ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷଙ୍କ ଦ୍ୱାରା 'ସାଇ ନିର୍ମକ ଝର' ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ ।
Alok Kumar Mohapatra | 21 Feb 2026 | 5 min read | 10 views
ପାରାଦ୍ୱୀପ ( ପି.ଏନ. ଏସ ) : ଶ୍ରୀ ସତ୍ୟସାଇ ବାବାଙ୍କ ଦିବ୍ୟ ଅନୁଗ୍ରହରୁ ସାଇ ଜିଲ୍ଲା ଜଗତସିଂହପୁର ସୌଜନ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲା ର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତେର ଗାଁ ପଞ୍ଚାୟତର ସୁବଳା ଗ୍ରାମରେ ଶନିବାର ଦିନ ସକାଳ ୧୦ ଟା ୩୦ମିନିଟ ସମୟରେ ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ଅଧକ୍ଷ ପି.ଏଲ.ହରନାଦ ଙ୍କ କରକମଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ "ସାଇ ନିର୍ମଳ ଝର ପ୍ରକଳ୍ପ" ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ପାରାଦୀପ ବନ୍ଦରର ସିଏସ୍ଆର ପାଣ୍ଠି ବିନିଯୋଗ ମାଧ୍ୟମରେ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ଆବାହକ, ଅବସରପ୍ରାପ୍ତ ଜିଲ୍ଲା ବିଚାରପତି, ବରିଷ୍ଠ ଟ୍ରଷ୍ଟି ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ସାଇ ଜଗତସିଂହପୁର ଜିଲ୍ଲାର ଜିଲ୍ଲା ସଭାପତି, ଜିଲ୍ଲା କର୍ମକର୍ତ୍ତା ତିର୍ତ୍ତୋଲ, ପାରାଦ୍ଵୀପ, ଯଦୁପୁର,ବିଶ୍ବାଳି,ଗ୍ରାମର ଭାଇଭଉଣୀ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଞ୍ଚାସୀନ ଅତିଥିମାନଙ୍କୁ ସୁବଳା ଗ୍ରାମର ସଙ୍କୀର୍ତ୍ତନ ମଣ୍ଡଳୀ,ମା'ମାଉସୀ ଙ୍କ ହୁଳହୁଳି ଓ ଭାଇମାନଙ୍କ ହରିବୋଲ ଶବ୍ଦରେ ମଞ୍ଚ ଉପରକୁ ପାଛୋଟି ନିଆଯାଇଥିଲା । ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ଉଚ୍ଚ ପ୍ରଶଂସା କରିଥିଲେ ।
