Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଢ଼ିଙ୍କିଆ ରେ କଂଗ୍ରେସ ର ରଣାହୁଙ୍କାର, ଦୀର୍ଘ ବର୍ଷ ପରେ ଜୋର ଧରିଲା ପ୍ରକଳ୍ପ ବିରୋଧୀଙ୍କ ସ୍ୱର l

Alok Kumar Mohapatra | 30 Jan 2026 | 8 min read | 5 views

ପାରାଦ୍ୱୀପ ( ପି.ଏନ. ଏସ ) : ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳ ଢ଼ିଙ୍କିଆ ଚାରିଦେଶ ରେ ଜାତୀୟ କଂଗ୍ରେସ ର ରଣହୁଙ୍କାର l ୨0୨୨ ମସିହା ରେ ପୋଲିସ ଓ ଢ଼ିଙ୍କିଆ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ଓ ପୋଲିସ ଲାଠିଚାର୍ଜ ଘଟଣା ପରେ ପ୍ରଥମଥର ପାଇଁ ଢ଼ିଙ୍କିଆ ଚାରିଦେଶ ରେ ପୁଣି ଶୁଭିଲା ପ୍ରକଳ୍ପ ବିରୋଧୀଙ୍କ ସ୍ୱର l ଢ଼ିଙ୍କିଆ ଚାରିଦେଶ ରେ ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପ ପାଇଁ ଜଙ୍ଗଲ ଆଇନ ଅଧିକାର, ଗ୍ରାମସଭା ନ କରି ହଜାର ହଜାର ଏକର ଜଙ୍ଗଲ ଜମିକୁ ପ୍ରସ୍ତାବିତ ଜେଏସଡବ୍ଲୁ କୁ ଟେକିଦେବା ଓ ଲୋକଙ୍କ ଜୀବିକା ଛଡେଇନେଵା ବିରୁଦ୍ଧରେ ଜାତୀୟ କଂଗ୍ରସ ତରଫରୁ ଢ଼ିଙ୍କିଆ ଠାରେ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ପିସିସି ସଭାପତି ଭକ୍ତ ଦାସଙ୍କ ସହିତ ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଜାତୀୟ ଓ ରାଜ୍ୟ ସ୍ତରୀୟ କଂଗ୍ରେସ ନେତା ସାମିଲ ହୋଇ ନୂଆଗାଁ ମଠସାହି ନିକଟରୁ ଏକ ବିଶାଳ ରାଲି ର ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା ରେ ଶତାଧିକ ଜନସାଧାରଣ ସାମିଲ ହେବା ସହିତ
ଢ଼ିଙ୍କିଆ ଠାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ସାମିଲ ହୋଇଥିଲେ l ଜିନ୍ଦଲ ପ୍ରକଳ୍ପ କୁ ନେଇ ବିଗତ ଦିନରେ ଘଟିଯାଇଥିବା ଘଟଣାକୁ ଦୃଢ ନିନ୍ଦା କରିଥିଲେ ଉପସ୍ଥିତ ଜାତୀୟ କଂଗ୍ରେସ ର ନେତୃବୃନ୍ଦ l ଢ଼ିଙ୍କିଆ ଚାରିଦେଶ ରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଗତ ବିଜେଡି ସରକାର ହୁଅନ୍ତୁ କିମ୍ବା ବର୍ତମାନ ର ବିଜେପି ସରକାର ଶିଳ୍ପର ଗୋଲାମ ସାଜିଥିବା କହିଥିଲେ ଓଡିଶା ଜାତୀୟ କଂଗ୍ରେସ ପ୍ରଭାରୀ l ଦୀର୍ଘବର୍ଷ ଧରି ନିଜ ଭିଟାମାଟି ପାଇଁ ଲଢେଇ କରି ଆସୁଥିବା ଢ଼ିଙ୍କିଆ ଚାରିଦେଶ ବାସିନ୍ଦା ଙ୍କ ମା ମାଟିର ଦାବିରେ ଆଜିଠାରୁ ସ୍ୱର ମିଳାଇଛି ଜାତୀୟ କଂଗ୍ରେସ l ଧାନ, ପାନ ମୀନ ପାଇଁ ପ୍ରସିଦ୍ଧ ଢ଼ିଙ୍କିଆ ଅଞ୍ଚଳ ରୁ ପ୍ରସ୍ତାବିତ ପ୍ରକଳ୍ପ କୁ ବିରୋଧ କରି ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରୁ ଏହାର ବିରୋଧରେ ସ୍ୱର ବାହାରି ରାଜଧାନୀ ଭୁବନେଶ୍ୱର ଓ ନୂଆଦିଲ୍ଲୀ ରେ ପହଞ୍ଚିବ ବୋଲି ପ୍ରତିବାଦ ସଭାରେ ଢ଼ିଙ୍କିଆ ଚାରିଦେଶ ବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ l