ ଲୁଚାଯାଇଥିଲା ଏହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି | ସୋମନାଥକୁ ପୋଲିସ ଭୁବନେଶ୍ୱେରରୁ ପାରାଦୀପ ଆଣୁଥିବା ବେଳେ ଆଜି ସବୁ ଘଟଣାର ପରଦା ଉଠିବ ବୋଲି କୁହାଯାଉଛି |