Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ବିଶ୍ଵାଳୀ ରେ ସାଇ ନିର୍ମଳ ଝର ପ୍ରକଳ୍ପ ଉଦଘାଟିତ ।

Alok Kumar Mohapatra | 01 Feb 2026 | 5 min read | 10 views

ପାରାଦ୍ୱୀପ ( ପି.ଏନ. ଏସ ) : ପାରାଦ୍ଵୀପ ଉପକଣ୍ଠ ସ୍ଥିତ ବିଶ୍ଵାଳୀ ଗ୍ରାମରେ ରବିବାର ଦିନ 'ସାଇ ନିର୍ମଳ ଝର ପ୍ରକଳ୍ପ' ଉଦଘାଟିତ ହୋଇଯାଇଛି l ପାରାଦ୍ଵୀପ ବନ୍ଦର ପ୍ରାଧିକରଣ ଅଧ୍ୟକ୍ଷ ପି.ଏଲ.ହରନାଦ ଙ୍କ କରକମଳରେ ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ ହୋଇଥିଲା । ପାରାଦ୍ଵୀପ ବନ୍ଦର ସିଏସଆର କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ପ୍ରକଳ୍ପ ଉଦଘାଟନୀ କାର୍ଯ୍ୟକ୍ରମରେ ସତ୍ୟସାଇ ସେବା ସଙ୍ଗଠନ, ଓଡ଼ିଶା ପୂର୍ବ ମଣ୍ଡଳ ସଭାପତି, ରାଜ୍ୟ ସଭାପତି,ରାଜ୍ୟ ଆବାହକ, ରାଜ୍ୟ ଟ୍ରଷ୍ଟି, ଜିଲ୍ଲା ସଭାପତି, ଜିଲ୍ଲା ସେବା ସଂଯୋଜକ, ସମିତି ଆବାହକ, ଜିଲ୍ଲାର ବିଭିନ୍ନ ସମିତିର କର୍ମକର୍ତ୍ତା ଭାଇଭଉଣୀ ବୃନ୍ଦ, ବିଭିନ୍ନ ଭଜନ ମଣ୍ଡଳୀର କର୍ମକର୍ତ୍ତା, ସରପଞ୍ଚ, ସମିତି ସଭ୍ୟା, ସମାଜସେବୀ, ରାଜନୈତିକ ପ୍ରମୁଖ, ଗ୍ରାମବାସୀ ତଥା ସାଇ ନିର୍ମଳ ଝର ର ହିତାଧିକାରୀମାନେ ଯୋଗଦାନ କରିଥିଲେ । ଏହା ସହିତ ବିଶ୍ବାଳି ଗ୍ରାମର ଏହି କାର୍ଯ୍ୟକ୍ରମରେ ଶଙ୍ଖ, ହୁଳହୁଳି, ସଙ୍କୀର୍ତ୍ତନ ମଣ୍ଡଳୀ, ଘୋଡ଼ା ନାଚ,ନଉଡି ଖେଳ ଓ ଆତସବାଜି ଶବ୍ଦରେ ଅତିଥିମାନଙ୍କୁ ଶୋଭାଯାତ୍ରାରେ ନିଆଯାଇ, ବିଶ୍ବାଳି ଗ୍ରାମର ଶ୍ରୀ ଶ୍ରୀ ବିଶ୍ବବିହାରୀ ଓ ମା' ଲକ୍ଷ୍ମୀ ଙ୍କ ମନ୍ଦିର କୁ ବନ୍ଦର ଅଧ୍ୟକ୍ଷ ପରିଦର୍ଶନ କରିଥିଲେ ।