Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ଆମନ୍ତ୍ରଣ କପ ଗଲ୍ଫ ଟୁର୍ଣ୍ଣାମେଣ୍ଟ ଆୟୋଜିତ ।

Alok Kumar Mohapatra | 18 Feb 2026 | 4 min read | 7 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ଗଲ୍ଫ କ୍ଲବ ପକ୍ଷରୁ ବାର୍ଷିକ ଆମନ୍ତ୍ରଣ କପ ଗଲ୍ଫ ଟୁର୍ଣ୍ଣାମେଣ୍ଟ ୨୦୨୬ ଫେବୃଆରୀ ୧୪ ଓ ୧୫ ତାରିଖ ଦୁଇଦିନ ଧରି ପାରାଦ୍ଵୀପ ପୋର୍ଟ ଗଲ୍ଫ କୋର୍ସ ପଡିଆରେ ସଫଳତାର ସହ ଆୟୋଜିତ ହୋଇଯାଇଛି l ଏହି ଟୁର୍ଣ୍ଣାମେଣ୍ଟରେ ଦେଶର ବିଭିନ୍ନ ସ୍ଥାନର ପ୍ରମୁଖ ୭ ଟି କ୍ଲବର ଖେଳାଳି ମାନେ ଅଂଶଗ୍ରହଣ କରିଥିଲେ l ଏଥିରେ ପାରାଦୀପ ଗଲ୍ଫ କ୍ଲବର ରଞ୍ଜିତ କୁମାର ବୋମାଲି ହ୍ୟାଣ୍ଡିକ୍ୟାପ୍ (୨୦-୨୪) ବର୍ଗରେ ଚମ୍ପିଅନ୍ ଟାଇଟଲ୍ ଜିତିଥିବା ବେଳେ ପାରାଦୀପ ଗଲ୍ଫ କ୍ଲବର ଅକ୍ଷୟ ଚନ୍ଦ୍ର ସୂତାର ହ୍ୟାଣ୍ଡିକ୍ୟାପ୍ (୦-୧୦) ବର୍ଗରେ ଚମ୍ପିଅନ୍ ହୋଇଥିଲେ । ସେହିପରି ଭୁବନେଶ୍ୱର ଗଲ୍ଫ କ୍ଲବର ଡକ୍ଟର ଦେବଦର୍ଶୀ ରଥ ହ୍ୟାଣ୍ଡିକ୍ୟାପ୍ (୧୧-୧୯) ବର୍ଗରେ ଚମ୍ପିଅନ୍ ହୋଇଥିବା ବେଳେ ଭୁବନେଶ୍ୱର ଗଲ୍ଫ କ୍ଲବର ଶାଶ୍ୱତ ପଣ୍ଡା ଶ୍ରେଷ୍ଠ ଗ୍ରସର ଭାବେ ପୁରସ୍କୃତ ହୋଇଥିଲେ l