ପାରାଦୀପ ରେ ହେବ ବ୍ଲୁ ଫ୍ଲାଗ ବିଚ, ପର୍ଯ୍ୟଟନ କ୍ଷେତ୍ରରେ ସୃଷ୍ଟି କରିବ ନୂତନ ଅଧ୍ୟାୟ
Alok Kumar Mohapatra | 13 Feb 2026 | 8 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ୱୀପ ରେ ହେବ ବ୍ଲୁ ଫ୍ଲାଗ ବିଚ, ପର୍ଯ୍ୟଟନ କ୍ଷେତ୍ରରେ ସୃଷ୍ଟି କରିବ ନୂତନ ଅଧ୍ୟାୟ,ଏହା ସହିତ ପାରାଦୀପ କୁ ବିଭିନ୍ନ କ୍ଷେତ୍ରରେ କିପରି ବିକାଶ କରାଯାଇପାରିବ ଏ ନେଇ ରାଜ୍ୟ ସରକାର ଙ୍କ ତରଫରୁ ଆରମ୍ଭ ହୋଇଛି ସମସ୍ତ ପ୍ରୟାସ। ଦିନିକିଆ ପାରାଦୀପ ଗସ୍ତରେ ଆସିବା ଅବସରରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ଆଜି ପାରାଦୀପ ଲାଇଟହାଉସ ବେଳାଭୂମି ରେ ଜଗତସିଂହପୁର ଜିଲ୍ଲାପାଳ, ଏସପି ଓ ବିଭିନ୍ନ ଅଧିକାରୀ ମାନଙ୍କ ସହିତ ଏ ନେଇ ବିସ୍ତୃତ ଆଲୋଚନା କରିବା ସହିତ ବ୍ଲୁ ଫ୍ଲାଗ ବିଚ ନିର୍ମାଣ ର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ। ପ୍ରକୃତି ର ବିରଳ ଅବଦାନ ବଙ୍ଗୋପସାଗର ଉପକୂଳ ର ପାରାଦୀପ ଠାରୁ ୭ କିଲୋମିଟର ସମୁଦ୍ର କୂଳ ବେଳାଭୂମି ରେ ବ୍ଲୁଫ୍ଲାଗ ବିଚ ନିର୍ମାଣ ହେବ। ପ୍ରଥମ ପର୍ଯ୍ୟାୟ ରେ ୩ କିଲୋମିଟର ପାଇଁ ବ୍ଲୁ ଫ୍ଲାଗ ବିଚ ନିର୍ମାଣ କାର୍ଯ୍ୟ ଆସନ୍ତା ସେପ୍ଟେମ୍ବର ଶେଷସୁଦ୍ଧା ଶେଷ କରିବାକୁ ସମସ୍ତ ପ୍ରୟାସ ଜାରି ରହିଛି ବୋଳି କହିବା ସହିତ ବିଭିନ୍ନ କୋଣରୁ ପାରାଦୀପ ର ମୁନିସିପାଲିଟି ହେଉ କିମ୍ବା ବନ୍ଦରନଗରୀ ର ବିକାଶ ପାଇଁ ବନ୍ଦର ଅଧ୍ୟକ୍ଷ ଙ୍କ ସହିତ ବିଭିନ୍ନ ଶିଳ୍ପସଂସ୍ଥା ମାନଙ୍କ ସହିତ ବିସ୍ତୃତ ଆଲୋଚନା କରାଯିବା ନେଇ କହିଛନ୍ତି ମୁଖ୍ୟ ଶାସନ ସଚିବ। ପାରାଦୀପ ବ୍ଲୁ ଫ୍ଲାଗ ବିଚ ନିର୍ମାଣ ହେବାପରେ ପର୍ଯ୍ୟଟନ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନା କରିବା ସହିତ ଗୋଆ ବିଚ ଭଳି ପାରାଦୀପ ବେଳାଭୂମି କୁ ଦେଶ ବିଦେଶ ର ପର୍ଯ୍ୟଟକ ମାନଙ୍କ ଆଗମନ ହେବ। ଯାହା ଫଳରେ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ସ୍ଥାନୀୟ ଲୋକେ ସ୍ୱାବଲମ୍ବୀ ହେବା ସହିତ ଓଡିଶା ର ପର୍ଯ୍ୟଟନ କ୍ଷେତ୍ର ଦେଶ ବିଦେଶ ରେ ସୁନାମ ଅର୍ଜନ କରିବ। ରାଜ୍ୟ ସରକାର ଯେଉଁଭଳି ପୁରୀ, ପାରାଦୀପ ଓ ଭୁବନେଶ୍ୱର କୁ ଏକୋନୋମିକାଲ କରିଡ଼ର ନିର୍ମାଣ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ଏହା ପାରାଦୀପ ର ବିକାଶ ରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିବ ବୋଳି କହିଛନ୍ତି ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ।
