ପାରାଦ୍ଵୀପ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ବାର୍ଷିକ ଆଲୋଚନା ଚକ୍ର ଆୟୋଜିତ ।
Alok Kumar Mohapatra | 20 Feb 2026 | 6 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ମହାବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ "କ୍ୟାମ୍ପସ୍ ଜୈବ ବିବିଧତା ମାଧ୍ୟମରେ ପ୍ରାକୃତିକ ଇତିହାସ ବୁଝିବା ଓ ନାଗରିକ ବିଜ୍ଞାନ ର ଏକ ପରିଚୟ” ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନା ଚକ୍ର ଗତ ଗୁରୁବାର ଦିନ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ଭୁବନେଶ୍ୱର ସ୍ଥିତ ପ୍ରାକୃତିକ ଇତିହାସ ଆଞ୍ଚଳିକ ସଂଗ୍ରହାଳୟ ର ବରିଷ୍ଠ ବୈଜ୍ଞାନିକ ଡ଼ା.ଦେବି ପ୍ରିୟଦର୍ଶିନୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଷୟ ଉପରେ ଆଲୋକପାତ କରିଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷା ଡ଼ଃ. ସସ୍ମିତା ଶତପଥୀ ନିଜର ଉଦଘାଟନୀ ଅଭିଭାଷଣରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ। ପ୍ରାଣୀ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟା ଶ୍ରୀମତୀ ତନୁଜା ପାଣି ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପକ ସୁବ୍ରତ ରଞ୍ଜନ ବିଭାଗର ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ବକ୍ତା ଙ୍କର ବିଷୟ ବସ୍ତୁ ଉପସ୍ଥାପନା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅତ୍ୟନ୍ତ ଉତ୍ସାହ ଜନକ ଓ ପ୍ରେରଣାଦାୟୀ ଥିଲା ଏବଂ ସେମାନେ ଏଥିରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏଥିରେ ବିଭାଗର ତୃତୀୟ ବର୍ଷ ର ଛାତ୍ରୀ ଲିପ୍ସା ମହାନ୍ତି ଓ ଦେବୀ ବିରଜା ଦାସ ନିଜ ନିଜର ପ୍ରକଳ୍ପ ଉପସ୍ଥାପନା କରି ମୁଖ୍ୟ ବକ୍ତାଙ୍କ ଦ୍ଵାରା ସମ୍ମାନିତ ହୋଇଥିଲେ। ଏଥିରେ ମହାବିଦ୍ୟାଳୟର ବହୁ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଯୋଗଦାନ କରିଥିଲେ । ଶେଷରେ ବିଭାଗର ପ୍ରୟୋଗଶାଳା ସହାୟକ ସୁବ୍ରତ କୁମାର ଶର୍ମା ଧନ୍ୟବାଦ୍ ଅର୍ପଣ କରିଥିଲେ ।
