Latest News
ଜେଏସଡବ୍ଲୁର 'ସମର୍ଥ ଯୁବ ବିକାଶ କେନ୍ଦ୍ର' ରେ ମାଆ ମାନଙ୍କୁ ସମ୍ମାନ ❯❯ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପାରାଦୀପରେ ସପ୍ତାହବ୍ୟାପି ସାଂସ୍କୃତିକ ସମାବେଶ ❯❯ ମହିଳା କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ପାରାଦୀପରେ ବିଶ୍ୱ ମହିଳା ଦିବସ ପାଳିତ ❯❯ ପାରାଦ୍ୱୀପ ବନ୍ଦର ସାକ୍ଷରତା ସମିତି ପକ୍ଷରୁ ଆନ୍ତର୍ଯ୍ୟାତୀୟ ମହିଳା ଦିବସ ପାଳିତ ❯❯ ପାରାଦୀପ ବନ୍ଦରାଧ୍ୟକ୍ଷ ପି.ଏଲ.ହରନାଦ ଙ୍କ ଦ୍ୱାରା 'ସାଇ ନିର୍ମଳ ଝର' ପ୍ରକଳ୍ପ ଉଦଘାଟିତ ❯❯ ଯୁବକକୁ ମଞ୍ଚକୁ ଡାକି ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଚିତ୍ର ନେଲେ କେନ୍ଦ୍ର ଗୃହମନ୍ତ୍ରୀ ❯❯ ପାରାଦ୍ୱୀପରେ ଲାଗିଲା ରୁଷ ର ତୈଳ ବୋଝେଇ ଜାହାଜ ❯❯ ପାରାଦୀପ ବିଜେଡି ତରଫରୁ ବିଜୁ ଜନ୍ମଜୟନ୍ତୀ ପାଳନ, ଗୋଟିଏ ମଞ୍ଚରେ ଏକାଠି ହେଲେ ସମ୍ବିତ ଓ ବସନ୍ତ ❯❯ ମାନସିକ ଭିନ୍ନକ୍ଷମ ଯୁବକକୁ ଉଦ୍ଧାର କରି କଣାସ ସେବା ସଂସ୍ଥାନ କୁ ନେଲେ ସ୍ନେହମୟୀ ❯❯ ପାରାଦୀପ ବନ୍ଦର ପକ୍ଷରୁ ଆନ୍ତର୍ଜାତୀୟ ସୁରକ୍ଷା ସପ୍ତାହ ପାଳିତ ❯❯

ଉଧାର ଟଙ୍କା ଆଗରେ ଫିକା ପଡିଲା ବନ୍ଧୁତା, ବନ୍ଧୁର ଆକ୍ରମଣ ରେ ବନ୍ଧୁ ଆହତ ।

Alok Kumar Mohapatra | 30 Jan 2026 | 7 min read | 8 views

ପାରାଦ୍ୱୀପ ( ପି.ଏନ. ଏସ ) : ଉଧାର ଟଙ୍କା କୁ ନେଇ ସଂଘବଦ୍ଧ ଭାବରେ ମରଣାନ୍ତକ ଆକ୍ରମଣ, ଦୀର୍ଘଦିନ ର ବନ୍ଧୁତା ପଡିଲା ଫିକା, ପନ୍ଦର ଶହ ଟଙ୍କା ପାଇଁ ବନ୍ଧୁ ତାର ପତ୍ନୀ ଓ ବାପା ଙ୍କୁ ଆକ୍ରମଣ କରିବାକୁ ପଛାଇଲା ନାହିଁ ସାଙ୍ଗ, ଯାହାକୁ ନେଇ ଆଦର୍ଶ ଥାନା ରେ ଆକ୍ରମଣ ର ଶିକାର ହୋଇଥିବା ଅରୁଣ ପ୍ରଧାନ ଙ୍କ ସ୍ତ୍ରୀ ଗୀତାଞ୍ଜଳି ଲିଖିତ ଅଭିଯୋଗ କରିଛନ୍ତି l ଗୀତାଞ୍ଜଳି ଙ୍କ ଅଭିଯୋଗ ଅନୁଯାୟୀ ପୂର୍ବରୁ ଅରୁଣ ଓ ଶିବରାମ ଦୁଇଜଣ ଭଲ ସାଙ୍ଗଥିଲେ l ଅରୁଣ ଙ୍କ ଅସୁବିଧା କରଣରୁ ଶିବରାମ ଙ୍କ ଠାରୁ ପାଞ୍ଚ ହଜାର ଟଙ୍କା ଧାର ଆଣି ୩ ହଜାର ପାଞ୍ଚଶହ ଟଙ୍କା ଦେଇଥିଲେ l ଅସୁବିଧା କାରଣରୁ ଟଙ୍କା ଦେବାରେ ବିଳମ୍ବ ହେବାରୁ ବିଭିନ୍ନ ସମୟରେ ଶିବରାମ ଅରୁଣ ଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କ ପତ୍ନୀଙ୍କୁ ମଧ୍ୟ ବିଭିନ୍ନ କଥା ଶୁଣାଉଥିଲେ l ଗତକାଲି ସନ୍ଧ୍ୟା ସମୟରେ ବଡପଡ଼ିଆ ନିକଟରେ ଶିବରାମ ଅରୁଣ ଙ୍କୁ ଟଙ୍କା ମାଗିବା ସହିତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିଲେ l ଏତିକି ରେ ମନ ଶାନ୍ତି ହୋଇ ନ ଥିଲା ରାତି ସାତଟା ସମୟରେ ଗୀତାଞ୍ଜଳି ନିଜ ଝିଅକୁ ଟିୟୁସନ ରୁ ଆଣି ଆସୁଥିବା ସମୟରେ ଶିବରାମ ଗୀତାଞ୍ଜଳି ଙ୍କୁ ଟଙ୍କା ମାଗିବା ସହିତ ଯୁକ୍ତିତର୍କ ହୋଇଥିଲା l ଖବର ପାଇ ସ୍ୱାମୀ ଓ ଶଶୁର ଘଟଣାସ୍ଥଳ ରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା l ନିଶାଶକ୍ତ ଅବସ୍ଥାରେ ଶିବରାମ ଙ୍କ ସହିତ ଆଉ ଦୁଇଜଣ ବ୍ୟକ୍ତି ମିଳିତ ଭାବରେ ମାରଣାସ୍ତ୍ର ସହିତ କୋଦାଳ ବେଣ୍ଟ ରେ ଅରୁଣ ଓ ଗୀତାଞ୍ଜଳି ଙ୍କୁ ଆକ୍ରମଣ କରିଥିଲେ l ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଶିବରାମ ଘଟଣା ସ୍ଥଳ ଛାଡି ଚାଲିଯାଇଥିବା ବେଳେ ଅରୁଣ ଙ୍କ ପତ୍ନୀ ଙ୍କ ଅଭିଯୋଗ କୁ ନେଇ ଆଦର୍ଶ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି l ତେବେ ମାତ୍ର 1500 ଟଙ୍କା ପାଇଁ ବନ୍ଧୁ ବନ୍ଧୁତା କୁ ଭୁଲିଯାଇ ମରଣାନ୍ତକ ଆକ୍ରମଣ କରିବାକୁ ସାଧାରଣ ଲୋକ ସହଜରେ ଗ୍ରହଣ କରିପାରୁନାହାନ୍ତି l