ସର୍ବ ଭାରତୀୟ ଶ୍ରମିକ ସଂଘ ଡାକରାରେ ଭାରତ ବନ୍ଦ ପାରାଦୀପରେ ଆଂଶିକ ପ୍ରଭାବ
Alok Kumar Mohapatra | 12 Feb 2026 | 5 min read | 7 views
ପାରାଦ୍ୱୀପ ( ପି.ଏନ. ଏସ ) : କେନ୍ଦ୍ର ସରକାରଙ୍କ ନୂତନ ଶ୍ରମ ଆଇନ୍କୁ ବିରୋଧ କରିବା ସହିତ ବିଭିନ୍ନ ଦାବୀରେ ଗୁରୁବାର ଦିନ ସର୍ବଭାରତୀୟ ଧର୍ମଘଟର ଡାକରା ଦିଆଯାଇଥିଲା । ବନ୍ଦର ଓ ଶିଳ୍ପ ସହର ପାରାଦୀପରେ ଏହାର ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ପାରାଦୀପକୁ ବସ୍ ସେବା ସଂମ୍ପୂର୍ଣ୍ଣ ବନ୍ଦ ରହିଥିବା ବେଳେ ବ୍ୟାଙ୍କ, ବୀମା କର୍ମଚାରୀ ସଂଘ ସାମିଲ ହୋଇଥିବାରୁ ବ୍ୟାଙ୍କିଙ୍ଗ ସେବା ବନ୍ଦ ହୋଇଯାଇଥିଲା । ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷାଦାନ ଚାଲୁ ରହିଥିବା ବେଳେ ଦୋକାନ ବଜାର ଖୋଲା ରହିଥିବା ଦେଖିବାକୁ ମିଳିଥିଲା ।ବିଭିନ୍ନ ଶିଳ୍ପାନୁଷ୍ଠାନ ଫାଟକ, ପାରାଦୀପ ବନ୍ଦର ପ୍ରଶାସନିକ ଭବନ, ଅଠରବାଙ୍କୀ, ଗେଟ୍ ନମ୍ବର-୩, ପାରାଦୀପ ତୈଳ ବିଶୋଧନାଗାର ଆଦି ସ୍ଥାନରେ ବିକ୍ଷୋଭକାରୀମାନେ ବିକ୍ଷେଭ ପ୍ରଦର୍ଶନ କରିଥିଲେ । ପାରାଦୀପ ଅଂଚଳର ସମସ୍ତ ୧୦ ଗୋଟି ଶ୍ରମିକ ସଂଘ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଏହି ଭାରତ ବନ୍ଦ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସ ସମର୍ଥନ ଦେଇଥିବାରୁ ପାରାଦୀପ ନଗର କଂଗ୍ରେସ ସଭାପତି କେଦାର ନାଥ ବିଶ୍ୱାଳଙ୍କ ନେତୃତ୍ୱରେ ବହୁ କଂଗ୍ରେସ୍ କର୍ମୀମାନେ ଶ୍ରମିକ ସଂଗଠନ ସହିତ ବିକ୍ଷୋଭରେ ସାମିଲ ହୋଇଥିଲେ ।
