ପାରାଦ୍ଵୀପ ମହାବିଦ୍ୟାଳୟ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ।
Alok Kumar Mohapatra | 12 Feb 2026 | 4 min read | 9 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ପକ୍ଷରୁ ଏକ ‘ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷା ଡ଼ଃ. ସସ୍ମିତା ଶତପଥୀଙ୍କ ସମ୍ମତି କ୍ରମେ ତଥା ଏନ୍.ଏସ୍.ଏସ୍. ପୂର୍ବତନ କାର୍ଯ୍ଯାଧିକାରୀ ବ୍ରହ୍ମାନନ୍ଦ ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ମଙ୍ଗଳବାର ପୂର୍ବାହ୍ନରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାରାଦୀପ ଆଦର୍ଶ ଥାନା ଅଧିକାରୀଙ୍କ ସଂପୂର୍ଣ୍ଣ ସହଯୋଗ ଏହି କାର୍ଯ୍ୟକ୍ରମକୁ ପ୍ରେରଣା ଯୋଗାଇଥିଲା l ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏହି ସଚେତନତା କାର୍ଯ୍ୟକ୍ରମରେ ପୁଷ୍ପ ଦେଇ ଯାନବାହନ ଚାଳକ ମାନଙ୍କୁ ନାନାଦି ସଡ଼କ ସୁରକ୍ଷାର ନିୟମ ସଂପର୍କରେ ଅବଗତ କରାଇଥିଲେ । ବର୍ତ୍ତମାନ ଏନ.ଏସ.ଏସ କାର୍ଯ୍ୟାଧିକାରୀ ଅଧ୍ୟାପିକା ଶ୍ରୀମତୀ ସଂଘମିତ୍ରା ପ୍ରଧାନ ଉକ୍ତ କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ରୂପେ ପରିଚାଳନା ଦାୟିତ୍ୱ ଗ୍ରହଣ କରିଥିଲେ ଏବଂ ମହାବିଦ୍ୟାଳୟର ବହୁ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସମେତ ବହୁ ଗଣ ମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମର ସଫଳତା ନିମନ୍ତେ ସହଯୋଗ କରିଥିଲେ l
