Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦୀପରେ ୨୫ତମ ଆମନ୍ତ୍ରଣ କପ ଗଲ୍ଫ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ , ଅକ୍ଷୟ ସୁତାର ଚମ୍ପିୟନ ।

Alok Kumar Mohapatra | 16 Feb 2026 | 6 min read | 8 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦୀପ ଗଲ୍ଫ କ୍ଲବର ବାର୍ଷିକ ଆମନ୍ତ୍ରଣ କପ ଗଲ୍ଫ ଟୁର୍ଣ୍ଣାମେଣ୍ଟ ୨୦୨୬ ଚଳିତ ଫେବୃଆରୀ ୧୪ ଓ ୧୫ ତାରିଖ ଦୁଇଦିନ ପର୍ଯ୍ୟନ୍ତ ପାରାଦୀପ ପୋର୍ଟ ଗଲ୍ଫ କୋର୍ସରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ପାରାଦୀପ ଗଲ୍ଫ କ୍ଲବ ଦ୍ୱାରା ଆୟୋଜିତ ହୋଇଥିଲା । ପାରାଦୀପ ପୋର୍ଟ ଅଥରିଟି (ପିପିଏ)ର ଉପାଧ୍ୟକ୍ଷ ଟି.ଭେନୁ ଗୋପାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠି ଏବଂ ପାରାଦୀପ ବନ୍ଦର ଟ୍ରାଫିକ ବିଭାଗର ପରାମର୍ଶଦାତା ଏ.କେ. ବୋଷ ଏବଂ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ବିଜେତାମାନଙ୍କୁ ପୁରସ୍କାର ବଣ୍ଟନ କରିଥିଲେ । ପାରାଦୀପ ଗଲ୍ଫ କ୍ଲବର ଅକ୍ଷୟ ଚନ୍ଦ୍ର ସୂତାର ହ୍ୟାଣ୍ଡିକ୍ୟାପ୍ (୦-୧୦) ବର୍ଗରେ ଚମ୍ପିଅନ୍ ହୋଇଥିଲେ । ଭୁବନେଶ୍ୱର ଗଲ୍ଫ କ୍ଲବର ଡକ୍ଟର ଦେବଦର୍ଶୀ ରଥ ହ୍ୟାଣ୍ଡିକ୍ୟାପ୍ (୧୧-୧୯) ବର୍ଗରେ ଚମ୍ପିଅନ୍ ହୋଇଥିବା ବେଳେ ପାରାଦୀପ ଗଲ୍ଫ କ୍ଲବର ରଞ୍ଜିତ କୁମାର ବୋମାଲି ହ୍ୟାଣ୍ଡିକ୍ୟାପ୍ (୨୦-୨୪) ବର୍ଗରେ ଚମ୍ପିଅନ୍ ଟାଇଟଲ୍ ଜିତିଥିଲେ । ଭୁବନେଶ୍ୱର ଗଲ୍ଫ କ୍ଲବର ଶାଶ୍ୱତ ପଣ୍ଡା ଶ୍ରେଷ୍ଠ ଗ୍ରସ୍ ପୁରସ୍କାର ପାଇଥିଲେ । ପାରାଦୀପ ଗଲ୍ଫ କ୍ଲବର ସଭାପତି ସୁଶୀଲ ଚନ୍ଦ୍ର ନାହାକ, କାର୍ଯ୍ୟକାରୀ ସଭାପତି ଡା. ଦୁର୍ଗା ପ୍ରସାଦ ସେଠି, କ୍ୟାପଟେନ ଏ.ସି.ସୁତାର ଏବଂ ସମ୍ପାଦକ ମନୋଜ କୁମାର ମହନ୍ତ ସଫଳତାର ସହ ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ । ଭାରତର ବିଭିନ୍ନ ସ୍ଥାନରୁ ୭ ଟି ପ୍ରମୁଖ ଗଲ୍ଫ କ୍ଲବର ୭୧ ଜଣ ଗଲ୍ଫ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ ।