ଅଗ୍ନି ପୀଡିତ ପରବାର ଙ୍କୁ ସହଯୋଗର ହାତ ବଢ଼ାଇଲା ଇଫକୋ ପାରାଦ୍ଵୀପ ୟୁନିଟ ।
Alok Kumar Mohapatra | 18 Feb 2026 | 5 min read | 14 views
ପାରାଦ୍ୱୀପ ( ପି.ଏନ. ଏସ ) : ଗତ ଫେବୃଆରୀ ୧୩ ତାରିଖ ଶୁକ୍ରବାର ରାତିରେ ପାରାଦ୍ଵୀପ ପୌରପାଳିକା ଅନ୍ତର୍ଗତ ବୃନ୍ଦାବନ କଲୋନୀରେ ଭୟାବହ ଅଗ୍ନିକାଣ୍ଡ ଘଟି ଏକ ଘର ଓ ଆସବାପତ୍ର ସମୁର୍ଣ୍ଣ ପୋଡି ଭସ୍ମ ହୋଇଯାଇଥିଲା l ଘରର ମାଲିକ ଅଶୋକ ସ୍ୱାଇଁ ଓ ତାଙ୍କ ପରିବାର ଘରେ ନଥିବା ସମୟରେ କୌଣସି କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା l ତେବେ ଏହି ଘଟଣା ପରେ ପାରାଦୀପ ବିଧାୟକ ତଥା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବିପନ୍ନ ପରିବାରକୁ ସମ୍ପୂର୍ଣ୍ଣ ସହଯୋଗର ପ୍ରତିଶୃତି ଦେଇଥିଲେ l ଅନ୍ୟପକ୍ଷରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଙ୍କ ଅନୁରୋଧ କ୍ରମେ ପାରାଦୀପ ର ଇଫକୋ କମ୍ପାନୀ ପକ୍ଷରୁ ବିପନ୍ନ ପରିବାରକୁ ଦୁଇ ମାସର ଖାଦ୍ୟ ଓ ରୋଷେଇ ସାମଗ୍ରୀ ସମେତ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା l ଇଫକୋ ସାର କାରଖାନା ପାରାଦୀପ ୟୁନିଟ ର ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ପାରିଷଦ ଅଜିତ କୁମାର ଷଡ଼ଙ୍ଗୀ ଓ ସୁବ୍ରତ ପ୍ରଧାନ ଙ୍କ ଉପସ୍ଥିତିରେ ଏହି ସବୁ ସାମଗ୍ରୀ ପ୍ରଦାନ କରିଥିଲେ l ସୂଚନାଥାଉକି ପାରାଦୀପରେ ବିଭିନ୍ନ ଶିଳ୍ପ ସଂସ୍ଥା ଗଢି ଉଠିଥିବା ବେଳେ ସ୍ଥାନୀୟ ପାରିପାର୍ଶ୍ଵିକ ବିକାଶ ଏବଂ ଦୁର୍ବିପାକ ସମୟରେ ଇଫକୋ ହିଁ ଏକମାତ୍ର ସଂସ୍ଥା ଯିଏକି ସହଯୋଗ କ୍ଷେତ୍ରରେ ସର୍ବଦା ଆଗରେ ରହିଥାଏ l
