ଭାରତୀୟ ତଟରକ୍ଷୀ ବାହିନୀ ରେ ସାମିଲ ହେଲା ଯୁଦ୍ଧଜାହାଜ ଅମୁଲ୍ୟ ।
Alok Kumar Mohapatra | 06 Feb 2026 | 7 min read | 14 views
ପାରାଦ୍ୱୀପ ( ପି.ଏନ. ଏସ ) : ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ତଟରକ୍ଷୀ ବାହିନୀର ଜାହାଜ ଅମୁଲ୍ୟ । ଆତ୍ମନିର୍ଭରଶୀଳ ଭାରତ ଯୋଜନାରେ ତିଆରି ହୋଇଛି ଯେଉଁଥିରେ ୬୦ ପ୍ରତିଶତ ରୁ ଅଧିକ ସ୍ବଦେଶୀ ସାମଗ୍ରୀ ରହିଛି ଯାହା ସରକାରଙ୍କ ମେକ ଇନ ଇଣ୍ଡିଆ ଅଧୀନରେ ଭାରତର ସାମୁଦ୍ରିକ ଶକ୍ତିକୁ ସୁଦୃଢ କରିବ। ଅମୁଲ୍ୟକୁ ସ୍ବାଗତ କରିବା ପାଇଁ ଏକ କାଯ୍ୟକ୍ରମ କୋଷ୍ଠଗାର୍ଡ ବର୍ଥ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏହି ଜାହାଜ ୩୨୦ ଟନ ବିଶିଷ୍ଟ ଏହି ଜାହାଜର ଲମ୍ବ ୫୦ ମିଟର ରହିଥିବା ବେଳେ ୩୦୦୦ କିଲୋୱାଟ ଡିଜେଲ ଇଂଜିନ ଦ୍ଵାରା ଚାଳିତ ହୁଏ ଏବଂ ଏହା ୨୮ ନଟ ବେଗରେ ଯାତ୍ରା କରି ପାରିବ ବୋଲି ତଟରକ୍ଷୀ ବାହିନୀ ପକ୍ଷରୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ଅମୁଲ୍ୟରେ ୩୦ ଏମ.ଏମ.ସି.ଆର.ଏନ ୯୧ ଗନ ଓ ୧୨.୭ ଏନ ଏନ ମେସିନ ଗନ ସହିତ ୩୫୦ ରାଉଣ୍ଡ ଗୁଳି ଚଳାଇ ପାରିବା ଭଳି କ୍ଷମତା ରହିଛି । ଯାହା ସମସ୍ତ ଅଗ୍ନି ନିୟନ୍ତ୍ରଣ ପ୍ରଣାଳି ଦ୍ଵାରା ସମର୍ଥିତ। ଏହି ଜାହାଜରେ ଏକ ସମନ୍ବିତ ବ୍ରିଜ ସିଷ୍ଟମ, ସମନ୍ବିତ ପ୍ଲାଟଫର୍ମ ପରିଚାଳନା ପ୍ରଣାଳୀ ମଧ୍ୟ ରହିଛି, ଯାହା କାର୍ଯ୍ୟକ୍ଷମତା ଏବଂ ସ୍ବୟଂ ଚାଳିତାକୁ ବୃଦ୍ଧି କରିଥାଏ । ଏହା ପାରାଦୀପ ଉପକୂଳରେ କାର୍ଯ୍ୟ କରିବ ଏବଂ ଏହା ଉତ୍ତର ପୂର୍ବ ତଟରକ୍ଷୀ ବାହିନୀ କମାଣ୍ଡରଙ୍କ ନିୟନ୍ତ୍ରଣରେ ରହି ପାରାଦୀପ ମୂଖ୍ୟାଳୟ ୭ ପାରାଦୀପଙ୍କ ଅଧିନରେ କାଯ୍ୟ କରିବ। ଓଡିଶା ଉପକୂଳର ସୁରକ୍ଷାରେ ଏହି ପେଟ୍ରୋଲିଙ୍ଗ ଜାହାଜ ନିୟୋଜିତ ହେବ। ୫ ଜଣ ଅଧିକାରୀଙ୍କ ସମେତ ୩୪ ଜଣ କର୍ମଚାରୀ ଏହି ଜାହାଜରେ କାଯ୍ୟ କରିବେ । ଆଠଟି ଫାଷ୍ଟ ପେଟ୍ରୋଲ୍ ଜାହାଜ ମଧ୍ୟରୁ ଦ୍ୱିତୀୟ ଭାରତୀୟ ତଟରକ୍ଷୀ ଜାହାଜ ଅମୂଲ୍ୟ ମଙ୍ଗଳବାର ପାରାଦୀପରେ ପହଞ୍ଚିଲା। ଭାରତୀୟ ତଟରକ୍ଷୀ ଜାହାଜ ଅମୂଲ୍ୟକୁ ୧୯ ଡିସେମ୍ବର ୨୫ ତାରିଖରେ ଗୋଆ ବନ୍ଦରରେ ନିୟୋଜିତ କରାଯାଇଥିଲା । ଅମୂଲ୍ୟ ହେଉଛି ୫୧ ମିଟର ଲମ୍ବା ଯାହାକୁ ଗୋଆ ସିପୟାର୍ଡ ଲିମିଟେଡ୍ ଦ୍ୱାରା ଡିଜାଇନ୍ ଏବଂ ସ୍ୱଦେଶୀ ଭାବରେ ନିର୍ମିତ କରାଯାଇଛି ।
