୨୫ତମ ଆନ୍ତର୍ଯ୍ୟାତୀୟ ନାଟକ ମହୋତ୍ସବ 'ରଙ୍ଗ ମହୋତ୍ସବ' ସଫଳତାର ସହ ଉଦଯାପିତ ।
Alok Kumar Mohapatra | 07 Feb 2026 | 6 min read | 11 views
ପାରାଦ୍ୱୀପ ( ପି.ଏନ. ଏସ ) : ନୂଆ ଦିଲ୍ଲୀର ଜାତୀୟ ନାଟ୍ୟ ବିଦ୍ୟାଳୟ, ପାରାଦୀପ ବନ୍ଦର ପ୍ରାଧିକରଣ ଏବଂ କ୍ୟାନମାସ ର ମିଳିତ ଆନୁକୂଲ୍ୟରେ ପାରାଦୀପ ର ଜୟଦେବ ସଦନ ଠାରେ ୬ ଦିନ ଧରି ଚାଲିଥିବା ୨୫ତମ ଆନ୍ତର୍ଯ୍ୟାତୀୟ ନାଟକ ମହୋତ୍ସବ 'ରଙ୍ଗ ମହୋତ୍ସବ' ଫେବୃଆରୀ ୬ ତାରିଖ ଶୁକ୍ରବାର ଦିନ ସଫଳତାର ସହ ଉଦଯାପିତ ହୋଇଯାଇଛି l ଏହି ମହୋତ୍ସବର ପ୍ରଥମ ଉଦଘାଟନୀ ସନ୍ଧ୍ୟାରେ ମୁମ୍ବାଇ ର କଲେକ୍ଟିଭ ମ୍ୟାଡନେସ ଷ୍ଟୁଡିଓ ର କଳାକାର ମାନଙ୍କ ଦ୍ୱାରା ହିନ୍ଦୀ ନାଟକ 'ଜମ୍ପ' ମଞ୍ଚସ୍ଥ ହୋଇଥିବା ବେଳେ ଦ୍ଵିତୀୟ ସନ୍ଧ୍ୟାରେ ପଶ୍ଚିମବଙ୍ଗ ର କଲ୍ୟାଣୀ କଳାମଣ୍ଡଲମ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ବଙ୍ଗଳା ଭାଷୀ ଐତିହାସିକ କାଳ୍ପନିକ ନାଟକ 'ରାଧା-ରାମକୃଷ୍ଣ', କଲିକତା ର ଲିଟିଲ ଥିଏସ୍ପିଆନ ନାଟ୍ୟ ଅନୁଷ୍ଠାନ ଦ୍ୱାରା ଉର୍ଦୁ ଭାଷୀ ନାଟକ 'ଚାକ', ଶ୍ରୀଲଙ୍କା ର ରେଡ ଉଇଙ୍ଗସ ନାଟ୍ୟ ଅନୁଷ୍ଠାନ ଦ୍ୱାରା ସିଂହଳି ଭାଷା ନାଟକ 'ଡକ୍ଟର କିଙ୍ଗସ ଲାଷ୍ଟ ନାଇଟ' ଏବଂ ଉଦଯାପନୀ ସନ୍ଧ୍ୟାରେ ଭୁବନେଶ୍ୱର ର ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ର କଳାକାର ମାନଙ୍କ ଓଡ଼ିଆ ନାଟକ 'ବେଗମ୍' ମଞ୍ଚସ୍ଥ ହୋଇଥିଲା l ଏହି ସମସ୍ତ କାର୍ଯ୍ୟକ୍ରମ କୁ କ୍ୟାନମାସ ନାଟ୍ୟ ଅନୁଷ୍ଠାନର ସମ୍ପାଦକ ଶ୍ରୀମନ ନାରାୟଣ ମିଶ୍ର ଏବଂ ଉପଦେଷ୍ଟା କ୍ୟାପଟେନ ଅତୁଲ୍ୟ ମହାପାତ୍ର ପରିଚାଳନା କରିଥିବା ବେଳେ ମିଡ଼ିଆ ସଂଯୋଜକ ନିରୋଜ କୁମାର ପଟ୍ଟନାୟକ ଏବଂ ସମସ୍ତ ସଦସ୍ୟ ଓ ସଦସ୍ୟା ଏଥିରେ ସକ୍ରିୟ ସହଯୋଗ କରିଥିଲେ l ତେବେ ଉଦଯାପନୀ ସନ୍ଧ୍ୟାରେ ଅତିଥି ମାନେ କଳାକାର ମାନଙ୍କୁ ସମ୍ମାନିତ କରିବା ସହ କ୍ୟାନମାସ ଅନୁଷ୍ଠାନ ନାଟକକୁ ଲୋକାଭିମୁଖୀ କରିବାର ପ୍ରୟାସକୁ ପ୍ରଶଂସା କରିଥିଲେ l
