Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ୱୀପର ବିଭିନ୍ନ ହୋଟେଲ, ଫାଷ୍ଟଫୁଡ ଓ ମିଠା ଦୋକାନ ରେ ଚଢ଼ାଉ କଲା ଖାଦ୍ୟ ସୁରକ୍ଷା ବିଭାଗ

pragyansila bureau | 22 Jun 2025 | 5 min read | 8 views

ପାରାଦ୍ୱୀପ ( ପି.ଏନ. ଏସ ) : ବନ୍ଦର ନଗରୀ ପାରାଦ୍ଵୀପ ର ବିଭିନ୍ନ ହୋଟେଲ ଓ ଫାଷ୍ଟ ଫୁଡ୍ ଦୋକାନ ରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ପାରାଦ୍ଵୀପ ଆଦର୍ଶ ଥାନା ପୋଲିସ ସହଯୋଗ ରେ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ର ଏକ ସ୍ବତନ୍ତ୍ର ଟିମ୍ ଏହି ଚଢ଼ାଉ କରିଥିଲା। ଏଥିରେ ବିଭିନ୍ନ ହୋଟେଲ ର ରୋଷେଇ ଶାଳର ସ୍ଥିତି, ପିଇବା ପାଣି ଓ ଫାଷ୍ଟ ଫୁଡ୍ ଦୋକାନ ଗୁଡ଼ିକରେ ବିନା ଗ୍ଲୋବ୍ସ ରେ ସାମଗ୍ରୀ ତିଆରି କରାଯାଉଥିବା ବେଳେ ପିଇବା ପାଣିର ମଧ୍ୟ ଯାଞ୍ଚ୍ କରାଯାଇଛି। ଏହି ଯାଞ୍ଚ୍ ସମୟରେ ଦୁଇଟି ହୋଟେଲ ଉପରେ ଫାଇନ କଟାଯାଇଥିବା ବେଳେ ସମସ୍ତ ହୋଟେଲ କୁ ୭ ଦିନ ମଧ୍ୟରେ ଆନୁସଙ୍ଗିକ ଲାଇସେନ୍ସ କରିବା ପାଇଁ ଚେତାବନୀ ଦିଆଯାଇଛି। ସେହିପରି ହୋଟେଲ ରେ ବ୍ୟବହାର ହେଉଥିବା ମସଲା ଓ ମିଠା ଦୋକାନରେ ବିକ୍ରି ହେଉଥିବା ମିଠା ଗୁଡିକର ମାନ ପରିକ୍ଷା ପାଇଁ ପଠାଇଛି ଖାଦ୍ୟ ସୁରକ୍ଷା ବିଭାଗ। ବିଭିନ୍ନ ଜିଲ୍ଲାରେ ଦ୍ରୁତ ଗତିରେ ଡାଇରିଆ ବ୍ୟାପୁଥିବା ରୁ ଏହି ଯାଞ୍ଚ୍ କରାଯାଉଥିବା ବେଳେ ଏହି ବିଭାଗରେ କର୍ମଚାରୀଙ୍କ ସଂଖ୍ୟା କମ୍ ରହିଥିବାରୁ ସବୁବେଳେ ଯାଞ୍ଚ୍ କରିବା ସମ୍ଭବ ହେଉନି ବୋଲି ସ୍ବୀକାର କରିଛନ୍ତି ଫୁଡ୍ ସେଫ୍ଟି ଅଫିସର ।