Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ପାରାଦ୍ଵୀପ ବେଳାଭୂମିରେ ହେବ ଶ୍ରୀଜଗନ୍ନାଥ ମହୋତ୍ସବ : ପ୍ରସ୍ତୁତି ବୈଠକରେ ଯୋଗଦେଲେ ଶ୍ରୀକ୍ଷେତ୍ର ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ।

Alok Kumar Mohapatra | 06 Feb 2026 | 6 min read | 7 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ୱୀପ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାରାଦ୍ୱୀପ ବେଳାଭୂମି ରେ ହେବାକୁ ଯାଉଥିବା ଶ୍ରୀଜଗନ୍ନାଥ ମହୋତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି l ଆଞ୍ଚଳର ବୁଦ୍ଧିଜୀବୀ ଙ୍କ ଅନୁରୋଧ କ୍ରମେ ପୁରୀ ଜଗନ୍ନାଥ ଧାମ ରୁ ଶ୍ରୀକ୍ଷେତ୍ର ଅଭିଜ୍ଞ ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମା ଙ୍କ ସମେତ ପଣ୍ଡିତ ମାନେ ଯୋଗଦାନ କରିଥିଲେ l ଶ୍ରୀ ରଥଶର୍ମା ଙ୍କ ସୂଚନା ଅନୁସାରେ ଆଗାମୀ ମଇ ୨୭ ତାରିଖ ଠାରୁ ୯ ଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ପାରାଦ୍ୱୀପ ର ବେଳାଭୂମି ଅନୁରୂପ ଶ୍ରୀକ୍ଷେତ୍ର ପାଲଟିବ ଏବଂ ଶ୍ରୀଜଗନ୍ନାଥ ଙ୍କ ୩୨ ବେଶ ସହ, ୫୬ ଭୋଗ, ଆନନ୍ଦ ବଜାରରେ ଶ୍ରୀକ୍ଷେତ୍ର ର ସୁଆର ସେବକ ଙ୍କ ଦ୍ୱାରା ମହାପ୍ରସାଦ ରନ୍ଧନ ସହ, ଶ୍ରୀକ୍ଷେତ୍ର ର ଅଭିଜ୍ଞ ପଣ୍ଡିତ ମାନଙ୍କ ଦ୍ୱାରା ଶ୍ରୀବିଷ୍ଣୁ ମହାଯଜ୍ଞ , ଶ୍ରୀଜଗନ୍ନାଥ ପୁସ୍ତକ ମେଳା ସହ ସନ୍ଧ୍ୟାରେ ଓଡିଶା ଏବଂ ଓଡିଶା ବାହାରର ବିଭିନ୍ନ ସାଧୂସନ୍ଥ ମାନଙ୍କ ଦ୍ୱାରା ଶ୍ରୀଜଗନ୍ନାଥ ଚରିତାମୃତ ଶ୍ରବଣ ର ସୁଯୋଗ ପାଇବେ ପାରାଦ୍ୱୀପ ବାସି l ଏହି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ମିଳିବାପରେ ଅଞ୍ଚଳବାସି ଙ୍କ ମନରେ ଆନନ୍ଦ ଖେଳିଯାଇଛି l ପାରାଦ୍ୱୀପ ର ବହୁ ବୁଦ୍ଧିଜୀବୀ ଏବଂ ଶ୍ରୀଜଗନ୍ନାଥ ପ୍ରେମୀ ଶ୍ରୀଯୁକ୍ତ ରଥଶର୍ମା ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଇଥିଲେ l ପାରାଦ୍ୱୀପ ପିପିଏଲ ଶ୍ରୀଜଗନ୍ନାଥ ମନ୍ଦିର , ତାରିଣୀ ଗଡା ଜଗନ୍ନାଥ ମନ୍ଦିର, ଆର୍ଟ ଅଫ ଲିଭିଙ୍ଗ ଆଶ୍ରମ ଏବଂ ମଧୁବନ ଶ୍ରୀଜଗନ୍ନାଥ ମନ୍ଦିର ତରଫରୁ ଶ୍ରୀଯୁକ୍ତ ରଥଶର୍ମା ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l