ପାରାଦ୍ଵୀପ ରେ ୪୧ତମ ସର୍ବ ଭାରତୀୟ ଆନ୍ତଃ ବୃହତ ବନ୍ଦର କବାଡି ପ୍ରତିଯୋଗିତା ଉଦଘାଟିତ ।
Alok Kumar Mohapatra | 06 Feb 2026 | 4 min read | 15 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ବନ୍ଦର ପ୍ରାଧିକରଣ (ପିପିଏ), ବୃହତ ବନ୍ଦର କ୍ରୀଡ଼ା ନିୟନ୍ତ୍ରଣ ବୋର୍ଡ ସହଯୋଗରେ, ପାରାଦୀପର ବିଜୁ ସମ୍ମିଳନୀ କକ୍ଷରେ ସର୍ବ ଭାରତୀୟ ଆନ୍ତଃ ବୃହତ ବନ୍ଦର କବାଡି ପ୍ରତିଯୋଗିତା ୨୦୨୫-୨୬ ଫେବୃଆରୀ ୬ ତାରିଖ ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି l ଫେବୃଆରୀ ୬ ରୁ ୮ ତାରିଖ ତିନିଦିନ ଧରି ଚାଲିବାକୁ ଥିବା ଏହି ଜାତୀୟ ସ୍ତରୀୟ ବୃହତ ବନ୍ଦର କବାଡି ପ୍ରତିଯୋଗିତାରେ ଦେଶର ୭ଟି ବୃହତ ବନ୍ଦର ପ୍ରାଧିକରଣ ଅଂଶଗ୍ରହଣ କରିଛନ୍ତି l ଏହି ଟୁର୍ଣ୍ଣାମେଣ୍ଟ ପାରାଦୀପ ବନ୍ଦର ମୂଖ୍ୟ ଯନ୍ତ୍ରୀ ତଥା ଗୋପବନ୍ଧୁ କ୍ରୀଡା ସଂସଦ ସଭାପତି ଏଚ.ଏସ.ରାଉତ ଏବଂ ବରିଷ୍ଠ ଉପ ମୂଖ୍ୟ ଚିକିତ୍ସାଧିକାରୀ ତଥା ଗୋପବନ୍ଧୁ କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଙ୍କ ନେତୃତ୍ୱରେ ପରିଚାଳିତ ହେଉଥିବା ବେଳେ ଏଥିରେ କ୍ରୀଡା ସଂସଦର ସମ୍ପାଦକ ଧୂନା ଚନ୍ଦ୍ର ତରାଇଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ସହଯୋଗ କରୁଛନ୍ତି l
