ଆଦିଦେବ ଏଣ୍ଟରଟେନମେଣ୍ଟ ର ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗୀତାରେ ଦେଓଲା, ଟ୍ୱିଙ୍କିଲ ଓ ପ୍ରିୟାଲୀ ବିଜୟୀ
Alok Kumar Mohapatra | 05 Feb 2026 | 9 min read | 9 views
ପାରାଦ୍ୱୀପ ( ପି.ଏନ. ଏସ ) : ଦେଶ ତଥା ରାଜ୍ୟର ପ୍ରାଚୀନ କଳା ଓ ସଂସ୍କୃତି କୁ ଉଦ୍ଜୀବିତ କରିବା ଲକ୍ଷ୍ୟରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଆଦିଦେବ ଏଣ୍ଟରଟେନମେଣ୍ଟ ପକ୍ଷରୁ ପ୍ରଥମ ଥର ପାରମ୍ପରିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ବୁଧବାର ସନ୍ଧ୍ୟାରେ ଜୟଦେବ ସଦନ ସମ୍ମୁଖ ପଡିଆରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠାନର ଅଧ୍ୟକ୍ଷା ଡ଼ଃ. ବନ୍ଦିତା ସୁଭଦର୍ଶିନୀ ପଟ୍ଟନାୟକ ଙ୍କ ନେତୃତ୍ୱରେ ଆୟୋଜିତ ଏହି ସମାରୋହରେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ଏବଂ ପାରାଦୀପ ବନ୍ଦର ସଚିବ କ୍ରିଷ୍ଣା ବାପି ରାଜୁ ଜି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ l ଏଥିରେ ଛୋଟ ପିଲାଙ୍କ ପାଇଁ ପରୀ, ଯୁବତୀ ଙ୍କ ପାଇଁ ରାଜକୁମାରୀ ଏବଂ ମହିଳାଙ୍କ ପାଇଁ ଶ୍ରୀମତୀ ତିନୋଟି ପର୍ଯ୍ୟାୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଶ୍ରୀମତୀ ପ୍ରତିଯୋଗିତାରେ ଦେଓଲା ହାଁସଦା ପ୍ରଥମ, କସ୍ତୁରୀ ବିଶ୍ୱାଳ ଦ୍ଵିତୀୟ ଏବଂ ସୋଫିଆ ଦାସ ତୃତୀୟ ସ୍ଥାନ ଅଧିକାର କରିଥିଲେ l ରାଜକୁମାରୀ ରେ ଟ୍ୱିଙ୍କିଲ ସାହୁ ପ୍ରଥମ, ପ୍ରଜ୍ଞା ମହାପାତ୍ର ଦ୍ଵିତୀୟ ଓ ମୋନିଶା ମଣ୍ଡଳ ତୃତୀୟ ହୋଇଥିବା ବେଳେ ଆକର୍ଷଣୀୟ ପରୀ ପ୍ରତିଯୋଗିତାରେ ପ୍ରିୟାଲୀ ପ୍ରିତମ ପ୍ରଥମ, ଆଦିତ୍ରୀ ପ୍ରିୟଦର୍ଶିନୀ ଦ୍ଵିତୀୟ ଏବଂ ସାଇଶ୍ରୀ ସାହୁ ତୃତୀୟ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ୱାରା ମୁକୁଟ ଓ ଆର୍ଥିକ ପୁରସ୍କାର ଗ୍ରହଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତ ଓଲିଉଡ଼ ତାରକା ଅଶ୍ରୁ୍ମୋଚନ ମହାନ୍ତି, ପ୍ରିୟଙ୍କା ମହାପାତ୍ର, ବବି ମିଶ୍ର, ସୂର୍ଯ୍ୟମୟୀ ମହାପାତ୍ର ଓ ଭୂପିନ୍ଦର ସିଂ ବିଚାରକ ଭାବେ ଉପସ୍ଥିତ ରହି ଅତି ସୁନ୍ଦର ଭାବେ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ l
ସେହିପରି କଳା, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଦିଦେବ ଏଣ୍ଟରଟେନମେଣ୍ଟ ଅନୁଷ୍ଠାନ ପକ୍ଷରୁ ସ୍ନେହମୟୀ ଆଚାର୍ଯ୍ୟ, ଜଟାଧାରୀ ଦାସ, ସଞ୍ଜିତ କୁମାର ଜେନା, ସାହିଲ ରାଜ, ସ୍ମୃତି କାନ୍ତ ଶର୍ମା, ପଙ୍କଜ ତରାଇ, ପ୍ରଭାତ କୁମାର ବେହେରା ଓ ସୀତା ରାଣୀ ମଣ୍ଡଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ତେବେ ଏପରି ନିଆରା କାର୍ଯ୍ୟକ୍ରମରେ ବହୁ ଜନ ସମାଗମ ଦେଖିବାକୁ ମିଳିଥିଲା l ଅନ୍ୟପକ୍ଷରେ ଲୁକାୟିତ ପ୍ରତିଭା ଅନ୍ୱେଷଣରେ ଅନୁଷ୍ଠାନର ଅଧ୍ୟକ୍ଷା ଡ଼ଃ. ବନ୍ଦିତା ଙ୍କ ପ୍ରଚେଷ୍ଟାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି l