ଅଠରବାଙ୍କୀ ମାର୍କେଟରେ ଭେଣ୍ଡିଂ ଜୋନ୍ ରେ ଘୋଟାଲା ଅଭିଯୋଗ ।
pragyansila bureau | 13 Feb 2026 | 10 min read | 6 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ଅଠରବାଙ୍କୀ ମାର୍କେଟ ରେ ଅବ୍ୟବସ୍ଥା l ଯାହାକୁ ନେଇ ବ୍ୟବସାୟୀ ମାନେ ସାମ୍ବାଦିକ ସମ୍ମିଳନୀ ରେ ଆଣିଛନ୍ତି ଅଭିଯୋଗ l ବ୍ୟବସାୟୀ ମାନଙ୍କ କହିବା ଅନୁଯାୟୀ ଅଠରବାଙ୍କୀ ମାର୍କେଟ ରେ ହାତୀ ଗଳି ଯାଉଛି, ହେଲେ ପିମ୍ପୁଡି ଗଳିଯିବାକୁ ବାଟ ମିଳୁନି l ଏଠି ପେଟ ପୋଷିବା ପାଇଁ ଛୋଟ ଜଳଖିଆ ଦୋକାନ କରୁଥିବା ବ୍ୟବସାୟୀ କୁ ରାଜନୈତିକ ଓ ଆକ୍ରୋଶ ମୂଳକ ଭାବରେ ତାର ଦୋକାନ ଉଛେଦ କରିଦିଆଯାଉଛି l କିନ୍ତୁ କିଛି ବ୍ୟବସାୟୀ ଦୋକାନ ସାମ୍ନାରେ ଥିବା ଡ୍ରେନ ଉପରେ ଜବରଦଖଲ କରି ହୋଟେଲ ଚଳାଉଥିବା ବେଳେ ଏହା ପ୍ରଶାସନ ର ନଜରକୁ ନ ଆସିବା ଘଟଣା କୁ ନେଇ ବ୍ୟବସାୟୀ ମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି l ଏହି ଅଠରବାଙ୍କୀ ମାର୍କେଟ ରେ ଅସ୍ଥାୟୀ ଭେଣ୍ଡିଙ୍ଗ ଜୋନ ନିର୍ମାଣ ପରେ ମୁନିସିପାଲିଟି ତରଫରୁ ଗୋଟିଏ ଗୋଟିଏ ବ୍ୟବସାୟୀ ଙ୍କ ସମ୍ପର୍କୀୟ ମାନଙ୍କୁ ଏକାଧିକ ଭେଣ୍ଡିଙ୍ଗ ଜୋନ ପ୍ରଦାନ କରାଯାଇଥିବା ବେଳେ କିଛି ବ୍ୟବସାୟୀ ପାଇବା ଯୋଗ୍ୟ ହୋଇଥିଲେ ମଧ୍ୟ ସେମାନଙ୍କୁ ଦୋକାନ ଘର ରୁ ବଞ୍ଚିତ କରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ବ୍ୟବସାୟୀ l ସୂଚନା ଅନୁଯାୟୀ ଅଠରବାଙ୍କୀ ବଣିକ ସଙ୍ଘ ର ମା କାଳୀଙ୍କ ମନ୍ଦିର ସାମ୍ନାରେ ଉଠା ଦୋକାନ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ବୁଲୁ ସାହୁ ନିଜ ପତ୍ନୀଙ୍କୁ ସାଥିରେ ରଖି ସ୍ୱାଦିଷ୍ଟ ଜଳଖିଆ ପ୍ରସ୍ତୁତ କରିବା କାରଣରୁ ତାଙ୍କ ଦୋକାନରେ ଗ୍ରାହକ ଙ୍କ ଭିଡ ଲାଗିଥାଏ l ଯାହାକୁ ସହିନପାରି କିଛି ବ୍ୟବସାୟୀଙ୍କ ବ୍ୟବସାୟ ଫିକା ପଡିବା କାରଣରୁ ଆକ୍ରୋଶ ମୂଳକ ଭାବରେ ମୁନିସିପାଲିଟି ରେ ଅଭିଯୋଗ କରି ଏହି ଦୋକାନକୁ ଉଛେଦ କରାଯାଇଥିବା ଅଭିଯୋଗ ଆଣିଛନ୍ତି l ଯଦି ଜଣେ ସାଧାରଣ ଉଠା ଦୋକାନୀ କୁ ଉଠାଇବାକୁ ପୌରପ୍ରଶାସନ ଏତେ ତତ୍ପର, ଦୀର୍ଘବର୍ଷ ଧରି ରାସ୍ତାପାର୍ଶ୍ଵ ଡ୍ରେନେଜ କୁ ଜବରଦଖଲ କରିଵା ସହିତ ରାସ୍ତା କୁ ମାଡି ବସିଥିବା ବ୍ୟବସାୟୀ ମାନଙ୍କୁ କେଉଁ ଅନୁକମ୍ପା ଦେଖାଇ ପୌରପ୍ରଶାସନ ଆଖି ବୁଜି ଦେଇଛି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବଣିକ ସଙ୍ଘର ବ୍ୟବସାୟୀ l ଯଥାଶୀଘ୍ର ମୁନିସିପାଲିଟି ତରଫରୁ ଭେଣ୍ଡିଙ୍ଗ ଜୋନ ରେ ହୋଇଥିବା ଘୋଟାଲା ର ପର୍ଦାଫାଶ କରିବା ସହିତ ଦୀର୍ଘବର୍ଷ ଧରି ଦୋକାନ ସାମ୍ନା ରାସ୍ତାକୁ ମାଡ଼ିବସିଥିବା ଜବରଦଖଲ ଉଛେଦ କରାଯିବା ରେ ଯଦି ଟାଳଟୁଳ ନୀତି ଅବଲମ୍ବନ କରାଯାଏ ତେବେ ବଣିକ ସଙ୍ଘ ତରଫରୁ ମୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିବାକୁ ଚେତାବନୀ ଦେଇଛନ୍ତି l ଏହି ସାମ୍ବାଦିକ ସମ୍ମିଳନୀ ରେ ଅଠରବାଙ୍କୀ ବଣିକ ସଙ୍ଘ ର ସଭାପତି ଚିତ୍ତରଞ୍ଜନ ମଲ୍ଲିକ, ସମ୍ପାଦକ ବୁଲୁ ବିଶ୍ୱାଳ, ଉମେଶ ସ୍ୱାଇଁ, ଜ୍ୟୋତିରଞ୍ଜନ, ସନତ ପାତ୍ର, ପ୍ରଭାକର ସାହୁ, ପ୍ରସନ୍ନ ରାଉତ, ମନୋଜ ସ୍ୱାଇଁ, ଚନ୍ଦନ ବାରିକ ଙ୍କ ସହିତ ବ୍ୟବସାୟୀ ମାନେ ଉପସ୍ଥିତ ରହିଥିଲେ ।
