Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ଵୀପ ପରିବା ମାର୍କେଟ ରେ ଭୟାବହ ଅଗ୍ନିକାଣ୍ଡ , କୋଟିଏ ରୁ ଉର୍ଦ୍ଧ ଟଙ୍କାର ସମ୍ପତୀ ଜଳିଗଲା ।

Alok Kumar Mohapatra | 22 Feb 2026 | 8 min read | 6 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ପରିବା ମାର୍କେଟ ରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୪୦ ରୁ ଉର୍ଦ୍ଧ ପରିବା ଦୋକାନ ,ପାଖାପାଖି ୩ କୋଟି ଟଙ୍କା ରୁ ଉର୍ଦ୍ଧ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି l ବିଳମ୍ବିତ ରାତ୍ରି ପାଖାପାଖି ଦୁଇଟା ସମୟରେ ଏକ ଦୋକାନ ରେ ଲାଗିଥିବା ନିଆଁ ଚାହୁଁଚାହୁଁ ସମଗ୍ର ପରିବା ମାର୍କେଟ ବ୍ୟାପି ଯାଇଥିଲା l ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କେହି କିଛି ଭାବିବା ଆଗରୁ ସମଗ୍ର ପରିବା ମାର୍କେଟ ନିଆଁ ରେ ପୋଡି ଛାରଖାର ହୋଇଯାଇଥିଲା‌। ପରିବା, ଟଙ୍କା, ଓଜନକଣ୍ଟା, ସାଇକେଲ, ବାଇକ, ବିଭିନ୍ନ ଆସବାବପତ୍ର ସମ୍ପୂର୍ଣ ଜଳିପୋଡି ପାଉଁଶ ହୋଇଯାଇଛି l ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଖବର ପାଇ କୁଜଙ୍ଗ ଅଗ୍ନିଶମ ବିଭାଗ ସହିତ ପାରାଦୀପ ବନ୍ଦରର ଦୁଇଟି,ପିପିଏଲ, ଇଫକୋ,ଆର୍ସେଲର ମିତଲ ନିପ୍ପନ ଷ୍ଟିଲ ର ମିଶି ୬ଟି ନିଆଁଲିଭା ଗାଡି ଦୁଇ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ l ସମଗ୍ର ପାରାଦୀପ ବାସୀଙ୍କ ପରିବା ର ଚାହିଦା ମେଣ୍ଟାଉଥିବା ଏହି ସର୍ବବୃହତ ପରିବା ମାର୍କେଟ ରେ ଥିବା ଅସ୍ଥାୟୀ ପିଣ୍ଡି ଗୁଡିକ ବାଉଁଶ ଓ ପାଲ ରେ ତିଆରି ହୋଇଥିବା ରୁ ନିଆଁ ଲାଗିବା ପରେ ଏହାକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଥିଲା ବୋଲି ବଣିକ ସଙ୍ଘର ସଦସ୍ୟ ମାନେ କହିଛନ୍ତି l ରାତି ଦୁଇଟାରେ ସମସ୍ତ ପରିବା ବ୍ୟବସାୟୀ ଶୋଇଥିବା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିବା ରୁ କେହି କିଛି ଭାବିବା ପୂର୍ବରୁ ନିଆଁ ସମ୍ପୂର୍ଣ ପରିବା ମାର୍କେଟ କୁ ଗ୍ରାସ କରିଥିବା ନେଇ ବ୍ୟବସାୟୀ ମାନେ କହିଛନ୍ତି। ପୂର୍ବରୁ କିଛିମାସ ତଳେ ଏହିଭଳି ବିଳମ୍ବିତ ରାତ୍ରିରେ ଅଗ୍ନିକାଣ୍ଡ ଘଟିଥିଲେ ମଧ୍ୟ ବ୍ୟବସାୟୀ ମାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୨ ରୁ ୩ ଟି ଦୋକାନ କ୍ଷତି ହୋଇଥିଲା l ହେଲେ ଆଜିର ଦୁର୍ଘଟଣା ସମଗ୍ର ବ୍ୟବସାୟୀ ଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି l ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ତାହା ଜଣା ପଡି ନ ଥିଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ନେଇ କୁଜଙ୍ଗ ଅଗ୍ନିଶମ ବିଭାଗ ର ଅଧିଜାରୀ କାର୍ତ୍ତିକ ବିଶ୍ୱାଳ ପ୍ରକାଶ କରିଛନ୍ତି ।