ଇଫ୍କୋ ପାରାଦ୍ୱୀପ ୟୁନିଟ ପକ୍ଷରୁ ଏସସିବି ମେଡିକାଲକୁ ଷ୍ଟିଲ ଚେୟାର ପ୍ରଦାନ ।
Alok Kumar Mohapatra | 16 Feb 2026 | 7 min read | 10 views
ପାରାଦ୍ୱୀପ ( ପି.ଏନ. ଏସ ) : ଇଫ୍କୋ ପାରାଦ୍ୱୀପ ୟୁନିଟ ତରଫରୁ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ର ମେଡ଼ିସିନ ବିଭାଗକୁ ୫୦ଗୋଟି ତିନି-ଜଣିଆ ବସିବା ଷ୍ଟିଲ ଚେୟାର ପ୍ରଦାନ କରାଯାଇଅଛି । ଏସ. ସି. ବି ମେଡିକାଲ ନୂତନ ମେଡ଼ିସିନ ବିଭାଗ ପରିସରରେ ପ୍ରଫେସର ଡା.ଜୟନ୍ତ କୁମାର ପଣ୍ଡା ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ଏସ. ସି. ବି ମେଡିକାଲ କଲେଜ ଓ ହସ୍ପିଟାଲ ର ଅଧକ୍ଷା ପ୍ରଫେସର ଡା.ଲୁସି ଦାସ, ମେଡିକାଲ ଅଧିକ୍ଷକ ଡ଼ା.ଗୌତ୍ତମ କୁମାର ଶତପଥୀ, ଅତିରିକ୍ତ ଅଧିକ୍ଷକ ଜୋତ୍ରୀମୟ ନାୟକ, ମେଡ଼ିସିନ ବିଭାଗ ମୁଖ୍ୟ ଡ଼ା.ସରୋଜ କୁମାର ତ୍ରିପାଠୀ,ଇଫ୍କୋ ପାରାଦ୍ୱୀପ ୟୁନିଟ ର ଲୋକ ସମ୍ପର୍କ ଅଧିକାରୀ ଡ଼ଃ.ପ୍ରସନ୍ନ କୁମାର ବେଉରା ପ୍ରମୁଖ ଉପସ୍ଥିତ ରହି ମେଡ଼ିସିନ ବିଭାଗର ୭ଟି ୟୁନିଟ, ମେଡ଼ିସିନ ବହିର୍ବିଭାଗ, ମେଡ଼ିସିନ ଆଇ.ସି.ୟୁ, ଆଶୁ ଚିକିତ୍ସା ବିଭାଗ, ମେଡ଼ିସିନ କ୍ୟାବିନ୍ ସହିତ ରକ୍ତ କେନ୍ଦ୍ର ଓ ଅନ୍ୟ ଆବଶ୍ୟକ ସ୍ଥାନ ପାଇଁ ଏହି ଚେୟାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏସ.ସି.ବି ମେଡିକାଲ ଅଧକ୍ଷା ଡ଼ା.ଲୁସି ଦାସ କହିଥିଲେ ଯେ ଇଫ୍କୋର ଏହି ଚେୟାରଗୁଡ଼ିକ ମେଡିସିନ୍ ବିଲ୍ଡିଂରେ ରୋଗୀ ଓ ମେଡିସିନ୍ ବିଭାଗର ସୁବିଧା ବୃଦ୍ଧି କରିବାରେ ସହାୟକ ହେବା ସହ ଇଫ୍କୋ ର ବ୍ୟାପକ ସାମାଜିକ ଅବଦାନକୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ । ସେହିପରି ମେଡିକାଲ ଅଧିକ୍ଷକ ଡ଼ା.ଗୌତମ ଶତପଥୀ ଇଫ୍କୋର ସମୟୋପଯୋଗୀ ସହଯୋଗକୁ ପ୍ରଶଂସା କରିବା ସହ ଇଫକୋ ପରିଚାଳନା ନିର୍ଦ୍ଦେଶକ କେ.ଜେ.ପଟେଲ୍ ଓ ପାରାଦୀପ ୟୁନିଟ୍ ମୂଖ୍ୟ ପି.କେ.ମହାପାତ୍ରଙ୍କୁ ଗଭୀର କୃତଜ୍ଞତା ଜଣାଇଥିଲେ । ସୋମବାର ଦିନ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ବିଶ୍ୱରଂଜନ ସାହୁ, ପ୍ରଭାତ କୁମାର ବେହେରା, ଦିବ୍ୟ ରଞ୍ଜନ ପରିଡା, ମାନସ ରଞ୍ଜନ ନାୟକ, ବିଭୁଦତ୍ତ ନାୟକ ଙ୍କ ସହିତ ନର୍ସିଂ ଅଫିସର ମାନେ ପରିଚାଳନା କରିଥିଲେ ।
