Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଭାରତୀୟ ବୃହତ ବନ୍ଦର କବାଡି ପ୍ରତିଯୋଗିତା ଉଦଯାପିତ, ଜବାହରଲାଲ ନେହେରୁ ବନ୍ଦର ଚମ୍ପିଅନ ଓ ଚେନାଇ ବନ୍ଦର ରନର୍ସଅପ ।

Alok Kumar Mohapatra | 08 Feb 2026 | 7 min read | 7 views

ପାରାଦ୍ୱୀପ ( ପି.ଏନ. ଏସ ) : ବୃହତ ବନ୍ଦର କ୍ରୀଡା ନିୟନ୍ତ୍ରଣ ବୋର୍ଡ ତତ୍ୱାବଧାନରେ ପାରାଦୀପ ବନ୍ଦର ବିଜୁ କନଭେନସନ ସେଣ୍ଟର ଠାରେ ଚାଲିଥିବା ୪୧ତମ ସର୍ବ ଭାରତୀୟ ବୃହତ ବନ୍ଦର କବାଡି ପ୍ରତିଯୋଗିତା ୨୦୨୫-୨୬ ରବିବାର ଦିନ ସଫଳତାର ସହ ଉଦଯାପିତ ହୋଇଯାଇଛି l ତିନିଦିନ ଧରି ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ସାରା ଦେଶର ପ୍ରମୁଖ ବନ୍ଦର ର କ୍ରୀଡ଼ାବିତ ମାନେ ପ୍ରତିନିଧିତ୍ୱ କରୁଥିବା ସାତୋଟି ଦଳ ମଧ୍ୟରେ ଉତ୍ସାହଜନକ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଖେଳାଳୀମାନେ ମ୍ୟାଚ୍ ଗୁଡ଼ିକରେ ଅସାଧାରଣ ଦକ୍ଷତା, ଦଳଗତ କାର୍ଯ୍ୟ ଏବଂ କ୍ରୀଡା ମନୋଭାବ ପ୍ରଦର୍ଶନ କରିଥିଲେ। ଏକ ଆକର୍ଷଣୀୟ ଫାଇନାଲରେ ଜବାହରଲାଲ ନେହେରୁ ବନ୍ଦର ପ୍ରାଧିକରଣ ଚମ୍ପିଅନ୍ ହୋଇଥିବା ବେଳେ ଚେନାଇ ବନ୍ଦର ପ୍ରାଧିକରଣ ରନର୍ସ ଅପ୍ ହୋଇଥିଲା। ସେହିପରି ପାରାଦୀପ ବନ୍ଦର ଏବଂ ମୁମ୍ବାଇ ବନ୍ଦର ମିଳିତ ଭାବରେ ଦ୍ୱିତୀୟ ରନର୍ସ ଅପ୍ ସ୍ଥାନ ହାସଲ କରିଥିଲେ ।
ସନ୍ଧ୍ୟାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ପାରାଦୀପ ବନ୍ଦର ଅଧ୍ୟକ୍ଷ ପି.ଏଲ.ହରନାଦ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜୟୀ ଦଳଗୁଡ଼ିକୁ ଟ୍ରଫି ଏବଂ ପଦକ ପ୍ରଦାନ କରିଥିଲେ। ଏଥିସହ ଅଂଶଗ୍ରହଣକାରୀ ମାନଙ୍କୁ ଅଭିନନ୍ଦନ ଜଣାଇ ସେ ଭାରତର ବନ୍ଦର କର୍ମଚାରୀଙ୍କ ମଧ୍ୟରେ ଶୃଙ୍ଖଳା ଏବଂ ସୌହାର୍ଦ୍ଦ୍ୟକୁ ପ୍ରୋତ୍ସାହିତ କରିବାରେ କ୍ରୀଡାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ପାରାଦୀପ ବନ୍ଦର ପ୍ରାଧିକରଣ ଉପାଧ୍ୟକ୍ଷ ଟି.ଭେନୁ ଗୋପାଲ, ଗୋପବନ୍ଧୁ କ୍ରୀଡା ସଂସଦର ସଭାପତି ଏଚ୍.ଏସ୍.ରାଉତ, କାର୍ଯ୍ୟକାରୀ ସଭାପତି ଡା.ଦୁର୍ଗା ପ୍ରସାଦ ସେଠୀ ଏବଂ ସମ୍ପାଦକ ଧୂନ ଚନ୍ଦ୍ର ତରାଇ ଙ୍କ ସମେତ ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ଏବଂ ଟୁର୍ଣ୍ଣାମେଣ୍ଟର ସଫଳ ପରିଚାଳନା ପାଇଁ ଖେଳାଳି, ଅଧିକାରୀ ଏବଂ ଆୟୋଜକଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।