ପାୱାର କରିଡର ରେ ବସନ୍ତ ଙ୍କ ଦବଦବା, ପାରାଦ୍ୱୀପ ବିଜେଡି ରେ ନୂତନ ସମୀକରଣ ।
Alok Kumar Mohapatra | 04 Feb 2026 | 14 min read | 10 views
ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀରେ ରାଜନୀତି ଘଡ଼ିକେ ଘୋଡ଼ା ଛୁଟୁଛି ।
ବର୍ଷ ବର୍ଷ ଧରି ପାରାଦ୍ଵୀପ ନଗର ସଭାପତି ଦାୟିତ୍ବରେ ଥିବା ପୌରାଧ୍ୟକ୍ଷ ବସନ୍ତ ବିଶ୍ବାଳଙ୍କ ବଦଳରେ ବରିଷ୍ଠ ନେତା କୁମରବର ନାୟକଙ୍କୁ ଏଥର ଦଳ ଭରସା କରି ଦାୟିତ୍ବ ପ୍ରଦାନ କରିଛି । ଫଳରେ ଦଳରେ ବସନ୍ତଙ୍କର ଦବଦବା ଧୀରେ ଧୀରେ ହ୍ରାସ ପାଉଥିବା ଚର୍ଚ୍ଚା ଚାଲିଥିଲା । ଖୋଦ୍ ବିଜେଡିର ଆଉ ଏକ ଗୋଷ୍ଠୀ ଯେଉଁମାନେ ବସନ୍ତଙ୍କୁ
ରୀତିମତ ବିରୋଧ କରି ଚାଲିଛନ୍ତି, ସେମାନେ ଏହି ବାର୍ତ୍ତାକୁ ଜୋରଦାର ପ୍ରଚାର କରିଥିଲେ । ମାତ୍ର ଗତ ୩୧ ତାରିଖରେ ୧୫ ପୌରାଧ୍ୟକ୍ଷ ପୌରମହl ସଂଘ ସଭାପତି ବସନ୍ତ ବିଶ୍ୱାଳ ଙ୍କ ନେତୃତ୍ୱ ରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ମାନ୍ୟବର ଶ୍ରୀଯୁକ୍ତ ନବୀନ
ପଟ୍ଟନାୟକଙ୍କ ସହ ଆଲୋଚନା ପାଇଁ ନବୀନ ନିବାସ ଯାଇଥିଲେ । ସମସ୍ତଙ୍କ ମଧ୍ୟରେ ବସନ୍ତଙ୍କୁ ନବୀନ ଅଧୀକ ପ୍ରାଧାନ୍ୟ ଦେଇଥିବା ଶୁଣିବାକୁ ମିଳୁଛି। ଫଳରେ ଏବେ ବି ପାୱାର କରିଡରରେ ବସନ୍ତ ବିଶ୍ଵାଳ ଙ୍କୁ ପ୍ରାଧାନ୍ୟ ଦିଆଯାଉଥିବାର ଚର୍ଚ୍ଚା ଚାଲିଛି ।ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ନେତୃତ୍ବରେ ପୌର ପରିଷଦ ମହାସଂଘ
ପକ୍ଷରୁ ରାଜ୍ୟର ବଛା ବଛା ୧୫ ପୌରାଧ୍ୟକ୍ଷ ନବୀନଙ୍କୁ ଭେଟିଥିଲେ । ବିଭିନ୍ନ କଲ୍ୟାଣ ଓ ବିକାଶ କାର୍ଯ୍ୟକୁ କାର୍ଯ୍ୟକାରୀ କରିବାରେ ସେମାନେ ଯେଉଁ ସମସ୍ୟାର ସମ୍ମୁଖୀନ
ହେଉଛନ୍ତି, ଏ ନେଇ ନବୀନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପୌରାଧ୍ୟକ୍ଷଙ୍କ କ୍ଷମତା ସଙ୍କୁଚିତ କରାଯାଇଥିବାରୁ ଲୋକଙ୍କ
ଆଶା ଆକାଂକ୍ଷା ପୂରଣ କରିବାରେ ସେମାନେ ସମସ୍ୟା ଭୋଗୁଛନ୍ତି ବୋଲି କହିଥିଲେ । ଏହି ସମୟରେ ଆପଣଙ୍କ ଯୋଗୁଁ ପାରାଦ୍ଵୀପ ଆଜି ବିକାଶ ଅଭିମୁଖେ ଅଗ୍ରଗତି କରୁଛି ବୋଲି
ନବୀନଙ୍କୁ କହିଥିଲେ । ଏହା ଶୁଣିବା ପରେ ନବୀନ ତୁରନ୍ତ ଏହା ତାଙ୍କ ପାଇଁ ନୁହେଁ,ତାଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି କହିଥିଲେ । ଏହାପରେ ସେ ବସନ୍ତଙ୍କୁ ବ୍ୟକ୍ତିଗତ ଭାବେ ଏକ କୋଠରୀକୁ ଡାକି ନେଇ ପାରାଦ୍ଵୀପ ବନ୍ଦର
ପ୍ରତିଷ୍ଠା ସମୟରେ ଉତ୍ତୋଳନ କରାଯାଇଥିବା କିଛି ଫଟୋ ଓ ଦସ୍ତାବିଜ ଦେଖାଇଥିଲେ ।
ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଆଲୋଚନାରେ ପାରାଦ୍ଵୀପ ରେ ଦଳର ସଙ୍ଗଠନ ସମ୍ପର୍କରେ
ବସନ୍ତଙ୍କୁ ସେ ପଚାରି ବୁଝିଥିବା ଜଣାପଡ଼ିଛି। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ପୌରାଧ୍ୟକ୍ଷମାନେ ବସନ୍ତଙ୍କୁ ବେଶ୍ ପ୍ରଶଂସା କରିଥିଲେ। କେବଳ ସେତିକି ନୁହେଁ
ନବୀନ ନିବାସରୁ ବାହାରିବା ପରେ ଗଣମାଧ୍ୟମକୁ ମଧ୍ୟ ବସନ୍ତ ସମ୍ବୋଧିତ କରି ଦଳର ଏକମାତ୍ର ନେତା ନବୀନ ବୋଲି କହିଥିଲେ । କେବଳ ପାରାଦ୍ଵୀପ କାହିଁକି ଜଗତସିଂହପୁର ଜିଲ୍ଲା ରାଜନୀତିରେ ବସନ୍ତଙ୍କର
ଏକ ସ୍ବତନ୍ତ୍ର ପରିଚୟ ରହିଛି। ବରିଷ୍ଠ ନେତାମାନେ ବସନ୍ତଙ୍କ ନେତୃତ୍ବ ଓ ଦକ୍ଷତାକୁ ବେଶ୍ ପ୍ରଶଂସା କରନ୍ତି । ପାରାଦୀପ ରାଜନୀତିକୁ ବସନ୍ତ ନିଜ ହାତମୁଠାରେ ରଖିଛନ୍ତି ।
କେତେକ କ୍ଷେତ୍ରରେ ମଧ୍ୟରେ ସେ ଏହାକୁ ପ୍ରମାଣ କରି ଦେଖାଇଛନ୍ତି । ପୂର୍ବତନ ବିଧାୟକ ସମ୍ବିତ ରାଉତରାୟ ଓ ନୂତନ ଭାବେ ଦଳରେ ସାମିଲ ହୋଇଥିବା ବାପି ସର୍ଖେଲଙ୍କ ଗୋଷ୍ଠୀ
ବସନ୍ତଙ୍କୁ ଖୋଲାଖୋଲି ଭାବେ ବିରୋଧ କରି ତାଙ୍କ ବିରୋଧରେ ଗଣମାଧ୍ୟମରେ ଟିପ୍ପଣି ଦେଉଥିବା ଦେଖାଯାଉଛି । ବସନ୍ତ ମଧ୍ୟ ସେମାନଙ୍କୁ ଚ୍ୟାଲେଞ୍ଜ କରି ସମାନ୍ତର
ଭାବେ ପାରାଦୀପରେ ଦଳର ଏକାଧିକ କାର୍ଯ୍ୟକ୍ରମ ଆୟୋଜନ କରି ନିଜର ପାରିବାପଣିଆ ଦେଖାଉଛନ୍ତି । ଏଣୁ ଆଗାମୀ ପୌର ନିର୍ବାଚନରେ କିଏ ଶକ୍ତିଶାଳୀ ଖୁବଶୀଘ୍ର ଏହା
ପ୍ରମାଣିତ ହୋଇଯିବ ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି । ଏବେବି ପାରାଦ୍ୱୀପ ବିଜେଡି ସଂପୂଣ୍ଣ ରୂପେ ବସନ୍ତ ଙ୍କ ନିର୍ଦେଶ ରେ ପରିଚାଳିତ ହେଉଛି l ବସନ୍ତ ହେଉଛନ୍ତି ପାରାଦ୍ୱୀପ ବାସୀଙ୍କ ପ୍ରିୟ ଭରସା ଯୋଗ୍ୟ ନେତା ଓ ସମସ୍ତ ସୁଖ ଦୁଃଖ ର ସାଥି l