ପାରାଦ୍ୱୀପ ପୋର୍ଟ ମଜଦୁର ସଂଘରେ ମିଶିଲେ ଶତାଧିକ ଶ୍ରମିକ
pragyansila bureau | 21 Jun 2025 | 7 min read | 7 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ପୋର୍ଟ ମଜଦୁର ସଙ୍ଘରେ ମିଶିଲେ ଶତାଧିକ ଶ୍ରମିକ। ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଙ୍ଘର ନେତା ବାପି ସର୍ଖେଲ ଙ୍କ ଉପରୁ ଆସ୍ଥା ତୁଟେଇ ପାରାଦୀପ ପୋର୍ଟ ମଜଦୁର ସଙ୍ଘରେ ସାମିଲ ହୋଇଛନ୍ତି ଶ୍ରମିକମାନେ। ପାରାଦୀପ ପୋର୍ଟ ମଜଦୁର ସଙ୍ଘ ର ସଭାପତି ପ୍ରକାଶ ତ୍ରିପାଠୀ ଙ୍କ ନେତୃତ୍ୱ କୁ ଭରସା କରି ଵାପିଙ୍କ ହାତ ଛାଡିଛନ୍ତି ପିଆଇସିଟି ରେ କାର୍ଯ୍ୟରତ ତିନିଶହ ରୁ ଉର୍ଧ୍ଵ ଶ୍ରମିକ l ଅନେକ ବର୍ଷହେବ ବାପି ସରଖେଲଙ୍କ ନେତୃତ୍ୱ କୁ ଭରସା କରିଥିଲେ ପିଆଇସିଟି ରେ କାର୍ଯ୍ୟରତ ଏହି ଶତାଧିକ ଶ୍ରମିକ l ହେଲେ ପିଆଇସିଟି ଅଧିକାରୀଙ୍କ ମନମାନୀ ର ଶିକାର ହୋଇ ବାପି ସାରଖେଲଙ୍କୁ ଗୁହାରି କରିଲେ ମଧ୍ୟ ମିଳୁଥିଲା କେବଳ ପ୍ରତିଶୃତି l ମାସରେ ଦଶଦିନ କାର୍ଯ୍ୟ ପାଇ ଶ୍ରମିକ ଟି ନିଜର ପରିବାର ପ୍ରତିପୋଷଣ କରିବାରେ କଷ୍ଟସାଧ୍ୟ ହୋଇପଡୁଥିବା ବେଳେ ଯଦି କେହି ମୁହଁ ଖୋଲୁଥିଲା ତେବେ ସେମାନଙ୍କୁ ବିଭିନ୍ନ ପ୍ରକାର ଧମକ ଚମକ ମିଳୁଥିବା ଅଭିଯୋଗ ଆଣିଛନ୍ତି ଏହି ଶ୍ରମିକ ମାନେ l ପାରାଦ୍ୱୀପ ପୋର୍ଟ ମଜଦୁର ସଙ୍ଘ କାର୍ଯ୍ୟାଳୟ ରେ ଆୟୋଜିତ ଶ୍ରମିକ ମିଶ୍ରଣ ସମାବେଶ ରେ ଶ୍ରମିକ ମାନେ ବାପି ସରଖେଲଙ୍କ ପ୍ରତି ରହିଥିବା ବିରୋଧ ଭାବ ପ୍ରକାଶ କରିବା ସହିତ ସାମୁହିକ ଭାବରେ ପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱ କୁ ଆସ୍ଥା ପ୍ରକଟ କରି ବିଧିବଦ୍ଧ ଭାବରେ ପାରାଦ୍ୱୀପ ପୋର୍ଟ ମଜଦୁର ସଙ୍ଘରେ ସାମିଲ ହୋଇଛନ୍ତି l କହିଛନ୍ତି ଆମର ବିଶ୍ୱାସ ଅଛି ପ୍ରକାଶ ତ୍ରିପାଠୀ ଆମକୁ ନ୍ୟାୟ ଦେବେ, ବାପି ସରଖେଲ ଯେଉଁଭଳି ଆମକୁ ପ୍ରତିଶୃତି ଦେଇ ପ୍ରତାରଣା କରିଛନ୍ତି ତାହାର ଜବାବ ଦେବ ପାରାଦ୍ୱୀପ ପୋର୍ଟ ମଜଦୁର ସଙ୍ଘ l ତେବେ ଶ୍ରମିକ ମାନେ ଏକତା ବଜାୟ ରଖିବାକୁ ପରାମର୍ଶ ଦେବା ସହିତ ଶ୍ରମିକଙ୍କ ପାଇଁ ପାରାଦ୍ୱୀପ ପୋର୍ଟ ମଜଦୁର ସଙ୍ଘ ସର୍ବଦା ଶ୍ରମିକଙ୍କ ସାଥିରେ ଓ ଶ୍ରମିକଙ୍କ ହକ ପାଇଁ ଲଢେଇ ପାଇଁ ସଂଗ୍ରାମ ଜାରି ରଖିବ ବୋଲି କହିଛନ୍ତି ଶ୍ରମିକ ନେତା ପ୍ରକାଶ ତ୍ରିପାଠୀ |
