କୁଜଙ୍ଗ ସମାଗୋଳ ଉପକାରାଗାର ରେ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ ।
Alok Kumar Mohapatra | 16 Feb 2026 | 6 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : କୁଜଙ୍ଗ ବ୍ଲକ ଅନ୍ତର୍ଗତ ସମାଗୋଳ ଉପକାରାଗାର ର ଅନ୍ତେବାସୀ ମାନଙ୍କୁ ସମାଜର ମୂଖ୍ୟ ସ୍ରୋତକୁ ଫେରାଇ ଆଣିବା ଉଦ୍ଦେଶ୍ୟରେ ଏକ ଆଧ୍ୟାତ୍ମିକ ସଚେତନତା କାର୍ଯ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି l ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ତଥା ଜେଲ ର ନନ ଅଫିସିଆଲ୍ ଭିଜିଟର ସ୍ନେହମୟୀ ଆଚାର୍ଯ୍ୟ ଜେଲ ପରିସରରେ ବିଭିନ୍ନ ସମୟରେ ବିବିଧ କାର୍ଯକ୍ରମ କରିଆସୁଛନ୍ତି। ଆଜି ପବିତ୍ର ଜାଗର ପର୍ବର ସ୍ମରଣୀୟ ଦିବସ କୁ ଅଧିକ ସ୍ମରଣୀୟ କରିବା ପାଇଁ ସନ୍ଥ ଶ୍ରୁତି ସାଗରାନନ୍ଦ ସରସ୍ଵତୀ, ମାଳିକା ପ୍ରବଚକ ଦିବାକର ଦାସ ମହାରାଜ, ସାହିତ୍ୟ ଏକାଡେମୀ ପୁରସ୍କୃତ ତଥା ବଳିଷ୍ଠ ପ୍ରତିଭା କବି ପିତାମ୍ବର ତରାଇ, ବ୍ରହ୍ମ ଜଗନ୍ନାଥ ମିଶନର ପ୍ରତିଷ୍ଠାତା କ୍ୟାପଟେନ ଡ଼ଃ ସଞ୍ଜୀବ କୁମାର ମୁଦୁଲି, ବ୍ୟାସ ଫାଉଣ୍ଡେସନ ର ସଭାପତି ତଥା ଶିକ୍ଷକ ନେତା ଡ.ପଣ୍ଡିତ ସିଦ୍ଧେଶ୍ଵର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜେଲ ଅନ୍ତେବାସୀ ଙ୍କ ଉଦ୍ଦେଶ୍ୟରେ ଅନେକ ତାତ୍ୱିକ କଥା ସୁନ୍ଦର ସୁନ୍ଦର ଗପ ମାଧ୍ୟମ ରେ ଉପସ୍ଥାପିତ କରିଥିଲେ। ସମଗ୍ର କାର୍ଯକ୍ରମ କୁ ସ୍ନେହମୟୀ ଆଚାର୍ଯ୍ୟ ପରିଚାଳନା କରିଥିବା ବେଳେ, କାରାଗାର ର ଅଧ୍ୟକ୍ଷା ଦୀପ୍ତିମୟୀ ରାଉତ ସମସ୍ତ ସହଯୋଗ କରିବା ସହ ଏପରି କାର୍ଯ କ୍ରମକୁ ପ୍ରଶଂସା କରି ଏପରି କାର୍ଯ୍ୟକ୍ରମର ନିତ୍ୟାନ୍ତ ଆବଶ୍ୟକତା ରହିଛି ବୋଲି କହିଥିଲେ। ସନ୍ଥ ମାନେ ଜେଲର ସୁସ୍ଥ ପରିବେଶ ଓ ଅନ୍ତେବାସୀଙ୍କ ଶୃଙ୍ଖଳିତ ବ୍ୟବହାର ପାଇଁ ଜେଲ କର୍ମଚାରୀଙ୍କୁ ପ୍ରଶଂସା କରିବା ସହ ଜେଲକୁ ସ୍ଵଧାର ଗୃହ ରୂପେ ତୁଳନା କରିଥିଲେ। ଅନ୍ତେବାସୀ ମାନେ ନିଜ ଭୁଲର ସୁଧାର ଓ ଏହାର ପୁନରାବୃତ୍ତି ନ ହେଉ ବୋଲି ସନ୍ଥ ମାନେ ପରାମର୍ଶ ଦେଇଥିଲେ l
