ପ୍ରକଳ୍ପ ପାଇଁ ଯାଉଥିବା ଲୁଣା ବାଲି ପଡି ରାସ୍ତାରେ ଘଟୁଛି ଦୁର୍ଘଟଣା ।
Alok Kumar Mohapatra | 06 Feb 2026 | 6 min read | 8 views
ପାରାଦ୍ୱୀପ ( ପି.ଏନ. ଏସ ) : ପ୍ରକଳ୍ପ ପାଇଁ ଚାଲିଛି ବାଲି ପୋତା କାର୍ଯ୍ୟ, ହେଲେ ଠିକାଦାରଙ୍କ ମନମାନି ରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା, ପାରାଦୀପ ବନ୍ଦର ପାଞ୍ଚ ନମ୍ବର ଗେଟ ରୁ ଲୁଣା ବାଲି ଯାଇ ଭୀମଭୋଇ ନିକଟରେ ରହିଥିବା ସ୍ମଶାନ ନିକଟରେ ବାଲିପୋତା କାର୍ଯ୍ୟ ଜାରି ରହିଥିବା ବେଳେ ହାଇୱା ରେ ସଠିକ ଭାବରେ ପାଲ ନ ଢାଙ୍କି ବାଲିଗାଡି ଯାଉଥିବା ସମୟରେ ରାସ୍ତାରେ ବାଲି ପଡିବା କାରଣରୁ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଥିବା ଅଭିଯୋଗ ଆଣିଛନ୍ତି l ଏପରିକି କିଛି ଲୋକ ରାସ୍ତାରେ ବାଲି ପଡିବା ଦ୍ୱାରା ଗାଡି ସ୍ଲିପ ହୋଇ ଖଣ୍ଡିଆ ଖାବରା ହୋଇ ମେଡିକାଲ ଯିବା ଭଳି ପରିସ୍ଥିତି ଦେଖିବାକୁ ମିଳିଛି l ଏହି ବାଲି ପୋତିବା କାର୍ଯ୍ୟ ନେଇଥିବା କଣ୍ଟ୍ରାକ୍ଟର ଙ୍କ ମନମୁଖୀ କାର୍ଯ୍ୟ ଓ ଖମାଖିଆଲି ମନବୃତି କାରଣରୁ ସାଧାରଣ ଲୋକ ଦୁର୍ଘଟଣା ର ସମ୍ମୁଖୀନ ହେଉଥିବା ବେଳେ ଠିକାଦାର ଏଥିପ୍ରତି କର୍ଣଗୋଚର କରୁନାହାନ୍ତି l ଯାହାକୁ ନେଇ ସାଧାରଣ ରେ ଅସନ୍ତୋଷ ସୃଷ୍ଟି ହୋଇଛି l ଏ ନେଇ ସୋଲାର ପ୍ଲାଣ୍ଟ ପାଇଁ ବାଲି ପୋତାଯାଉଥିବା କମ୍ପାନୀ ଅଧିକାରୀ ଙ୍କୁ ଆମ ପ୍ରତିନିଧି ଯୋଗାଯୋଗ କରିବା ପରେ ଆମେ ରାସ୍ତା ସଫା କରିବାକୁ ଠିକାଦାର ଙ୍କୁ ତାଗିଦ କରିଛୁ, ଏଥିପାଇଁ ଟଙ୍କା ମଧ୍ୟ ଦେଉଛୁ, ତେଣୁ ଏହି କାମ ଠିକାଦାର ଙ୍କର, ଆମେ ଏ ବିଷୟରେ ଠିକାଦାରଙ୍କ ସହିତ କଥା ହେବୁ ବୋଲି କହିଛନ୍ତି କମ୍ପାନୀ ଅଧିକାରୀ l ତେବେ ଏଠି ଶିଳ୍ପ ପାଇଁ ବାଲି ପୋତା କାର୍ଯ୍ୟ ଚାଲିଛି, ରାସ୍ତାରେ ପଡୁଥିବା ବାଲିକୁ ସଫା କରିବାକୁ କମ୍ପାନୀ ଟଙ୍କା ଖର୍ଚ୍ଚ କରୁଛି କିନ୍ତୁ ଠିକାଦାର କଣ ପାଇଁ ଓ କେଉଁ ଉଦ୍ଦେଶ୍ୟ ରେ ସାଧାରଣ ଲୋକଙ୍କୁ ଦୁର୍ଘଟଣା ମୁହଁକୁ ଠେଲି ଦେଉଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l
