ଜଗତସିଂହପୁର ରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।
pragyansila bureau | 22 Jun 2025 | 10 min read | 7 views
ଜଗତସିଂହପୁର ( ପି.ଏନ. ଏସ ) : ଜୁନ 21ତାରିଖରେ ମିଳିତ ଜାତିସଂଘ ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ଭାବେ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଛି। ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି। ଏବର୍ଷ ର ଥିମ୍ ରହିଛି "ଏକ ପୃଥିବୀ ଏକ ସ୍ବାସ୍ଥ୍ୟ"।ସମ୍ପ୍ରତି ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଯୋଗାଭ୍ୟାସ ଶରୀର କୁ ସୁସ୍ଥ ଓ ନିରାମୟ ରଖିବା ସହ କାର୍ଯ୍ୟ ସମ୍ପାଦନ ପାଇଁ ଉର୍ଜା ପ୍ରଦାନ କରିଥାଏ। ଜଗତସିଂହପୁର ସଦର ମହକୁମାରେ ବିଜୁ ପଟ୍ଟନାୟକ ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ, ଜିଲ୍ଲାପାଳ ଜେ ସୋନାଲ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଆୟୋଜିତ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗଦେଇ ଯୋଗ କୁ ପ୍ରାଚୀନ ଭାରତର ପରମ୍ପରା ବୋଲି ଅଭିହିତ କରିଥିଲେ। ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ସମଗ୍ର ବିଶ୍ୱ ତଥା ଭାରତ ବର୍ଷରେ ଏହି ମହାନ ପରମ୍ପରା କୁ ପୁନର୍ଜୀବିତ କରାଯାଇଥିବାରୁ ସେ ନିଜର ଖୁସି ବ୍ୟକ୍ତ କରିଥିଲେ। କିଶୋର କିଶୋରୀ, ଯୁବ ବର୍ଗ ଏବଂ ବରିଷ୍ଠ ନାଗରିକ, ସମସ୍ତେ ଏହି ପାରମ୍ପରିକ ଅଭ୍ୟାସ କୁ ନିଜର ଦୈନନ୍ଦିନ ଜୀବନରେ ସାମିଲ କରି ସୁସ୍ଥ ଓ ନିରାମୟ ରହିବା ପାଇଁ ବିଧାୟକ ଶ୍ରୀ ଦାସ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଜିଲ୍ଲାପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ରବିନାରାୟଣ ଜେଠି ଯୋଗଦେଇ ଯୋଗ ମନୁଷ୍ୟ ର ଆତ୍ମା କୁ ପରମାତ୍ମା ଙ୍କ ସହ ଯୋଡିବାରେ ସହାୟକ ହୋଇଥାଏ ବୋଲି କହିଥିଲେ। ନିୟମିତ ଯୋଗ ଅଭ୍ୟାସ ଶରୀର କୁ ସୁସ୍ଥ ରଖିବା ସହ ମନ ପ୍ରଫୁଲ୍ଲ ରଖିଥାଏ ବୋଲି ଅତିଥି ମାନେ କହିଥିଲେ। ପ୍ରାରମ୍ଭ ରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଉପସ୍ଥିତ ସମସ୍ତଙ୍କୁ ନିଜ ଶାରୀରିକ ସୁସ୍ଥତା ଏବଂ ନିଜକୁ ସୁହାଇଲା ଭଳି ଯୋଗ ଆସନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଯୋଗ ଶିବିର ରେ ପୌରାଧକ୍ଷା ଅର୍ଚ୍ଚନା ସିଂ, ନିର୍ବାହୀ ଅଧିକାରୀ ସୀମା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚି ତନୟା ମହାନ୍ତି, ସରକାରୀ କର୍ମଚାରୀ, ବିଦ୍ୟାଳୟର ଛାତ୍ର ଛାତ୍ରୀ ,ସାଧାରଣ ଜନତା ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ରହି ଯୋଗଶିକ୍ଷା କରିଥିଲେ। ସାଧାରଣ ଯୋଗ ନିୟମାବଳୀ ଅନୁସାରେ ପ୍ରଥମେ ପ୍ରାର୍ଥନା ଓ ପରେ ପରେ ବିଭିନ୍ନ ଆସନ ଯେପରି କି ତାଡାସନ, ଭୂଜଙ୍ଗାସନ, ତ୍ରିକୋଣାସନ ଏବଂ ଭ୍ରମରୀ, କପାଳ ଭାତି, ଅନୁଲୋମ ବିଲୋମ ପରି ପ୍ରାଣାୟାମ ମୁଦ୍ରା ପ୍ରଶିକ୍ଷକ ଙ୍କ ନିର୍ଦ୍ଦେଶନାରେ କରାଯାଇଥିଲା। ଏହି ଅବସରରେ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ ପରିସରରେ ଅତିଥି ମାନେ ବୃକ୍ଷ ରୋପଣ କରିଥିଲେ |
