Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

'ସମ୍ବାଦ' ଯୋଜନା ବିଷୟରେ ସଚେତନତା କାର୍ଯ୍ୟକ୍ରମ*

Bureau report | 24 Feb 2026 | 7 min read | 7 views

ଜଗତସିଂହପୁର ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଓ ଦୌରା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁନ୍ମ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ନାଉଗାଁ ବ୍ଳକ ଅନ୍ତର୍ଗତ ଅଙ୍ଗେଶ୍ବରପଡା ସ୍ଥିତ ମୁଣ୍ଡାସାହିରେ ଜାତୀୟ ଆଇନସେବା ପ୍ରାଧିକରଣର ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତିମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା "ସମ୍ବାଦ" ଯୋଜନା ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଇନସେବା ପ୍ରାଧିକରଣ ସଚ଼ିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍ଥାନିୟ ଶିଖର ଗ୍ରାମପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପାରା ଲିଗାଲ ସ୍ଵେଚ୍ଛାସେବୀ ଓ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ସରପଞ୍ଚ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ସଚିବ "ସମ୍ବାଦ" ଯୋଜନା ବିଷୟରେ ଆଲୋଚନା କରିବା ସହ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଜାତୀୟ ଆଇନ ସେବା ପ୍ରାଧୀକରଣ ଆଇନ ୧୯୮୭ ର ଧାର ୧୨ ଅନୁଯାଇ ଆଇନସେବା ପ୍ରାଧିକରଣ ତରଫରୁ ଅନୁସୂଚିତ ଜନଜାତି ବର୍ଗର ବ୍ୟକ୍ତିମାନଙ୍କ ପାଇଁ ନିଃଶୁକ୍ଳ ଆଇନସେବା ଯୋଗାଇ ଦିଆଯାଇଥାଏ। ଅଦାଲତରେ ଯେ କୌଣସି ମୋକଦ୍ଦମାର ପରିଚାଳନା ପାଇଁ ମାଗଣାରେ ଆଇନଜିବୀ ନିୟୋଜିତ କରାଯାଏ। ଆଇନ ସହାୟତା ପାଇବା ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଏକ ଆବେଦନ ପତ୍ର ଦାଖଲ କରିବାକୁ ପଡିଥାଏ କିମ୍ବା ଜାତିୟ ଆଇନ ସେବା ପ୍ରାଧିକରଣ ହେଲ୍ପ ଲାଇନ ନମ୍ବର ୧୫୧୦୦ ରେ ଯୋଗାଯୋଗ କରିହେବ। କେବଳ ଆଇନଗତ ସହାୟତା ନୁହେଁ ଯଦି ଅନୁସୂଚିତ ବର୍ଗର ବ୍ୟକ୍ତିମାନେ ସରକାରୀ ଯୋଜନା, ଜାତିଗତ ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର, ଶ୍ରମ କାର୍ଡରୁ ବଞ୍ଚିତ ହେଉଥାନ୍ତି ତେବେ ଜିଲ୍ଲା ଆଇନସେବା ପ୍ରାଧିକରଣ ସହ ଯୋଗାଯୋଗ କରିବାକୁ ସଚ଼ିବ ସଚେତନ କରାଇଥିଲେ। ପରିଶେଷରେ ସମିତି ସଭ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।