ରେଲୱେ ବିଭାଗରେ ଦୀର୍ଘ ବର୍ଷ ଧରି ନିର୍ବାଚନରେ ପଦପଦବୀ ଚାଲିଛି ମନମାନି
Alok Kumar Mohapatra | 24 Feb 2026 | 6 min read | 9 views
ପାରାଦ୍ୱୀପ ( ପି.ଏନ. ଏସ ) : ରେଲୱେ ବିଭାଗରେ ଚାଲିଛି ଏକତରଫା ନିର୍ବାଚନ। ଦିର୍ଘ ୧୩ ବର୍ଷ ହେଲା ବିନା ଭୋଟିଂ ରେ ଅଲ୍ ଇଣ୍ଡିଆ ସିଡ୍ୟୁଲ କାଷ୍ଟ ଆଣ୍ଡ ସିଡ୍ୟୁଲଡ ଟ୍ରାଇବ୍ ରେଲୱେ ଏମ୍ପ୍ଲୋଇ ଆସୋସିଏସନ୍ ର ପଦପଦବୀ କୁ ଜବରଦସ୍ତି ମାଡ଼ି ବସିଛନ୍ତି କିଛି ବ୍ୟକ୍ତି। ଏହି କର୍ମଚାରୀ ମାନଙ୍କ ପାଇଁ ରେଲୱେ ପକ୍ଷରୁ ମିଳୁଥିବା ଏକାଧିକ ସୁବିଧା ସୁଯୋଗ ରୁ ବଞ୍ଚିତ ହେଉଛନ୍ତି ଶତାଧିକ କର୍ମଚାରୀ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପାରାଦ୍ଵୀପ ର ଅଲ୍ ଇଣ୍ଡିଆ ସିଡ୍ୟୁଲ କାଷ୍ଟ ଆଣ୍ଡ ସିଡ୍ୟୁଲଡ ଟ୍ରାଇବ୍ ରେଲୱେ ଏମ୍ପ୍ଲୋଇ ଆସୋସିଏସନ୍ ର ସଭ୍ୟ। ଖୋର୍ଦ୍ଧା ଡିଭିଜନ ଅଧିନରେ ପ୍ରତ୍ୟେକ ତିନିବର୍ଷ ରେ ଥରେ ନିର୍ବାଚନ ହେବା କଥା। ମାତ୍ର ଦିର୍ଘ ୧୩ ବର୍ଷ ହେଲା ନିର୍ବାଚନ କୁ ଚଞ୍ଚକତା କରି ବାତିଲ କରିବା ସହିତ ପୂର୍ବ କର୍ମକର୍ତ୍ତା ଗାଦି ମାଡ଼ି ବସିଛନ୍ତି। ଶନିବାର ସେମାନଙ୍କ ନିକଟକୁ ମେସେଜ ଆସିଥିଲା ରବିବାର ୧୨ ଟା ଠାରୁ ୨ ଟା ଭିତରେ ପାରାଦ୍ଵୀପ ରେ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ପାଇଁ ନିର୍ବାଚନ ହେବ। ତେଣୁ ସମସ୍ତ ସଦସ୍ୟ ଉପସ୍ଥିତ ରହି ନିର୍ବାଚନ ରେ ଭାଗ ନେବେ। ମେସେଜ ପାଇବା ପରେ ସମସ୍ତ ସଦସ୍ୟ ଅଫିସ ନୀକଟରେ ବସିଥିଲେ ମଧ୍ୟ ସେମାନେ ୧.୪୫ ମିନିଟ ରେ ଅଫିସ ରେ ପହଞ୍ଚି ଥିଲେ ଏବଂ ବିନା କୌଣସି ସୂଚନା ରେ ପଳାଇଯାଇଥିଲେ। ଯାହା ଦ୍ୱାରା କୌଣସି ନିର୍ବାଚନ ମଧ୍ୟ ହୋଇପାରିନଥିଲା | ତେବେ ଏହି ଘଟଣାକୁ ନେଇ ସଦସ୍ୟ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେବା ସହିତ ନିରପେକ୍ଷ ନିର୍ବାଚନ କରାଇବାକୁ ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଦାବି କରାଯାଇଛି।
