ଚେନ୍ନାଇ ରାଧା କମ୍ପାନୀ ମୁଖ୍ୟ ଙ୍କ ଜନ୍ମଦିନ ରେ ରକ୍ତଦାନ ଶିବିର
pragyansila bureau | 21 Jun 2025 | 5 min read | 5 views
ପାରାଦ୍ୱୀପ ( ପି.ଏନ. ଏସ ) : ଚେନ୍ନାଇ ରାଧା ଇଞ୍ଜିନିୟରିଂ କମ୍ପାନୀ ତରଫରୁ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି | ପାରାଦ୍ଵୀପ ସ୍ଥିତ ଚେନ୍ନାଇ ରାଧା ଇଞ୍ଜିନିୟରିଂ କମ୍ପାନୀ ର ମୂଖ୍ୟ 'ଏସ୍ ଭେଙ୍କଟେସନ୍ ଙ୍କ ୮୦ତମ ଜନ୍ମ ଦିବସ କୁ ବଡ ଧୁମଧାମରେ ପାଳନ କରାଯାଇଥିଲା। ପାରାଦ୍ଵୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ହାତକୁ ନିଆ ଯାଇଥିବା ବେଳେ ପ୍ରତିବର୍ଷ ପରି ଚଳିତଥର ମଧ୍ୟ ପାରାଦୀପ ଅଫିସର୍ସ କ୍ଲବ ପରିସରରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିର ରେ କମ୍ପାନୀରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ମାନେ ଏହି ରକ୍ତଦାନ ଶିବିର ରେ ଯୋଗଦେଇ ରକ୍ତଦାନ କରିଥିଲେ। ଆଜି ଅପରାହ୍ନ ସୁଧା ୨୫୦ ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିବା ବେଳେ ୩ଶହ ୟୁନିଟ ରକ୍ତ ସଂଗ୍ରହ କରାଯିବ ବୋଲି ଲକ୍ଷ ରଖାଯାଇଛି। ତେବେ ପ୍ରତିବର୍ଷ ପରି ଚେନ୍ନାଇ ରାଧା କମ୍ପାନୀ ର କର୍ମଚାରୀ ମାନେ କମ୍ପାନୀ ର ମୂଖ୍ୟ ଏସ୍. ଭେଙ୍କଟେସନ୍ ଙ୍କ ଜନ୍ମ ଦିନରେ କେକ୍ କଟାଯିବା ସହିତ ବୃଦ୍ଧାଶ୍ରମରେ ଖାଦ୍ୟ ବଣ୍ଟନ ଆଦି କାର୍ଯ୍ୟକ୍ରମ କରିବା ସହିତ ରକ୍ତଦାନ ଶିବିର ରେ ଯୋଗଦେଇଥିଲେ। ତେବେ ଦୀର୍ଘ ୧୭ବର୍ଷ ଧରି ଚେନ୍ନାଇ ରାଧା ଇଞ୍ଜିନିୟରିଂ କମ୍ପାନୀ ର କର୍ମଚାରୀ ମାନେ ବିଭିନ୍ନ ସେବା ଓ ସଚେତନତା ମୂଳକ କାର୍ଯ୍ୟକ୍ରମ କରି ଆସୁଥିବା ବେଳେ ଆୟୋଜିତ ରକ୍ତଦାନ ଶିବିର କୁ ସାଧାରଣ ରେ ପ୍ରଶଂସା କରାଯାଇଛି।
