୪ ମହଲା କୋଠା ରୁ ପଡ଼ି ମହିଳାଙ୍କ ସନ୍ଧେହଜନକ ମୃତ୍ୟୁ , ଏପର୍ଯ୍ୟନ୍ତ ମିଳିପାରି ନାହିଁ ମହିଳାଙ୍କ ପରିଚୟ
Alok Kumar Mohapatra | 23 Feb 2026 | 5 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : ତାରିଣୀଗଡା ର ଏକ ୪ ମହଲା କୋଠା ରୁ ପଡ଼ି ମହିଳାଙ୍କ ମୃତ୍ୟୁ ଘଟଣା। ଏବେବି ମିଳିନାହିଁ ମହିଳାଙ୍କ ପରିଚୟ। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମହିଳା ଙ୍କ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି କୋଠାର ଏକ ଘରେ ରହୁଥିବା ୭ ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଉକ୍ତ ଘରୁ ମହିଳାଙ୍କ ଅନ୍ତବସ୍ତ୍ର ସମେତ ବହୁ ଗୁରୁତ୍ବପୂର୍ଣ୍ଣ ଜିନିଷ ପୋଲିସ ର ହସ୍ତଗତ ହୋଇଛି। ମହିଳା ଜଣଙ୍କ କୋଠା ଉପରୁ ତଳକୁ ପଡ଼ିଥିବା ବେଳେ ଗ୍ୟାସ ପାଇପ ଲାଇନ ରେ ଓହଳିଛି ମହିଳାଙ୍କ ଡ୍ରେସ୍। ଛାତ ଉପରେ ମଶାବତୀ, ସିଗାରେଟ, ଖଇନି ଓ ମହିଳାଙ୍କ ଚପଲ ପଡ଼ିଥିବା ବେଳେ ଉକ୍ତ ଯୁବକମାନେ ରହୁଥିବା ଘରୁ ମିଳିଛି ମହିଳାଙ୍କ ଅନ୍ତବସ୍ତ୍ର। ପାରାଦ୍ଵୀପ ଆଦର୍ଶ ଥାନା ଆଇଆଇସି କାବୁଲି ବାରିକ ଓ ପାରାଦ୍ଵୀପ ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ୍ ସହିତ ତଦନ୍ତ କରୁଛନ୍ତି। ଏଥିସହିତ ଘରର ସିସିଟିଭି ର ହାର୍ଡିକ୍ସ ଜବତ ହୋଇଛି, ତେବେ ମହିଳା ଜଣଙ୍କ କେଉଁ ଅଞ୍ଚଳର ଏବଂ ଏଠାକୁ କାହିଁକି ଆସିଥିଲେ ତାହା ଏବେ ବି ଅସ୍ପଷ୍ଟ ରହିଛି। ଖୁବଶୀଘ୍ର ତାହା ଜଣାପଡିଯିବ ଅତିରିକ୍ତ ଏସପି ପ୍ରକାଶ କରିଛନ୍ତି।
