ଅସ୍ତ୍ରୋପଚାର ପରେ ମିଳିଲାନି ବେଡ୍, ଚଟାଣରେ ଶୋଇଲେ ୧୭ ମହିଳା
Bureau report | 19 Feb 2026 | 4 min read | 7 views
ନାଉଗାଁ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ରେ ଦେଖିବାକୁ ମିଳିଛି ଅବ୍ୟବସ୍ଥା, ଅସ୍ତ୍ରୋପଚାର ପରେ ମହିଳାଙ୍କୁ ମେଡିକାଲ ରେ ତଳେ ଶୁଆଇବା ଏବେ ସ୍ୱାସ୍ଥ୍ୟ ବିଭାଗ ର ଅପାରଗତାକୁ ଦର୍ଶାଉଥିବା ଜଣାପଡିଛି l ସୂଚନା ମୁତାବକ ଆଜି ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବା ନିମନ୍ତେ ନାଉଗାଁ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ 17 ଜଣ ମହିଳା ମାନଙ୍କୁ ଆଶା କର୍ମୀ ଙ୍କ ସାହାଯ୍ୟ ରେ ଅଣାଯାଇ ଅସ୍ତ୍ରୋପଚାର କରାଯାଇଥିଲା l କିନ୍ତୁ ଅତି ଅବ୍ୟବସ୍ଥା ଘେରରେ ମହିଳା ମାନଙ୍କ ର ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବା ପରେ ମେଡିକାଲ ତଳେ ଅତି ଦାୟିତ୍ୱହୀନତା ଭାବେ ସୁଆଇବା ଏବେ ସ୍ୱାସ୍ଥ୍ୟବିଭାଗ ବେଖିଆଲି ମନୋଭାବ ସହିତ ଏଭଳି ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି l ତେବେ ଏ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ମେଡିକାଲ ରେ ଏତେ ବେଡ୍ ର ବ୍ୟବସ୍ଥା ନଥିବା ସେ କହିଥିବା ସୂଚନା ମିଳିଛି |
