ପାରାଦ୍ଵୀପ ବନ୍ଦରର ରେକର୍ଡ ,ତାପଜ କୋଇଲା ଖଲାସରେ ଛୁଇଁଲା ନୂତନ ଶିଖର ।
Alok Kumar Mohapatra | 16 Feb 2026 | 5 min read | 9 views
ପାରାଦ୍ୱୀପ ( ପି.ଏନ. ଏସ ) : ପଣ୍ୟ ପରିଚାଳନାରେ ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ସର୍ବ ଭାରତୀୟ ସ୍ତରରେ ରେକର୍ଡ ଭାଙ୍ଗିବା ଧରା ଜାରି ରଖିଛି l ଏହି କ୍ରମରେ ଗୋଟିଏ ଦିନରେ ସର୍ବାଧିକ ତାପଜ କୋଇଲା ଖଲାସ କରି ପାରାଦୀପ ବନ୍ଦର ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛି l ଚଳିତ ଫେବୃଆରୀ ୧୪ ତାରିଖରେ ସଫଳତାର ସହ ୪୭ଟି ରେକ୍ ଅନଲୋଡ୍ କରାଯାଇ ୪୧ଟି ବଗି ଓପନ୍ ବଟମ୍ ରାପିଡ୍ ଡିସଚାର୍ଜ (ବିଓବିଆରଏନ) ରେକ୍, ୬ଟି ବଗି ଓପନ୍ ହାଇ ସାଇଡେଡ୍ (ବିଓଏକ୍ସଏନ) ରେକ୍ ରୁ ତାପଜ କୋଇଲା ଖଲାସ କରାଯାଇଥିଲା। ଏହି ସଫଳତା ହାସଲ ପରେ ପାରାଦ୍ଵୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ସମସ୍ତ କର୍ମଚାରୀ ଓ ସହଯୋଗୀଙ୍କୁ ସେମାନଙ୍କ ଉତ୍ସର୍ଗତା ପାଇଁ ଅଭିନନ୍ଦନ ଜଣାଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ ଏହି ମାଇଲଖୁଣ୍ଟ କେବଳ ଏକ ସଂଖ୍ୟା ନୁହେଁ ବରଂ ବନ୍ଦରରେ ବର୍ତ୍ତମାନ ଥିବା ନିରନ୍ତର ପ୍ରୟାସ, ଯତ୍ନବାନ ଯୋଜନା ଏବଂ ଦୃଢ଼ କାର୍ଯ୍ୟକ୍ଷମ ଭିତ୍ତିଭୂମିର ଏକ ପ୍ରମାଣ। କାର୍ଯ୍ୟକ୍ଷମ ସମୟକୁ ଅନୁକୂଳତ୍ତମ କରି ଏବଂ ପଣ୍ୟ ପରିଚାଳନା ପ୍ରକ୍ରିୟାକୁ ସୁଗମ କରି ପାରାଦୀପ ବନ୍ଦର ଭାରତର ଶକ୍ତି ଯୋଗାଣ ଶୃଙ୍ଖଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରିଚାଲିଛି ।
