୩ ଜଣ ଧଳା ଜହର ବ୍ୟବସାୟୀ ଙ୍କୁ ମାଡି ବସିଲା ପୋଲିସ
Alok Kumar Mohapatra | 19 Feb 2026 | 6 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ଲକ୍ ଥାନା ପୋଲିସ କୁ ମିଳିଛି ବଡ଼ ସଫଳତା। ୨ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହିତ ତିନିଜଣ ବ୍ୟବସାୟୀ ଙ୍କୁ ଗିରଫ କରିଛି ପୋଲିସ। ଗତ କିଛି ଦିନ ହେଲା ପାରାଦ୍ଵୀପ ର ଦୋଛକି, ଜିରୋ ପଏଣ୍ଟ , ପାରାଦ୍ଵୀପ ଗଡ଼, ଚୂନ ଗାଁ, ଭୂତୁମୁଣ୍ଡାଇ , ଚଉମୁହାଣୀ ପ୍ରଭୃତି ଅଞ୍ଚଳରେ ବ୍ରାଉନ ସୁଗାର ବ୍ୟବସାୟ ବୃଦ୍ଧି ପାଉଥିବା ବେଳେ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଥିଲା। ତେବେ କାଲି ଲକ୍ ଥାନା ଆଇଆଇସି ରଶ୍ମିରଞ୍ଜନ ଦାସ ଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍ ଚଉମୁହାଣୀ ନିକଟରେ ଚଢ଼ାଉ କରି ତିନିଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ବାଲିଡିଆ ଗ୍ରାମର ବିକ୍ରମ ପ୍ରଧାନ ଓ ରଞ୍ଜିତ ପ୍ରଧାନ , ଚଉମୁହାଣୀ ଗ୍ରାମର ବିଶ୍ବଜିତ ଜେନା ସେମାନଙ୍କ ନିକଟରୁ ୨୧.୪୧ ଗ୍ରାମ ବ୍ରାଉନ ସୁଗାର ଜବତ କରାଯିବା ସହିତ ତିନୋଟି ଫୋନ୍ ଓ ଗୋଟିଏ ମୋଟରସାଇକେଲ ଜବତ କରାଯାଇଛି। ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ୨ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି। ତେବେ ଏହି ତିନି ଯୁବକ ବ୍ରାଉନ ସୁଗାର ଆଣି ସ୍ଥାନୀୟ ଅଞ୍ଚଳରେ ବିକ୍ରୟ କରୁଥିଲେ, ମାତ୍ର ଏମାନଙ୍କୁ ବ୍ରାଉନ ସୁଗାର ଯୋଗାଉଥିବା ଡିଲର କୁ ଖୁବଶୀଘ୍ର ଧରାଯିବ ବୋଲି ପାରାଦ୍ଵୀପ ଅତିରିକ୍ତ ଏସପି ସ୍ମୃତି ରଞ୍ଜନ କର ପ୍ରକାଶ କରିଛନ୍ତି। ଏମାନଙ୍କ ନାମରେ ଥାନା କେସ୍ ନମ୍ବର ୬୧/୨୦୨୬ ଓ ଧାରା ୨୧ (ବି) ଏନ୍ ଡି ପି ଏସ ଆକ୍ଟ ଅନୁଯାୟୀ ଗିରଫ କରାଯିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
