Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଇଫକୋ ପକ୍ଷରୁ ଗୋ ସେବା କାର୍ଯ୍ୟକ୍ରମ ।

Alok Kumar Mohapatra | 16 Feb 2026 | 9 min read | 8 views

ପାରାଦ୍ୱୀପ ( ପି.ଏନ. ଏସ ) : ପବିତ୍ର ମହାଶିବରାତ୍ରି ଅବସରରେ ପାରାଦ୍ଵୀପ ଇଫକୋ ସାର କାରଖାନା ପକ୍ଷରୁ କୋ-ପରେଟିଭ ରୁରାଲ ଡେଭଲପମେଣ୍ଟ ଟ୍ରଷ୍ଟ ସହାୟତାରେ ଗୋ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାରାଦ୍ଵୀପ ତାରେଣୀଗଡା ସ୍ଥିତ ମା ଶାରଳା ଗୋ-ସେବା ଆଶ୍ରମ ପରିସରରେ ଥିବା ୨୧୪ ଟି ଗୋ ମାତା ଓ ବୃଷବ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ସେମାନଙ୍କୁ ଔଷଧ ଓ ଟିକା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଇଫକୋ ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା, କୋ-ପରେଟିଭ ରୁରାଲ ଡେଭଲପମେଣ୍ଟ ଟ୍ରଷ୍ଟ ର ଅଧ୍ୟକ୍ଷ କୁଳମଣି ମାଝୀ, ମାଇକ୍ରୋ ବାୟୋଲୋଜିଷ୍ଟ ଅଫିସର ଅଭ୍ରୋ ଦେ , ମା ଶାରଳା ଗୋ ସେବା ଆଶ୍ରମ ର ସମ୍ପାଦକ ମହନ୍ତ ମହାରାଜ ରମେଶ ଦାସ, ପାରାଦ୍ଵୀପ ପଶୁ ସମ୍ପଦ ଅଧିକାରୀ ଡାକ୍ତର ନିରଞ୍ଜନ ବେହେରା, ବାବା ପ୍ରଶାନ୍ତ ଦାସ , ଗୋଶାଳା ଆଶ୍ରମ ର ସଦସ୍ୟ ଅରୁଣ କୁମାର ଓଝା ପ୍ରମୁଖ ଯୋଗଦେଇ ଗୋ ସେବା ର ମହତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ । ପରେ ପଶୁ ସମ୍ପଦ ଅଧିକାରୀ ନିରଞ୍ଜନ ବେହେରା ଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଆଶ୍ରମ ପରିସରରେ ରହୁଥିବା ୨୧୪ ଟି ଗୋ ମାତା ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ଔଷଧ ଦେଇ ଚିକିତ୍ସା କରିଥିଲେ । ଏଠାରେ ସୂଚନାଯୋଗ୍ୟ, ପାରାଦ୍ଵୀପ ସ୍ଥିତ ମା ଶାରଳା ଗୋ ସେବା ଆଶ୍ରମ ଗତ ୧୦ ବର୍ଷ ହେଲା ପାରାଦ୍ଵୀପ, ଜଗତସିଂହପୁର ଓ କେନ୍ଦ୍ରାପଡା ଅଞ୍ଚଳରେ ଦୂର୍ଘଟଣାର ଶିକାର ହେଉଥିବା ଗୋ ମାତା ଓ ବୃଷବ ମାନଙ୍କୁ ଆଣି ଚିକିତ୍ସା କରିବା ସହିତ ସେମାନଙ୍କୁ ଆଶ୍ରମ ପରିସରରେ ରଖି ସେବା କରୁଛନ୍ତି। ଗତ ଜାନୁଆରୀ ମାସରେ ମହାନଦୀ ର ଏକ ଟାପୁ ରୁ ଭୋକ ଉପାସରେ ଥିବା ୬୯ ଟି ଗୋ ମାତା ଓ ଷଣ୍ଢ ଙ୍କୁ ଉଦ୍ଧାର କରି ଆଶ୍ରମ ପରିସରରେ ରଖି ସେମାନଙ୍କୁ ଚିକିତ୍ସା କରିବା ସହିତ ଖାଦ୍ୟ ଦେଇ ରଖାଯାଇଛି । ଗୋଶାଳାର ସଦସ୍ୟ ମାନଙ୍କ ଦ୍ବାରା କରାଯାଉଥିବା ଏହି ମହତ କାର୍ଯ୍ୟକୁ ଇଫକୋ ଲୋକ ସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ଉଚ୍ଚ ପ୍ରଶଂସା କରିବା ସହିତ କଥା କହି ପାରୁନଥିବା ଗୋ ମାତା ଙ୍କ ସେବା ହିଁ ପ୍ରକୃତ ସେବା ବୋଲି କହିଥିଲେ । ଶାସ୍ତ୍ରିୟ ମତରେ ଗୋ ମାତା ଙ୍କ ଶରୀରରେ ସମସ୍ତ ଦେବା ଦେବୀ ବାସ କରନ୍ତି, ତେଣୁ ସେମାନଙ୍କ ସେବା ଦେବ ସେବା ବୋଲି ଶ୍ରୀ ବେଉରା ପ୍ରକାଶ କରିଥିଲେ। ସେହିପରି ଗୋଶାଳା ପ୍ରତି ଇଫକୋର ପ୍ରବନ୍ଧ ନିର୍ଦେଶକ କେ.ଜେ.ପଟେଲ ଓ ଇଫକୋ ୟୁନିଟ୍ ମୁଖ୍ୟ ପି.କେ.ମହାପାତ୍ର ଙ୍କ ସହଯୋଗ କୁ ଗୋଶାଳା ସମ୍ପାଦକ ମହନ୍ତ ମହାରାଜ ରମେଶ ଦାସ ପ୍ରଶଂସା କରିବା ସହିତ ଇଫକୋ କାରଖାନା ପ୍ରତ୍ୟେକ ଅସୁବିଧା ସମୟରେ ସହଯୋଗ ର ହାତ ବଢ଼ାଇ ଥିବାରୁ କୃତଜ୍ଞତା ଜଣାଇଥିଲେ ।