Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଡିଏଭି ପବ୍ଲିକ ସ୍କୁଲର, ପିପିଏଲର ୩୯ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ।

Alok Kumar Mohapatra | 01 Feb 2026 | 10 min read | 9 views

ପାରାଦ୍ୱୀପ ( ପି.ଏନ. ଏସ ) : ପି.ପି.ଏଲ ସ୍ଥିତ ଡି ଏ ଭି ବିଦ୍ୟାଳୟରେ ୩୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବ ଅବସରରେ ବିଦ୍ୟାଳୟ ପରିସରରେ ହୋଇଥିବା ପବିତ୍ର ଗାୟତ୍ରୀ ଯଜ୍ଞାନୁଷ୍ଠାନରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୀବ କୁମାର ସାହୁ ପୂର୍ଣ୍ଣାହୁତି ଅର୍ପଣ କରିଥିଲେ । ପିପିଏଲ ସ୍ଥିତ ଡି ଏ ଭି ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ ସ୍ଵତନ୍ତ୍ର ଉତ୍ସବକୁ ପିପିଏଲର ସିଏମଓ ତଥା ୟୁନିଟ୍ ହେଡ୍ ତଥା ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ପଲାନିସାମୀ ଭେଲୁସାମୀ ମୁଖ୍ୟଅତିଥି ଭାବେ ଉଦଘାଟନ କରିଥିଲେ । ଏହି ଅବସରରେ ଓଡିଶା ରେଡକ୍ରସ ସୋସାଇଟି ସହାୟତାରେ ସ୍କୁଲ ପରିସରରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । ରାହାମା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀକୃଷ୍ଣ ମହାପାତ୍ର ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ।। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଲାନିସାମୀ ଭେଲୁସାମୀ ଏହି ଉତ୍ସବ ରେ ବକ୍ତବ୍ୟ ପ୍ରଦାନ ପୂର୍ବକ ବିଦ୍ୟାଳୟ ର କର୍ତ୍ତୃପକ୍ଷଙ୍କ ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆନନ୍ଦ ପ୍ରକଟ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୀବ କୁମାର ସାହୁ ସ୍ଵାଗତ ଭାଷଣ ଦେଇ ଏହି ‌ଦିବସ ପାଳନ ବିଷୟରେ ସୂଚନା ଦେବା ସହିତ ଦୀର୍ଘ ୩୯ ବର୍ଷ ଧରି ବିଦ୍ୟାଳୟ ଅର୍ଜନ କରିଥିବା ଯଶ ଓ ଉପଲବ୍ଧି ବିଷୟରେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଛୋଟ ଛୋଟ ପିଲାଙ୍କ ଦ୍ଵାରା ସଙ୍ଗୀତ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏହି ଉତ୍ସବ ରେ ବିଦ୍ୟାଳୟ ତଥା ବାହ୍ୟ ଅନୁଷ୍ଠାନ ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହ ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ପିପିଏଲ୍ ର ପଦସ୍ଥ ଅଧିକାରୀ ଏବଂ ମାନ୍ୟ ଗଣ୍ୟ ଵ୍ୟକ୍ତିଗଣ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୀବ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିବାବେଳେ ବରିଷ୍ଠ ଶିକ୍ଷକ ତଥା ବିଦ୍ୟାଳୟର ଦୁଇ ମାଧ୍ୟମର ସଂଯୋଜକଦ୍ୱୟ ଯଥାକ୍ରମେ ଶ୍ରୀଯୁକ୍ତ ‌ବୃନ୍ଦାବନ ରାଉତ ଓ ଶ୍ରୀଯୁକ୍ତ ମହେଶ୍ଵର ପାଣିଗ୍ରାହୀ ଏଥିରେ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀ,ଶିକ୍ଷକ , ଶିକ୍ଷୟିତ୍ରୀ , ବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଅଭିଭାବକ ମାନେ ଉତ୍ସବରେ ଯୋଗଦେଇଥିଲେ । ଶେଷରେ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ମହେଶ୍ଵର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଆଞ୍ଚଳିକ ନିର୍ଦ୍ଦେଶକ ଓ ଆଞ୍ଚଳିକ ଅଧିକାରୀ ଯଥାକ୍ରମେ ଶ୍ରୀଯୁକ୍ତ କେଶବ ଶତପଥୀ, ସୁଶ୍ରୀ ସୁଜାତା ସାହୁ ଏଥି ନିମନ୍ତେ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତାଙ୍କୁ ବିଦ୍ୟାଳୟ ପ୍ରତିଷ୍ଠା ଦିବସର ଶୁଭେଚ୍ଛା ଜଣାଇଥିଲେ ।