ବିନା ରୟାଲିଟି ରେ ଉଠୁଛି ଶହ ଶହ ଟ୍ରିପ୍ ମାଟି , ତହସିଲଦାର ଙ୍କ ତାଗିଦ କୁ ଖାତିର କରୁନାହାନ୍ତି ମାଟି ମାଫିଆ
Bureau report | 18 Feb 2026 | 18 min read | 34 views
ପାରାଦ୍ୱୀପ ( ପି.ଏନ. ଏସ ) : ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ବାଲି ମାଫିଆଙ୍କ ଉପରେ ଅଙ୍କୁଶ ଲଗାଇବାକୁ ଜିଲ୍ଲା ପ୍ରଶାସନ ଓ ପୁଲିସ ର ମିଳିତ ପ୍ରଚେଷ୍ଟା ଜାରି ରଖିବା ସହିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବାଲି ମାଫିଆ ଙ୍କ ନିଦ ହଜାଇ ଦେଇଥିବା ବେଳେ ଏବେ ଜିଲ୍ଲାରେ ମାଟି ମାଫିଆଙ୍କ ଉପଦ୍ରବ ସାମ୍ନାକୁ ଆସିଛି। ଖବର ପାଇବା ପରେ କୁଜଙ୍ଗ ତହସିଲଦାର ସ୍ୱରୂପ ନନ୍ଦନ ବେହେରା ଘଟଣାସ୍ଥଳକୁ ଯାଇ ବେଆଇନ ମାଟି ଉଠାଣକୁ ବନ୍ଦ କରିଵା ସହିତ ତାଗିଦ କରି ଆସିବା ପରେ ଅପରାହ୍ନ ୧ଟା ପୂର୍ବରୁ ଖୁଲମଖୁଲ୍ଲା ଭାବେ ମାଫିଆମାନେ ଯେଉଁଭଳି ଢଙ୍ଗରେ କେତେକ ଜମିରୁ ମାଟି ଉଠାଇବାକୁ ଦଳବଳ ଧରି ଆସିଥିଲେ ସେଥିରୁ ସ୍ପଷ୍ଟ ହେଉଛି ଯେ ଏମାନେ ପ୍ରଶାସନିକ କଳକୁ ଖାତିର କରୁନାହାନ୍ତି । ଅପରପକ୍ଷେ ତହସିଲଦାର ଶ୍ରୀ ବେହେରା ମାଟି ଉଠାଣର ଅନୁମତି ନଥିବାରୁ ଘଟଣାସ୍ଥଳରୁ ୧୭ଟି ହାଇୱା ଓ ଦୁଇଟି ଏସକ୍ୟାଭେଟର ନମ୍ବର ଟିପିଛନ୍ତୁ । ଅନ୍ୟ ୭ଟି ହାଇୱା ଚଢ଼ାଉ ବେଳେ ଛତ୍ରଭଙ୍ଗ ଦେଇଥିବାରୁ ନମ୍ବର ଲେଖା ଯାଇପାରି ନାହିଁ । ତହସିଲଦାର ଶ୍ରୀ ବେହେରାଙ୍କ କହିବା ମୁତାବକ, ବାଲିଆ ରାଜସ୍ୱ ସର୍କଲର ବଉଳାଙ୍ଗ ମୌଜା ର କେତେକ ଜମିରୁ ମାଟି ଉଠାଣର ଖବର ମିଳିଥିଲା । ଠିକଣା ଜାଗାରେ ପହଞ୍ଚିବା ପରେ ମାଟି ଉଠାଣ ନିମନ୍ତେ ଦୁଇଟି ଏସକ୍ୟାଭେଟର ଓ ୨୪ଟି ହାଲୱା ଏଠାରେ ପହଞ୍ଚି ଯାଇଥିବା ଦେଖା ଯାଇଥିଲା । ସେପର୍ଯ୍ୟନ୍ତ ମାଟି ଉଠାଣ ଆରମ୍ଭ ହୋଇନଥିବାରୁ ହାଇୱାଗୁଡ଼ିକ ଖାଲି ରହିଥିଲା। କିନ୍ତୁ ପ୍ରାୟ ୨ ରୁ ୪ ଦିନ ତଳୁ ବଉଳାଙ୍ଗ ମୌଜା ରୁ ମାଟି ଉଠାଣ ଚାଲିଥିଲା । ଗ୍ରାଉଣ୍ଡ୍ ଜିରୋରୁ ଅନୁଧ୍ୟାନ କରାଯିବା ପରେ ବହୁ ପରିମାଣର ମାଟି ଏଠାରୁ ତଡ଼ାଯାଇ ରେଳପଥର ପ୍ରଶସ୍ତିକରଣ କାର୍ଯ୍ୟରେ ବିନିଯୋଗ ହୋଇଥିବା ସାମ୍ନାକୁ ଆସିଛି । ବର୍ତ୍ତମାନ ବଉଳାଙ୍ଗ ଫାଟକ ପାଖରୁ ପାରାଦୀପ ଆଡ଼କୁ ରେଳପଥର ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଛି। ସମ୍ଭବତଃ ଉକ୍ତ ପ୍ରକଳ୍ପ କାର୍ଯ୍ୟ ନେଇଥିବା ଠିକାସଂସ୍ଥା ଏଠାରୁ ମାଟି ଉଠାଇଥିବା ଅନୁମାନ କରାଯାଉଛି। ତେବେ ନିୟମ ଅନୁସାରେ ଜମିରୁ ମାଟି ଉଠାଣ ପୂର୍ବରୁ ସ୍ଥାନୀୟ ତହସିଲର ଅନୁମତି ନିଆଯିବ । ଯେତିକି ମାଟି ଆବଶ୍ୟକ ସେଇ ହିସାବରେ ରୟାଲଟି ବା ଟିକସ ଅର୍ଥ ଦାଖଲ କରାଯିବ । ବଉଳାଙ୍ଗ ମୌଜା ରୁ ମାଟି ଉଠାଣ ନିମନ୍ତେ କେହି ଟିକସ ଅର୍ଥ ତହସିଲରେ ଦାଖଲ କରି ନାହାନ୍ତି । ତା'ଛଡ଼ା ଦରନାଙ୍ଗ ଫାଟକ ପାଖରେ ରେଳବାଇର ଯେଉଁ ପ୍ରକଳ୍ପ କାର୍ଯ୍ୟ ଚାଲିଛି ତାହା ନିଶ୍ଚିତ ଟେଣ୍ଡର ହୋଇଥିବ। ଓ ଟେଣ୍ଟର ପାଇଥିବା ସଂସ୍ଥା କାର୍ଯ୍ୟାଦେଶର ଦସ୍ତାବିଜ୍ ତହସିଲରେ ଦାଖଲ କରିବେ । ଯେହେତୁ ମାଟିର ଆବଶ୍ୟକତା ଅଛି । ଏବଂ ଯେତିକି ମାଟି ଆବଶ୍ୟକ ଟେଣ୍ଡର୍ କାଗଜପତ୍ର ଦେଖି ସେଇ ପରିମାଣର ଟିକସ ତହସିଲ କର୍ତ୍ତୃପକ୍ଷ ଆଦାୟ କରିବେ । ଏଠି ଏସବୁ ନିୟମର ଅନୁପାଳନ ସଂପୃକ୍ତ ଠିକାସଂସ୍ଥା କରିନାହାନ୍ତି । ସେ ଦୃଷ୍ଟିରୁ ମାଟି ନେବାକୁ ଆସିଥିବା ସମସ୍ତ ୧୭ ହାଇଓ୍ବା ଓ ନିୟୋଜିତ ହୋଇଥିବା ଦୁଇ ଏସକ୍ୟାଭେଟର୍ ବାବଦରେ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ଦପ୍ତରକୁ ପ୍ରଥମେ ଅବଗତ କରାଯିବ । ତତ୍ସହିତ ବର୍ତ୍ତମାନ ରେଳପଥ ପ୍ରଶସ୍ମିକରଣରେ ଯେତିକି ମାଟି ଏଠୁ ଉଠାଣ ହୋଇ ବିନିଯୋଗ ହୋଇଛି ତା'ର ପରିମାଣ ଜାଣିବାକୁ ମାପଚୁପ ହୋଇଛି। ସେଇ ହିସାବରେ ଯେତିକି ଜରିମାନା ହେବ ସେସବୁ ଘଟଣାସ୍ଥଳରୁ ୧୭ ହାଇଓ୍ବା, ଦୁଇ ଏସକ୍ୟାଭେଟର ରେଳପଥ ପ୍ରଶସ୍ତିକରଣ କାର୍ଯ୍ୟରେ ଲଗାଯାଉଛି | ମାଟି ଓ ଏସକ୍ୟାଭେଟର ଉପରେ ଧାର୍ଯ୍ୟ କରାଯିବ ବୋଲି କହିଛନ୍ତି ତହସିଲଦାର l ମାଟି ଉଠୁଥିବା ଜାଗା ଗୁଡ଼ିକ ଘରୋଇ । ଏପଟେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ସୁଦ୍ଧା ତହସିଲଦାରଙ୍କୁ ଦେଖି ଚମ୍ପଟ ମାରିଥିଲେ ଭକ୍ତ ଠିକାସଂସ୍ଥାର ସୁପରଭାଇଜର । ଚାଳକମାନେ ମଧ୍ୟ ଚାବି ଧରି ହାଇୱା ଗୁଡ଼ିକ ଛାଡ଼ି ଖସି ଯାଇଥିଲେ । ନିକଟରେ ଉପଜିଲ୍ଲାପାଳଙ୍କ ପକ୍ଷରୁ ସମସ୍ତ ୮ ତହସିଲରେ ଥିବା ବେଆଇନ ଇଟା ଭାଟି ଗୁଡ଼ିକ ଚିହ୍ନଟ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ଉପଜିଲ୍ଲାପାଳଙ୍କ ଯୁକ୍ତି ଥିଲା, ବେଆଇନ ଇଟା ଭାଟି ତଥା ଇଟା କାରଖାନା ଦ୍ଵାରା ପରିବେଶ ପ୍ରଦୂଷିତ ହେଉଛି । ବାୟୁମଣ୍ଡଳ ଉତ୍ତପ୍ତ ହେବାର ଏହା ମଧ୍ୟ ଏକ ବଡ଼ କାରଣ । ସେହିପରି ସରକାର ବି ରାଜସ୍ବ ହରାଉଛନ୍ତି । ଯେହେତୁ କେତେକାଂଶରେ ଚାଷ ଜମିରେ ଇଟାଭାଟି ସୃଷ୍ଟି କରାଯାଉଛି ସେଥିନେଇ ଧାନ ଉତ୍ପାଦନ ହ୍ରାସ ପାଉଛି । ବର୍ତମାନ ବଉଳାଙ୍ଗରେ ମାଟି ଯିବା ଦ୍ୱାରା ଫସଲ ଉତ୍ପାଦନ ହାର କମି ଯାଇଥିବା ଉପଜିଲ୍ଲାପାଳଙ୍କ ଯୁକ୍ତିକୁ ଗୋଟେ ପ୍ରକାର ପ୍ରମାଣିତ କରୁଛି।
ମାଟି ଲୁଟ୍ର ଏହା ପ୍ରଥମ ଘଟଣା ନୁହେଁ l ଅନୁରୂପ ଭାବେ ଜିଲ୍ଲାର ଅନେକ ଇଟା ଭାଟିରେ ମାଟି ଗଚ୍ଛିତ ରଖାଯାଇଥିବା ନେଇ ବିଭିନ୍ନ ତହସିଲ ତରଫରୁ ଉପକିଲ୍ଲାପାଳଙ୍କୁ ରିପୋର୍ଟ କରାଯାଇଛି । ଦିନରାତି ମଧ୍ୟ ଗ୍ରାମାଞ୍ଚଳରେ ମାଟି, ବାଲି ବୋଝେଇ ଟ୍ରାକ୍ଟର ଦୌଡ଼ୁଥିଲେ ସୁଦ୍ଧା ଯାଞ୍ଚ ଆଦୌ ନାହିଁ କହିଲେ ଚଳେ । ତା' ଛଡ଼ା ଜିଲ୍ଲାରେ ଏକର ଏକର ସରକାରୀ ଜମିକୁ ଆବଦ୍ଧ ନିମନ୍ତେ ସରକାର ଅର୍ଥ ଦେଇଥିଲେ ସୁଦ୍ଧା ତାହା ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଗୋଟେ ପ୍ରକାର କହିଲେ ଏବେ ବି ଜଗତସିଂହପୁର ଜିଲ୍ଲା ଉଭୟ ମାଟି ଓ ବାଲି ମାଫିଆଙ୍କ ଭୂସ୍ୱର୍ଗ ହୋଇ ରହିଯାଇଛି ।
ମାଟି ଲୁଟ୍ର ଏହା ପ୍ରଥମ ଘଟଣା ନୁହେଁ l ଅନୁରୂପ ଭାବେ ଜିଲ୍ଲାର ଅନେକ ଇଟା ଭାଟିରେ ମାଟି ଗଚ୍ଛିତ ରଖାଯାଇଥିବା ନେଇ ବିଭିନ୍ନ ତହସିଲ ତରଫରୁ ଉପକିଲ୍ଲାପାଳଙ୍କୁ ରିପୋର୍ଟ କରାଯାଇଛି । ଦିନରାତି ମଧ୍ୟ ଗ୍ରାମାଞ୍ଚଳରେ ମାଟି, ବାଲି ବୋଝେଇ ଟ୍ରାକ୍ଟର ଦୌଡ଼ୁଥିଲେ ସୁଦ୍ଧା ଯାଞ୍ଚ ଆଦୌ ନାହିଁ କହିଲେ ଚଳେ । ତା' ଛଡ଼ା ଜିଲ୍ଲାରେ ଏକର ଏକର ସରକାରୀ ଜମିକୁ ଆବଦ୍ଧ ନିମନ୍ତେ ସରକାର ଅର୍ଥ ଦେଇଥିଲେ ସୁଦ୍ଧା ତାହା ଶତପ୍ରତିଶତ କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଗୋଟେ ପ୍ରକାର କହିଲେ ଏବେ ବି ଜଗତସିଂହପୁର ଜିଲ୍ଲା ଉଭୟ ମାଟି ଓ ବାଲି ମାଫିଆଙ୍କ ଭୂସ୍ୱର୍ଗ ହୋଇ ରହିଯାଇଛି ।
